ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ବିଶ୍ୱକପ୍‌ରେ ଏହି ଦୁଇ ଟିମ୍ ଟାଇଟଲ ଜିତିବାର ବଡ଼ ଦାବିଦାର , ପୂର୍ବାନୁମାନ କଲେ କୁମାର ସାଙ୍ଗାକାରା

ନୂଆଦିଲ୍ଲୀ – ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ର ଆୟୋଜନ ୫ ଅକ୍ଟୋବରରୁ ୧୯ ନଭେମ୍ୱର ଯାଏ ଭାରତରେ ଅନୁଷ୍ଠିତ ହେବ। ଆଗାମୀ ବିଶ୍ୱକପ୍‌କୁ ନେଇ ଖେଳ ପ୍ରେମୀ  ,ଏକ୍ସପର୍ଟ ଓ ପୂର୍ବତନ କ୍ରିକେଟରମାନେ ଲଗାତାର ନିଜ ନିଜର ମତ ଦେଉଛନ୍ତି। ଆଉ ଅନେକ ପୂର୍ବାନୁମାନ କରୁଛନ୍ତି। ଏହି କ୍ରମରେ ଏବେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ପ୍ରସିଦ୍ଧ ୱିକେଟକିପର ବ୍ୟାଟର କୁମାର ସାଙ୍ଗାକାର ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ ହୋଷ୍ଟ ଭାରତ ଓ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ବିଶ୍ୱକପ୍‌ ଟ୍ରଫିର ଖୁବ୍‌ ଦାବିଦାର ଥିବା କହିଛନ୍ତି। ସାଙ୍ଗାକାରା ଏହାସହ ଆହୁରି କହିଛନ୍ତି କି, ଶ୍ରୀଲଙ୍କାକୁ ଅଣଦେଖା କରାଯାଇ ପାରିବ ନାହିଁ, କାରଣ ନିକଟରେ ଏହାର ପ୍ରଦର୍ଶନ ମଧ୍ୟ ପ୍ରଭାବଶାଳୀ ରହିଛି। 

ଆଇସିସି ଦିନିକିଆ ମାନ୍ୟତା ତାଲିକା: ପାକିସ୍ତାନକୁ ହଟାଇ ଶୀର୍ଷରେ ଅଷ୍ଟ୍ରେଲିଆ, ଦ୍ୱିତୀୟକୁ ଉଠିଲା ଭାରତ

ଇଂଲଣ୍ଡ ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡକୁ ୧୦୦ରନ୍‌ରେ ହରାଇବା ପରେ ୪ ମ୍ୟାଚ୍‌ ବିଶିଷ୍ଟ ମ୍ୟାଚ୍‌ର ଦିନିକିଆ ସିରିଜକୁ ୩-୧ ରେ ନିଜ ନାମରେ କରିଛି। ୪ର୍ଥ ୱାନଡେ ପରେ ପୋଷ୍ଟ-ମ୍ୟାଚ୍‌ ଶୋ ବେଳେ ସାଙ୍ଗାକାରା ବିଶ୍ୱକପ୍‌ର ଦାବିଦାରକୁ ନେଇ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଦ୍ରୁତ ବୋଲର ସାଇମନ ଡୁଲ ଓ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇୟୋନ ମୋର୍ଗନଙ୍କ ସହ ଆଲୋଚନା କରିଥିଲେ। 

ସାଙ୍ଗାକାରା କହିଥିଲେ , ମୋର ଅନୁମାନ କି ଭାରତ ଓ ଇଂଲଣ୍ଡ ସବୁଠୁ ବଡ଼ ଦାବିଦାର ହେବେ। ମୁଁ ଶ୍ରୀଲଙ୍କା ଟିମ୍‌ର ଶେଷ ଗେମ୍‌ ଦେଖିଛି ଏବଂ ସେମାନେ ପୂରା ଏସିଆ କପ୍‌ରେ ଯେଉଁ ଭଳି ପ୍ରଦର୍ଶନ କରିଛନ୍ତି ତ ଏଥିରେ ସେ ବି ପ୍ଲେଅଫ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ। ପୁଣି ଥରେ ଆପଣ ପ୍ଲେଅଫ୍‌ରେ ପହଞ୍ଚି ଗଲେ , କେବଳ ଗୋଟିଏ ମ୍ୟାଚ ଠାରୁ ଦୂରରେ ରହିବେ। ଆପଣଙ୍କ ଦିନ ଭଲ ତ ଆପଣ ଫାଇନାଲରେ ପହଞ୍ଚି ପାରିବେ।  

  • Kumar Sangakkara
  • Indian cricket team
  • Copyright © 2022 - Summa Real Media Private Limited. All Rights Reserved.