ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଲେଖକ ବିଶ୍ୱମୋହନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲେ ଭ୍ରମଣ ପୁସ୍ତକ ‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’

Published By : Prameya | May 9, 2025 10:06 PM

ଭୁବନେଶ୍ୱର ,୯।୫  :  ବରିଷ୍ଠ ଲେଖକ ତଥା ପର୍ଯ୍ୟଟକ ବିଶ୍ବମୋହନ ପଟ୍ଟନାୟକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଭେଟି ତାଙ୍କ ଲିଖିତ ଦୁଇଟି ଭ୍ରମଣ ପୁସ୍ତକର ପ୍ରଥମ ଖଣ୍ଡ ପ୍ରଦାନ କରିଛନ୍ତି ।ଏହି ଦୁଇ ପୁସ୍ତକ ହେଲା ଓଡିଆରେ ଲିଖିତ ‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଏବଂ ଏହାର ଇଂରାଜୀ ଅନୁବାଦ । 

ମୁଖ୍ୟମନ୍ତ୍ରୀଙ୍କୁ ଏହି ଦୁଇ ପୁସ୍ତକର ପ୍ରଥମ ଖଣ୍ଡ ଉପହାର ଦେବା ଅବସରରେ ଲେଖକ କହିଛନ୍ତି ଯେ “ଏକ ବିଶାଳ ଏବଂ ସୁନ୍ଦର ଦେଶ ଆମେରିକା ପରିଦର୍ଶନ କରିବାର ସୌଭାଗ୍ୟ ପାଇଥିଲି । ପୃଥିବୀର ଅନେକ ଦେଶ ବୁଲିଥିଲେ ବି ଆମେରିକାରୁ ଫେରିବା ପରେ, ସେଠାରେ ମୋର ରହଣିର ସ୍ମୃତିକୁ ଲେଖିବାର ଇଚ୍ଛାକୁ ନିୟନ୍ତ୍ରଣ କରିପାରି ନଥିଲି । ଏହାକୁ କଫି ଟେବୁଲ୍ ପୁସ୍ତକର ରୂପ ଦେଇଥିଲି । ଏହା ମୋ ମାତୃଭାଷାରେ ଲେଖିଥିଲି, ଯେପରି ଅଧିକରୁ ଅଧିକ ଲୋକ, ବିଶେଷକରି ରାଜ୍ୟର ଛାତ୍ରଛାତ୍ରୀମାନେ ଏହାକୁ ପାଠ କରିପାରିବେ। ଏହା ମୋତେ ଏକ ଇଂରାଜୀ ସଂସ୍କରଣ ପ୍ରକାଶ କରିବାକୁ ପ୍ରେରଣା ଦେଇଥିଲା।

 ରାଜ୍ୟର ୧୦,୦୦୦ ହାଇସ୍କୁଲ ଏବଂ ୨୦୦୦ କଲେଜ ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥରେ ନିଜ ଖର୍ଚ୍ଚରେ ପୁସ୍ତକଟିକୁ ଉତ୍ସର୍ଗ କରିବାକୁ ଆମେ ନିଷ୍ପତ୍ତି ନେଇଥିଲୁ । ରାଜ୍ୟ ସରକାରଙ୍କ OSEPA ମାଧ୍ୟମରେ ଅନୁମତି ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଲୋକ-ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ପ୍ରଦାନ କରିଥିଲେ ଲେଖକ ବିଶ୍ୱମୋହନ ପଟ୍ଟନାୟକ।

 ଭ୍ରମଣ ପୁସ୍ତକ ‘‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’’ର ପ୍ରଥମ ଖଣ୍ଡ ଗ୍ରହଣ କରି  ମୁଖ୍ୟମନ୍ତ୍ରୀ ଲେଖକଙ୍କ ପ୍ରୟାସର ସଫଳତା ଏବଂ ଶୁଭକାମନା କରିଥିଲେ। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ପୁସ୍ତକର ପ୍ରଥମ ସଂଖ୍ୟା ଗ୍ରହଣ କରି ପୁସ୍ତକର ପ୍ରକାଶିକା ଜୟଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

୧୨ ହଜାର ପୁସ୍ତକ ସ୍କୁଲ ଓ କଲେଜଗୁଡ଼ିକୁ ନିଜ ଖର୍ଚ୍ଚରେ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାର ଉଦାହରଣ ଆଗାମୀ ଦିନରେ ଅନ୍ୟାନ୍ୟ ପ୍ରକାଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ। ଓଡିଆ ଭ୍ରମଣ ସାହିତ୍ୟ ଏବଂ ବିକଶିତ ରାଷ୍ଟ୍ରଗୁଡିକର ଉଦାହରଣ ଆମର ଉତ୍ତରପିଢ଼ିଙ୍କୁ ଉତ୍ସାହିତ କରିବ। ମୁଖ୍ୟମନ୍ତ୍ରୀ ଉଭୟ ଲେଖକ ଓ ପ୍ରକାଶିକାଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିପାଇଁ ଅନୁଷ୍ଠିତ ସମାବେଶରେ ଶିକ୍ଷାବିତ ତଥା ସୁସାହିତ୍ୟିକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା ତଥା ଲେଖକଙ୍କ ସୁପୁତ୍ର ଅଭିଜିତ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.