ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭଦ୍ରକ ଲୋକସଭା ଆସନ ପାଇଁ ଯୁବନେତାଙ୍କ ମଧ୍ୟରେ ଲଢ଼େଇ ! ପଦ୍ମରୁ ଅଭିମନ୍ୟୁ ନା ସୂର୍ଯ୍ୟବଂଶୀ ? ଶଙ୍ଖରୁ ମୁକ୍ତିକାନ୍ତ ନା ମଂଜୁଲତା

ଭଦ୍ରକ,୨୭/୧୧: ଯୁବ ନେତା ହେବେ ସାଂସଦ । ଏଭଳି ଯୁବ ନେତାଙ୍କ ଉପରେ ଭଦ୍ରକ ଲୋକସଭା ଆସନର ଭାର ଦେବାକୁ ସବୁ ଦଳର ଷ୍ଟ୍ରାଟେଜି ରହିଛି । ଚର୍ଚ୍ଚା ଭିତରେ ବିଜେପି ସବୁଠୁ ଆଗରେ ରହିଛି । କିଏ ସେହି ଯୁବ ନେତା । ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକର ଭେଟରାନ ଲିଡର ସ୍ୱର୍ଗତ ଅର୍ଜୁନ ଚରଣ ସେଠୀଙ୍କ ପୁଅ ଅଭିମନ୍ୟୁ ନା ବର୍ତ୍ତମାନର ଧାମନଗର ବିଧାୟକ ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ଏଭଳି ଚର୍ଚ୍ଚା ଭିତରେ ଭାରତୀୟ ଜନତା ପାର୍ଟିରୁ ଆଉ ଜଣକ ନାଁ ବି ଯୋଡ଼ି ହୋଇଯାଇଛି । ସେ ହେଉଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡିରୁ ବିତାଡ଼ିତ ନେତା ରାଜେନ୍ଦ୍ର ଦାସ । ତିନି ନେତାଙ୍କୁୁ ନେଇ ପଦ୍ମ ପୋଖରୀ ଉଛୁଳୁଛି । ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି ଅଭିମନ୍ୟୁ । 

ଦୀର୍ଘଦିନର ବିଜେଡି ସହ ସମ୍ପର୍କ ତୁଟାଇ ରାତାରାତି ଅର୍ଜୁନ ଚରଣ ସେଠୀ ବିଜେପି ଶିବିରକୁ ଲମ୍ଫ ମାରିଥିଲେ । ୨୦୧୯ରେ ଦଳରୁ ଭଦ୍ରକ ସାଂସଦ ଟିକଟ ମହିଳା ପ୍ରାର୍ଥୀ ଭାବେ ମଞ୍ଜୁଲତା ମଣ୍ଡଳଙ୍କ ନାଁ ଘୋଷଣା ହେବାର କିଛି କ୍ଷଣ ଭିତରେ ଅଜୁର୍ନ ପଦ୍ମ ଶିବିରକୁ ପଟୁଆର ଧରି ଚାଲିଗଲେ । ପୁଅ ଅଭିମନ୍ୟୁକୁ ଧରି ଲୋକସଭାର ସବୁ ବିଧାନସଭା ନିର୍ବାଚନମଣ୍ଡଳୀର ମାରାଥାନ ପ୍ରଚାର କଲେ । ନବାଗତ ଯୁବନେତା ଅଭିମନ୍ୟୁକୁ ବି ଭୋଟର ଗ୍ରହଣ କରିଥିଲେ । ଅଳ୍ପକେ ହାରିଗଲେ । ମାତ୍ର ୨୯ ହଜାର ଭୋଟ ପଛରେ ରହିଥିଲା ପଦ୍ମ ଦଳ । ସମୁଦାୟ ଭୋଟରୁ ୪ ଲକ୍ଷ ୮୪ ହଜାର ୨୫୪ ଖଣ୍ଡ ଅଭିମନ୍ୟୁ ପାଇଥିବା ବେଳେ ମଞ୍ଜୁଲତା ଆଉ ୨୯ ହଜାର ଭୋଟ ଅଧିକ ପାଇ ବିଜୟୀ ହୋଇଥିଲେ । ସେବେଠୁ ଅଭିମୁନ୍ୟ ଚୁପ୍‌ ବସିନାହାନ୍ତି । ଲଗାତର ବାପାଙ୍କ ପଦାଙ୍କ ଅନୁସରକଣ କରି ତାଙ୍କରି ଭଳି ସଙ୍ଗଠନ ସଜାଡ଼ିବାରେ ଲାଗିଛନ୍ତି । 

