ପ୍ରମୂଖ ଖବର
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ଦେଶରେ ୨୪ ଏୟାରପୋର୍ଟ ୧୫ ମେ' ସୁଦ୍ଧା ବନ୍ଦ , ବିମାନ ଚଳାଚଳ ବାତିଲ ... ଉତ୍ତେଜିତ ମାହୋଲ ମଧ୍ୟରେ ନିଷ୍ପତ୍ତି

Published By : Prameya | May 9, 2025 9:43 PM

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର, ଦେଶର ୨୪ଟି ଏୟାରପୋର୍ଟକୁ ୧୫ ମେ ସମୟ ସକାଳ ୫ଟା ୨୦ ଯାଏ ସିଭିଲ ଉଡ଼ାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ୧୦ମ ଯାଏ ଏହି ବନ୍ଦ ଲାଗୁ ଥିଲା, କିନ୍ତୁ ଅପରେସନ ସିନ୍ଦୂର ଓ ପାକିସ୍ତାନ ପକ୍ଷରୁ କରାଯାଇ ଥିବା ଡ୍ରୋନ୍‌ ହମଲାର ବିଫଳ ଚେଷ୍ଟା ପରେ ଏହି ନିଷ୍ପତ୍ତି ବଢାଇ ଦିଆ ଯାଇଛି। ବନ୍ଦ କରାଯାଇ ଥିବା ଏୟାରପୋର୍ଟସରେ ଚଣ୍ଡିଗଡ଼ , ଶ୍ରୀନଗର, ଅମୃତସର , ଲୁଧିଆନା , ଭୁନ୍ତର , କିଶନଗଡ଼ , ପଠାନକୋଟ , ଶିମଳା , ଜୈସଲମେର , ଜମ୍ମୁ, ବିକାନେର , ଲେହ , ପୋରବନ୍ଦର ,ପଟିଆଲା  ଭଳି ସହର ସାମିଲ ଅଛି। 

ଏୟାର ଇଣ୍ଡିଆ ନିଜ ବୟାନରେ କହିଛି ଯେ, ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର , ଚଣ୍ଡିଗଡ଼, ଭୁଜ୍‌ , ଜାମନଗର ଓ ରାଜକୋଟରୁ ଆସୁଥିବା ସବୁ ଫ୍ଲାଇଟ୍ସ ୧୫ମେ ସମୟ ସକାଳ ୫ଟା ୨୯ ଯାଏ ରଦ୍ଦ କରାଯାଉଛି। ଏହି ସବୁ ଟିକେଟ୍‌ରେ ରି-ସିଡ୍ୟୁଲିଂ ବା କ୍ୟାନ୍ସଲେସନ ରେ କୌଣସି ଚାର୍ଜ ନିଆ ଯିବ ନାହିଁ। ଅନ୍ୟପଟେ ଇଣ୍ଡିଗୋ ମଧ୍ୟ ଘୋଷଣା କରିଛି ଯେ, ଶ୍ରୀନଗର , ଜମ୍ମୁ, ଅମୃତସର , ଲେହ, ଚଣ୍ଡିଗଡ଼ , ଧର୍ମଶାଳା , ବିକାନେର , ଯୋଧପୁର , କିଶନଗଡ଼ ଓ ରାଜକୋଟର ଉଡ଼ାଣ ୧୫ ମେ ସମୟ ସକାଳ ୫ଟା ୩୦ ଯାଏ ରଦ୍ଦ ରହିବ।

ଦିଲ୍ଲୀ ଏୟାରପୋର୍ଟ ଉପରେ ବି ପ୍ରଭାବ -

ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଶୁକ୍ରବାର ୬୬ ଡୋମେଷ୍ଟିକ୍ ଡିପାର୍ଚର ଓ ୬୩ ଆରାଇଭାଲ ଫ୍ଲାଇଟ୍ସ ବାତିଲ କରିବାକୁ ପଡ଼ିଛି। ଏହା ବ୍ୟତୀତ ୫ ଇଣ୍ଟରନ୍ୟାସନାଲ ଡିପାର୍ଚର ଓ ୪ ଇଣ୍ଟରନ୍ୟାସନାଲ ଆରାଇଭାଲ ମଧ୍ୟ ପ୍ରଭାବିତ ହୋଇଛି। ଏୟାରପୋର୍ଟ ଅଥୋରିଟି କହିଛି, ଦିଲ୍ଲୀ ଏୟାରପୋର୍ଟରେ ଅପରେସନ ସାଧାରଣ ରହିଛି, କିନ୍ତୁ ସୁରକ୍ଷା ବ୍ୟବସ୍ଥା ଯୋଗୁଁ କିଛି ବିମାନ ଚଳାଚଳ ବିଳମ୍ୱତ ବା ବାତିଲ ହୋଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.