ପ୍ରମୂଖ ଖବର
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବଦନାମ ଅଭିଯୋଗ: କମିଶନର, ଡିସିପିଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଛାଟ

କୋଲକାତା ୦୮/୦୭: ପଶ୍ଚିମବଙ୍ଗ  ରାଜ୍ୟପାଳ ସି ଭି ଆନନ୍ଦ ବୋଷଙ୍କ କାର୍ଯ୍ୟାଳୟକୁ  ‘ବଦନାମ’ କରିବା ଅଭିଯୋଗକୁ ନେଇ  ଆକ୍ସନ୍‌କୁ ଆସିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ।  ରାଜ୍ୟପାଳଙ୍କ ଅଭିଯୋଗକୁ ଭିତ୍ତିକରି ମନ୍ତ୍ରଣାଳୟ  କୋଲକାତା ପୁଲିସ କମିଶନର ବିନୀତ ଗୋୟଲ  ଓ ଡିସିପି (କେନ୍ଦ୍ରୀୟ) ଇନ୍ଦିରା ମୁଖାର୍ଜୀଙ୍କ  ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ  ନେଇଛି । ଏମାନଙ୍କୁ ପଦରୁ ହଟାଇବା ପାଇଁ  ବୋଷଙ୍କ ପକ୍ଷରୁ କାର୍ମିକ ଓ ତାଲିମ ବିଭାଗକୁ  ଚିଠି ଲେଖାଯାଇଥିଲା । ଏମିତି କି ରାଜ୍ୟପାଳ  ବୋଷ ଅନ୍ୟ କେତେକ ପୁଲିସ ଅଧିକାରୀଙ୍କ  ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲେ । 

ଚଳିତବର୍ଷ ଏପ୍ରିଲ-ମେ’ରେ ରାଜଭବନର  ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କ ପକ୍ଷରୁ  ଅସଦାଚରଣ ଅଭିଯୋଗ ଅଣାଯିବା ପରେ ବିବାଦର ସୂତ୍ରପାତ ହୋଇଥିଲା । ଏ ନେଇ  ହାରେ ଷ୍ଟ୍ରିଟ୍‌ ଥାନାରେ ମାମଲା ରୁଜୁ ହୋଇଥିଲା ।  ସାମ୍ବିଧାନିକ ପଦରେ ଥିବା ଦୃଷ୍ଟିରୁ ଏଥିରେ ରାଜ୍ୟପାଳଙ୍କ ନାମ ନ ଥିଲା । ତେବେ ଅପରାଧିକ  ଷଡ଼ଯନ୍ତ୍ର ପାଇଁ ରାଜଭବନର ଅନେକ କର୍ମଚାରୀଙ୍କ  ନାମ ଏଥିରେ ରହିଥିଲା । ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ ଏହାକୁ ନେଇ ବିବାଦୀୟ ଟିପ୍ପଣୀ ଦେବା  ପରେ ରାଜ୍ୟପାଳ ବୋଷ ତାଙ୍କ ବିରୋଧରେ  ମାନହାନି ଅଭିଯୋଗ ଆଣିଥିଲେ । ସଦ୍ୟ ଘଟଣା  ଯୋଗୁ ମହିଳାମାନେ ରାଜଭବନ ଯିବାକୁ ଭୟ  କରୁଥିବା ମମତା ନିଜ ବୟାନରେ କହିଥିଲେ । 

ଏହାପରେ ମାମଲାର ତଦନ୍ତ ଲାଗି ଏକ  ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠିତ ହୋଇଥିଲା,  ଯାହାର ମୁଖ୍ୟ ଇନ୍ଦିରା ମୁଖାର୍ଜୀ ରହିଥିଲେ । ରାଜଭବନ କର୍ମଚାରୀମାନେ କୋଲକାତା  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏଫ୍‌ଆଇଆର୍‌କୁ  ବାତିଲ ପାଇଁ ଅପିଲ୍‌ କରିଥିଲେ । ରାଜ୍ୟପାଳ ବୋଷ ମଧ୍ୟ ପୁଲିସ କମିଶନର, ଡିସିପିଙ୍କ  ସମେତ ବିଭିନ୍ନ ପୁଲିସ ଅଧିକାରୀଙ୍କ ବିରୋଧରେ  ଅଭିଯୋଗ ଆଣିଥିଲେ । ବୋଷ କହିଥିଲେ, ରାଜ୍ୟର ଏହି ଆଇପିଏସ୍‌ ଅଧିକାରୀମାନେ  ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ବଦନାମ କରିଛନ୍ତି ।  ସେମାନଙ୍କ କାର୍ଯ୍ୟ ଯୋଗୁ ରାଜଭବନରେ କାମ କରିବା କର୍ମଚାରୀଙ୍କ ପକ୍ଷେ କଷ୍ଟକର  ହୋଇପଡ଼ିଛି । ସେମାନେ ଜାଣିଶୁଣି ଆଚରଣ ବିଧି  ଉଲ୍ଲଂଘନ କରୁଛନ୍ତି । ତେଣୁ ସେମାନଙ୍କୁ ପଦରୁ  ବହିଷ୍କାର କରାଯିବା ଉଚିତ । ଏହାପରେ ସ୍ୱରାଷ୍ଟ୍ର  ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । 

କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଟିଏମ୍‌ସି  ସାଂସଦ ମହୁଆ ମୋଇତ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ  ଟାର୍ଗେଟ୍‌ କରିଛନ୍ତି । ଏହାକୁ ସେ ହାସ୍ୟାସ୍ପଦ ଦର୍ଶାଇ କହିଛନ୍ତି, ବେଙ୍ଗଲ ରାଜ୍ୟପାଳ ନିଜେ  ନିଜ କାର୍ଯ୍ୟାଳୟକୁ ବଦନାମ କରିଛନ୍ତି । କେନ୍ଦ୍ର  ସରକାର ନିଜ ରାଜ୍ୟପାଳଙ୍କୁ ଆୟତ୍ତ କରିବା ଉଚିତ, କାରଣ ସେମାନେ ନିଜକୁ ଆୟତ୍ତ  କରିପାରୁ ନ ଥିବା ଜଣାପଡ଼ୁଛି । ଏହା ଲଜ୍ଜାଜନକ  ଘଟଣା । ଏଭଳି ମନ୍ତବ୍ୟ ପାଇଁ ରାଜ୍ୟପାଳ ।ବୋଷ ତାଙ୍କୁ ସମାଲୋଚନା କରିଛନ୍ତି । ଏଥିସହ  କେତେକ ଟିଏମ୍‌ସି ନେତାଙ୍କ ବିରୋଧରେ  ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.