ଶାସକ ବିଜେଡିର ଗୋଷ୍ଠୀ କନ୍ଦଳ କିଛି ନିର୍ବାଚନମଣ୍ଡଳୀରେ ରହିଥିବା ବେଳେ ସେଥିରୁ ଭରପୁର ଫାଇଦା ଅଭିମନ୍ୟୁ ନେବାକୁ ଗୋଟି ଚାଳନା କରୁଛନ୍ତି । ବିଜେପି ‘ମୋ ଦେଶ, ମୋ ମାଟି’ କାର୍ଯ୍ୟକ୍ରମରେ ସେ ସର୍ବାଧିକ ଗାଁ ବୁଲି ମାଟି ସଂଗ୍ରହ କରିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଭଦ୍ରକ ଲୋକସଭାକୁ ବିଜେପି କଳେବଳେ ହାସଲ କରିବାକୁ ଲାଗି ପଡ଼ିଥିବା କୁହାଯାଉଛି । ଅଭିମନ୍ୟୁଙ୍କୁ ନେଇ ତାଙ୍କ ସମର୍ଥକ ବେଶ୍‌ ଉତ୍ସାହିତ ଥିବା ବେଳେ ବେଳେ ପଦ୍ମ ଦଳର ଅନ୍ୟ କେତେକ ବିଶେଷଜ୍ଞ ଭିନ୍ନ ମତ ରଖୁଛନ୍ତି । ସେମାନଙ୍କ ମତରେ ଅଭିମନ୍ୟୁଙ୍କଠାରୁ ବର୍ତ୍ତମାନର ବିଧାୟକ ସୂର୍ଯ୍ୟବଂଶୀ ଅଧିକ ପପୁଲାର୍‌ । ଏଣୁ ତାଙ୍କୁ ପ୍ରାର୍ଥୀ କରାଯାଉ । ସୂର୍ଯ୍ୟବଂଶୀ ପ୍ରାର୍ଥୀ ହେଲେ ଭଦ୍ରକ ଲୋକସଭା ଭୋଟ ହାର ଭଲ ହେବା ସହ ତାର ପ୍ରଭାବ ବିଧାନସଭା ଉପରେ ପଡ଼ିବ । ବିଜେପିର ପତିଆରା ବଢ଼ିବ । ବିଜେପିର ଏଭଳି ଭିଲିରି ଚର୍ଚ୍ଚାରେ ପୁଣି ପୂର୍ବତନ ବିଧାୟକ ତଥା ବିଜେଡିରୁ ବାହାରିଥିବା ରିବେଲ ରାଜୁଙ୍କ କଥା ବି ଆଲୋଚନା ପରିସରକୁ ପଶୁଛି । ସୂର୍ଯ୍ୟବଶୀଙ୍କୁ ଦଳ ଲୋକସଭା ପଠାଇଲେ, ରାଜୁ ଧାମନଗର ବିଧାନସଭାରୁ ଠିଆ ହେଲେ ଉଭୟେ ପାରି ହୋଇଯିବେ । ଏଭଳି ଗଣିତ ଭିତରେ ବାବୁ ସୂର୍ଯବଂଶୀ ବି ଧାମନଗର ଭଳି ନିଜ ନେଉଟିଆ କିଆରି ଛାଡ଼ି ଲୋକସଭାରେ ରିସ୍କ ନେବାକୁ ଆଗଭର ନାହାନ୍ତି ବୋଲି ତାଙ୍କ ସମର୍ଥକ କହୁଛନ୍ତି । ତଥାପି ଯଦି ଏଭଳି ହୁଏ ତେବେ ଅଭିମନ୍ୟୁଙ୍କୁ ଦଳ କେଉଁଠି ଥଇଥାନ କରିବ । ଏଭଳି ପ୍ରଶ୍ନ ପଦ୍ମ ଶିବିରରେ ଚକ୍କର ମାରୁଛି । ତଥାପି ବିଜେପିରୁ ସୂର୍ଯ୍ୟବଂଶୀ ନା ଅଭିମନ୍ୟୁ କିଏ ପାଇବ ଲୋକସଭାର ପଦ୍ମ ଟିକଟ୍‌? ଏଭଳି କୁହେଳିକା ଭିତରେ ଅଭିମନ୍ୟୁ ହିଁ ଚୂଡ଼ାନ୍ତ ବୋଲି ତାଙ୍କ ସମର୍ଥକ ଦାବି କରୁଛନ୍ତି । 

