ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଐତିହ୍ୟ ସମ୍ପନ୍ନ ବାଲିଡିହା ଜଳସେଚନ ପ୍ରକଳ୍ପକୁ ହେରିଟେଜ୍ ସମ୍ମାନ

ବାରିପଦା, ୨୦/୧୧ : ଐତିହ୍ୟ ସମ୍ପନ୍ନ ବାଲିଡିହା ଜଳ ସେଚନ ପ୍ରକଳ୍ପକୁ ବିଶ୍ଵ ହେରିଟେଜ୍ ୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଛି । ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟରତ ଓଡ଼ିଶା ସରକାର ଶାମାଖୁଣ୍ଟା ବ୍ଲକସ୍ଥିତ ବାଲିଡିହା ଜଳସେଚନ ପ୍ରକଳ୍ପକୁ ବିଶ୍ଵ ଐତିହ୍ୟ ଜଳସେଚନ ଭାବେ ସମ୍ମାନିତ କରିବା ନିଶ୍ଚିତ ଭାବେ ଜିଲ୍ଲା ପାଇଁ ଗୌରବର ଅଧ୍ୟାୟ ସୃଷ୍ଟି କରିଛି । ୧୯୧୨ମସିହାରେ ନିର୍ମିତ ଏହି ଜଳ ସେଚନ ପ୍ରକଳ୍ପ ୩୮୩୨ହେକ୍ଟର ଜମିକୁ ଖରିଫ୍ ଋତୁରେ ଜଳସେଚିତ କରୁଥିବାବେଳେ ରବି ଋତୁରେ ଶାମାଖୁଣ୍ଟା ବ୍ଲକର ୪୯ଟି ଗାଁର ପ୍ରାୟ ୨୦୦ହେକ୍ଟର ଜମିକୁ ଜଳସେଚିତ କରୁଛି । 

କୃଷି ବିକାଶର ୧୧୦ବର୍ଷରୁ ଊର୍ଦ୍ଧ ସମୟ ଧରି ଏହି ପ୍ରକଳ୍ପ ଜନସେବାରେ ଲାଗି ଆସୁଛି  । ୨୦୦୩ମସିହାରେ ଏହାର ମରାମତି କରାଯାଇ ଏହାକୁ ଆହୁରି ୧୦୦ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଓଡ଼ିଶା ସରକାର ଯତ୍ନବାନ୍ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରକାଶ ଯେ, ତତ୍କାଳୀନ ମୟୂରଭଞ୍ଜର ପୂଣ୍ୟଶ୍ଳୋକ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଜଳସେଚନ ମାଧ୍ୟମରେ ରାଜ୍ୟରେ କୃଷିର ବିକାଶ ପାଇଁ ବାଲିଡିହା ଓ ହଳଦିଆଠାରେ ୬ଲକ୍ଷ ଟଙ୍କାରେ ୨ଟି ଜଳସେଚନ ପ୍ରକଳ୍ପ ନିର୍ମାଣ କରିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.