ନୂଆଦିଲ୍ଲୀ, ୦୯/୦୫ : ଭାରତରେ କେବଳ ଭାରତୀୟ ରହିବେ। ରୋହିଙ୍ଗ୍ୟା ମୁସଲମାନ ଭାରତ ଛାଡ଼। ଗୁରୁବାର ସୁପ୍ରିମକୋର୍ଟ ଦିଲ୍ଲୀରୁ ରୋହିଙ୍ଗ୍ୟା ମୁସଲମାନଙ୍କ ସମ୍ଭାବ୍ୟ ନିର୍ବାସନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଦୀପଙ୍କର ଦତ୍ତା ଏବଂ ଏନ.କୋଟେଶ୍ଵର ସିଂହଙ୍କ ଖଣ୍ଡପୀଠ ଏନେଇ ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି ଯେ, ଭାରତର ସମ୍ବିଧାନ ଅନୁଯାୟୀ, ଦେଶରେ ରହିବା ପାଇଁ କେବଳ ଭାରତୀୟ ନାଗରିକଙ୍କ ଅଧିକାର ରହିଛି। ବିଦେଶୀ ନାଗରିକଙ୍କ ପାଇଁ ବିଦେଶୀ ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୧ରେ ହେବ।
ସଲିସିଟର ଜେନେରାଲ ତୁଷାର ମେହେତା ଏନେଇ କହିଛନ୍ତି ଯେ, UNHCR ଦ୍ଵାରା ରୋହିଙ୍ଗ୍ୟାଙ୍କୁ ଶରଣାର୍ଥୀ ମାନ୍ୟତା ମିଳିଛି। ହେଲେ ଭାରତ ଏହାକୁ ମାନିବାକୁ ବାଧ୍ୟ ନୁହେଁ। ରୋହିଙ୍ଗ୍ୟା ହେଉଛନ୍ତି ବିଦେଶୀ ନାଗରିକ। ସୁପ୍ରିମକୋର୍ଟ ଏନେଇ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ଯେ, ଭାରତରେ ରହିବାକୁ କେବଳ ଭାରତୀୟଙ୍କୁ ଅଧିକାର ମିଳିଛି। ଆସାମ ଏବଂ ଜାମ୍ମୁ କାଶ୍ମୀରର ମୁସଲମାନ ରୋହିଙ୍ଗ୍ୟାଙ୍କ ନିର୍ବାସନ ଉପରେ ରୋକ୍ ଲଗାଇବାକୁ କୋର୍ଟ ମନା କରି ଦେଇଛନ୍ତି।
ଏହି ଖବରଟିକୁ ପଢନ୍ତୁ-LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଏବଂ ୮ ମିଜାଇଲ୍ ଖସାଇଲା ଭାରତ
ସୂଚନା ଥାଉକି, ଭାରତ-ପାକିସ୍ତାନ ମଧ୍ୟରେ ଏବେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତର ଘନ ଘନ ଆକ୍ରମଣରେ ପାକିସ୍ତାନ ଛାରଖାର ହୋଇଯାଇଛି। ଲାହୋର, ସିଆଲକୋଟ, କରାଚୀ ଭଳି ପାକିସ୍ତାନର ପ୍ରମୁଖ ସହରରେ ଭାରତ ବିଧ୍ଵଂସଲୀଳା ରଚିଛି। ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ରୋହିଙ୍ଗ୍ୟା ମୁସଲମାନଙ୍କ ସମ୍ଭାବ୍ୟ ନିର୍ବାସନକୁ ନେଇ ଯାଚିକା ଦାୟର ହୋଇଥିଲା।