ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ପନ୍ନୁ ବିରୁଦ୍ଧରେ ମାମଲା ରୁଜୁ କଲା NIA, ଭିଡିଓ ମାଧ୍ୟମରେ ଧମକ ଦେଇଥିଲା ଖଲିସ୍ତାନୀ ଆତଙ୍କବାଦୀ

Image Courtesy: swarajyamag

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁ ବିରୁଦ୍ଧରେ ମାମଲା ରୁଜୁ କଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ନଭେମ୍ବର ୧୯ରେ ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍‌ ମୁକାବିଲା ଦିନ ବିମାନ ଯାତ୍ରୀ ଏବଂ ଏୟାର ଇଣ୍ଡିଆକୁ ଧମକ ଦେଇଥିଲା ପନ୍ନୁ । ପନ୍ନୁ ବିରୁଦ୍ଧରେ ୧୨୦ ବି, ୧୫୩ ଏ ଏବଂ ୫୦୬ ଆଇପିସି ଆଧାରରେ ମାମଲା ରୁଜୁ ହୋଇଛି । ଏହା ପୂର୍ବରୁ ଏୟାର ଇଣ୍ଡିଆ ବିମାନକୁ ବୋମା ଲଗାଇ ଉଡ଼ାଇ ଦେବା ନେଇ ପନ୍ନୁର ଧମକକୁ ନିନ୍ଦା କରିଥିଲା କାନାଡା । 

 ଗୁରପତଓ୍ବନ୍ତ ସିଂହ ପନ୍ନୁ ଭାରତ ସରକାରଙ୍କୁ ମଧ୍ୟ ଧମକ ଦେବାକୁ ପଛାଇ ନଥିଲା । ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ବକପ ଫାଇନାଲ ମ୍ୟାଚ୍‌ ନଭେମ୍ବର ୧୯ରେ ଅନୁଷ୍ଠିତ ହୋଇଥିଲା । ଏହି ଦିନ ବଡ଼ ଧରଣର ଆକ୍ରମଣ ନେଇ ଧମକ ଦେଇଥିଲା ଆତଙ୍କବାଦୀ ପନ୍ନୁ । ଏହା ପରେ କାନାଡା ସରକାର ପନ୍ନୁର ଏହି ଧମକପୂର୍ଣ୍ଣ ମେସେଜ୍‌କୁ ଦୃଢ଼ ନିନ୍ଦା କରିବା ସହ ଏହା ଉପରେ ସୁରକ୍ଷା ଏଜେନ୍ସି ତଦନ୍ତ କରୁଛି ବୋଲି କହିଥିଲେ ।

 ନଭେମ୍ବର ୪ରେ ପନ୍ନୁ ଏକ ଭିଡିଓ ଜାରି କରି ଶିଖମାନଙ୍କୁ ଅକ୍ଟୋବର ୧୯ ଏବଂ ତା ପରେ ଏୟାର ଇଣ୍ଡିଆରେ ଯାତ୍ରା ନକରିବାକୁ କହିଥିଲା । ଯଦି ସେମାନେ ଯାତ୍ରା କରନ୍ତି ତେବେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେ ଧମକ ଦେଇଥିଲା । ଏପରିକି ବିଶ୍ବରେ ଏୟାର ଇଣ୍ଡିଆ ଉଡ଼ାଣ କରିପାରିବ ନାହିଁ ବୋଲି ପନ୍ନ କହିଥିଲା । ପନ୍ନୁର ଏଭଳି ଧମକପୂର୍ଣ୍ଣ ସନ୍ଦେଶ ପରେ କାନାଡାରେ ହାଇଆଲର୍ଟ ଜାରି ହୋଇଥିଲା । ଏହା ବ୍ୟତୀତ ଭାରତ ସମେତ ବିଭନ୍ନ ଦେଶରେ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା । 

 ଅନ୍ୟପଟେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଏୟାରପୋର୍ଟକୁ ନଭେମ୍ବର ୧୯ରେ ବନ୍ଦ କରିବାକୁ ଧମକ ଦେଇଥିଲା  ଗୁରପତଓ୍ବନ୍ତ ସିଂହ ପନ୍ନୁ । ତେବେ ପନ୍ନୁର ଏହି ବାର୍ତ୍ତା ମିଥ୍ୟା ଥିବା ବେଳେ ବିଶେଷ କରି ଶିଖ ସଂପ୍ରଦାୟଙ୍କ ମଧ୍ୟରେ ହିଂସା ପ୍ରସାର କଲାଭଳି ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଜୁଲାଇ ୧୦ରେ ଏସଏଫଜେକୁ ବେଆଇନ୍‌ ବୋଲି ଘୋଷଣା କରିଥିଲେ ଭାରତ ସରକାର । ଏହା ସହ ୧ ଜୁଲାଇ ୨୦୨୦ରେ ଗୁରପତଓ୍ବନ୍ତ ସିଂହ ପନ୍ନୁକୁ ଆତଙ୍କବାଦୀ ବୋଲି ଘୋଷଣା କରିଥିଲେ ସରକାର । ତେବେ ୨୦୧୯ରେ ପ୍ରଥମ ମାମଲା ରୁଜୁ ହେଉ ହେଉ ଗୁରପତଓ୍ବନ୍ତ ସିଂହ ପନ୍ନୁ ଉପରେ ନଜର ରଖିଆସିଥିଲା ଏନଆଇଏ ।

 

  • India-canada
  • Copyright © 2022 - Summa Real Media Private Limited. All Rights Reserved.