ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ରିପୋର୍ଟରେ ବିସ୍ଫୋରକ ଖୁଲାସା, ଚୀନ୍ ଆଣିପାରେ କୋଭିଡ ଭଳି ଆଉ ଏକ ମହାମାରୀ

ନୂଆଦିଲ୍ଲୀ: କରୋନା ମହାମାରୀର ଦାରୁଣ ଦୁଃଖ ଏଯାଏଁ ଜନମାନସରୁ ଲିଭିନଥିବା ବେଳେ ଏହାର ସବ୍‌ ଭାରିଆଣ୍ଟ ପୁଣି ଚିନ୍ତା ବଢ଼ାଇଛି । ଜେଏନ.୧ କରୋନା ଭୂତାଣୁ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଏହାରି ମଧ୍ୟରେ କୋଭିଡ-୧୯ ଭଳି ଅନ୍ୟ ଏକ ଘାତକ ଭୂତାଣୁର ପରୀକ୍ଷା କରିବା ସହ ପ୍ରୟୋଗ କରିବା ଆରମ୍ଭ କରିଦେଇଛି ଚୀନ୍‌ । ଏନେଇ ବିଦେଶୀ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଚୀନ୍‌ ପରୀକ୍ଷା କରୁଥିବା ଏହି ଭୂତାଣୁ ମୂଷା ଶରୀରରେ ଘାତକ ପ୍ରତିକ୍ରିୟା ଦେଖାଉଥିବା ବେଳେ ମଣିଷଙ୍କୁ ମାରିବାରେ ସକ୍ଷମ ବୋଲି କୁହାଯାଉଛି । କାରଣ ଏହି ଭୂତାଣୁ ପ୍ରୟୋଗ କରାଯାଇଥିବା ମୂଷାଗୁଡ଼ିକର ମୃତ୍ୟୁ ହୋଇଯାଇଛି । କେବଳ ଯେ ମୂଷା ଶରୀରକୁ ଏହି ଭୂତାଣୁ ଆକ୍ରାନ୍ତ କରୁଛି ତା ନୁହେଁ ଫୁସଫୁସ୍‌ ଏବଂ ମସ୍ତିଷ୍କକୁ ସଂପୂର୍ଣ୍ଣ ଅକାମୀ କରିପକାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଏହି ଗବେଷଣାତ୍ମକ ପେପର ବାୟୋରିକ୍ସିଭ୍‌ (bioRxiv) ଓ୍ବେବସାଇଟ୍‌ରେ ପ୍ରକାଶ ପାଇଛି । ଜାନୁଆରୀ ୩ରେ ପ୍ରକାଶିତ ଏହି ରିପୋର୍ଟରେ ଦାବି ହୋଇଛି ଯେ, ଚୀନ୍‌ ସେନା ପାଖରୁ ପ୍ରଶିକ୍ଷଣ ପାଇଥିବା କେତେକ ଡାକ୍ତର ‘ପାଙ୍ଗୋଲିନ୍‌ କରୋନା ଭାଇରସ୍‌’ ତିଆରି କରିଛନ୍ତି । କେତେକ ମୂଷା ଶରୀରରେ ଏହି ଭୂତାଣୁକୁ ଛାଡ଼ି ଏହାର ଭୟାବହତା ପରୀକ୍ଷା କରିଥିଲେ ଡାକ୍ତର । ୪ଟି ମୂଷା ଶରୀରରେ ନିଷ୍କ୍ରିୟ ଭୂତାଣୁ ଇଞ୍ଜେକ୍ଟ କରାଯାଇଥିଲା । ଅନ୍ୟ ୪ଟି ସୁସ୍ଥ ମୂଷାକୁ ସେଠାରେ ରଖିଦିଆଯାଇଥିଲା । ଆଶ୍ଚର୍ଯ୍ୟର କଥା, ସଂକ୍ରିମତ ମୂଷାଗୁଡ଼ିକ ୭-୮ ଦିନ ଭିତରେ ମରିଗଲେ । ଭୂତାଣୁ ଦିଆଯାଇଥିବା ମୂଷାଗୁଡ଼ିକର ଓଜନ  ୫ ଦିନ ଭିତରେ ହ୍ରାସ ପାଇଥିଲା । ସପ୍ତମ ଦିନରେ ମୂଷାଗୁଡ଼ିକର ଗତି ଧିମା ହୋଇଯାଇଥିଲା ଏବଂ ଆଖି ଧଳା ହୋଇଯାଇଥିଲା । ଷଷ୍ଠ ଦିନରେ ମୂଷାଗୁଡ଼ିକର ଫୁସଫୁସର କାର୍ଯ୍ୟକାରିତା ହଠାତ କମିଥିଲା । ମସ୍ତିଷ୍କର କାର୍ଯ୍ୟକାରିତା ତୃତୀୟ ଦିନରେ ହ୍ରାସ ପାଇଥିଲେ ହେଁ ଷଷ୍ଠ ଦିନରେ ହଠାତ ବୃଦ୍ଧି ପାଇଥିଲା ।

ଏଥିରୁ ଜଣାପଡ଼ିଥିଲା ଯେ, ଗୁରୁତର ମସ୍ତିଷ୍କ ସଂକ୍ରମଣ ଯୋଗୁଁ ମୂଷାଗୁଡ଼ିକର ମୃତ୍ୟୁ ହୋଇଥାଇପାରେ । ବିଳମ୍ବରେ ହେଉଥିବା ବ୍ରେନ୍‌ ଇନଫେକ୍ସନ (ମସ୍ତିଷ୍କ ସଂକ୍ରମଣ) ଯୋଗୁଁ ମୂଷାଗୁଡ଼ିକର ମୃତ୍ୟୁ ହୋଇଥିଲା ବୋଲି ବିଶେଷଜ୍ଞ ବିଶ୍ବାସ କରୁଥିବା ରିପୋର୍ଟରେ ଦାବି ହୋଇଛି । ସେପଟେ ଭୂତାଣୁ ଯେ କେବଳ ମୂଷା ଶରୀରକୁ ସଂକ୍ରମିତ କରୁଛି ତାନୁହେଁ ବରଂ ଏହା ମସ୍ତିଷ୍କ, ଆଖି ଓ ଫୁସଫୁସ୍‌କୁ ଅକାମୀ କରିପକାଉଛି। କୋଭିଡ ଭଳି ଏହି ଭୂତାଣୁ ବା ‘ପାଙ୍ଗୋଲିନ୍‌ କରୋନା ଭାଇରସ୍‌’ରେ ସଂକ୍ରମିତ ଦ୍ବାରା ସମସ୍ତ ମୂଷାର ମୃତ୍ୟୁ ହୋଇଥିଲା।  ଆଉ ଏହି ଭୂତାଣୁ ମଣିଷ ଶରୀରରେ ବି ଗୁରୁତର ପ୍ରଭାବ ପକାଇପାରେ ବୋଲି ଗବେଷକମାନେ ଦାବି କରିଛନ୍ତି ।   

  • China
  • Covid
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.