ଏବେ ଆସିବା ବିଜେଡି ପ୍ରସଙ୍ଗକୁ । ବର୍ତ୍ତମାନ ସାଂସଦ ମଞ୍ଜୁଲତା ମଣ୍ଡଳ ଦ୍ୱିତୀୟ ପାଳିରେ ଛିଡ଼ା ହେବାକୁ ଅନିଚ୍ଛା ପ୍ରକାଶ କରୁଥିବା ବିଜେଡିରେ ଅନେକ ପୁରୁଖା ନେତା ମତ ରଖିଛନ୍ତିି । ପୁଣି ବିଜେଡି ବି ଆଉ ଭଦ୍ରକ ଲୋକସଭାରେ ମହିଳା କାର୍ଡ ନ ଖେଳିବାକୁ କୁଆଡ଼େ ନିଷ୍ପତ୍ତି ନେଇଛି । ଏଭଳି ଚର୍ଚ୍ଚା ଭିତରେ ବର୍ତ୍ତମାନ ସାଂସଦଙ୍କ ସ୍ୱାମୀ ତଥା ବିଜେଡିର ଟାଣୁଆ ନେତା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନିଜେ ଲୋକସଭାରେ ପ୍ରାର୍ଥୀ ହେବା ପାଇଁ ଦଳ ବାଧ୍ୟ କରିପାରେ ବୋଲି କଥା ଉଠିଛି । ମୁକ୍ତିବାବୁ ବିଧାୟକ ହେବାକୁ ଅଧିକ ଆଗ୍ରହୀ ବୋଲି ଅନେକ କହୁଥିବା ବେଳେ ତାଙ୍କୁ ଦଳ ସାଂସଦ ପ୍ରାର୍ଥୀ କରି ସାରା ଲୋକସଭାରେ ଶଙ୍ଖ ସଙ୍ଗଠନ ସୁଦୃଢ଼ କରିବାର ଯୋଜନା ରଖିଛି । କାହିଁକି ନା ମୁକ୍ତି ବାବୁଙ୍କ ସବୁ ବିଧାନସଭାରେ ବହୁ ସମର୍ଥକ ରହିଛନ୍ତି । ବର୍ତ୍ତମାନର ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା ପ୍ରଫୁଲ୍ଲ ଯେନା ବି ଆଶାୟୀ ରହିଛନ୍ତି । 

ଅନ୍ୟତମ ଯୁବନେତା ତଥା ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ଯେନା ବି ସାଂସଦ ପ୍ରାର୍ଥୀ ଦୌଡ଼ରେ ରହିଥିବା ତାଙ୍କ ସମର୍ଥକ କହି ଭିତିରିଆ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି । ଅନ୍ୟତମ ଦଳ ଭାବେ ଜାତୀୟ କଂଗ୍ରେସରୁ ପୂର୍ବତନ ସାଂସଦ ଅନନ୍ତ ସେଠୀଙ୍କ ଝିଅ ମଧୁମିତା ସେଠୀ ଲୋକସଭା ପ୍ରାର୍ଥୀ ହେବା ଏକରକମ ଫାଇନାଲ୍‌ । ଯଦିଓ କଂଗ୍ରେସରୁ ଅନ୍ୟ କେହି ଆଶାୟୀ ଏବେ ସୁଧା ଚର୍ଚ୍ଚାରେ ନାହାନ୍ତି । ମଧୁମିତା ହିଁ ହାତ ଚିହ୍ନରେ ସର୍ବାଦୃତ ଥିବା କୁହାଯାଉଛି । ଏଣୁ ଭଦ୍ରକ ଲୋକସଭାରେ ଏଥର ଯୁବନେତାଙ୍କୁ ନେଇ ଲଢ଼େଇ ଘମାଘୋଟ ହେବ । ତାହା ସ୍ପଷ୍ଟ ବୁଝା ପଡ଼ୁଛି । ପଦ୍ମ ଓ ଶଙ୍ଖ ଭିତରେ କଡ଼ା ଟକ୍କର ହେଉଥିବା ବେଳେ ଉଭୟ ଦଳର କନ୍ଦଳରୁ କଂଗ୍ରେସ ଫାଇଦା ନେବାକୁ ଚାହିଁ ବସିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.