ପ୍ରମୂଖ ଖବର
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ଫିରୋଜପୁରର ଗାଁରେ ଡ୍ରୋନ୍‌ ହମଲା , ଘରେ ଜଳୁ ଥିଲା ଲାଇଟ୍‌ ; ୩ ଆହତ

Published By : Prameya | May 9, 2025 11:19 PM

ନୂଆଦିଲ୍ଲୀ : ପାକିସ୍ତାନ ଶୁକ୍ରବାର ରାତିରେ ପୁଣି ଥରେ ଭାରତର ଅନେକ ସହର ଉପରେ ଡ୍ରୋନ୍‌ ହମଲା କରିଛି। ଏହି ଡ୍ରୋନ୍‌ ହମଲାକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ମାରି ଖସାଇ ଦେଇଛି। ହେଲେ ପଞ୍ଜାବର ଫିରୋଜପୁରର ଗାଁ ଖାଇରେ ପାକିସ୍ତାନୀ ଡ୍ରୋନ୍‌ ଖସିବା କାରଣରୁ ଏକ ଘରେ ନିଆଁ ଯାଇଛି। ଏହି ନିଆଁରେ ଗୋଟିଏ ପରିବାରର ୩ଜଣ ସଦସ୍ୟ ପୋଡି ହୋଇ ଯାଇଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଜଣାପଡ଼ିଛି କି, ୪ଟି ଡ୍ରୋନ୍‌ ପକାଯାଇ ଥିଲା। ଏଥିରୁ ଦୁଇଟିକୁ ଏୟାର ଡିଫେନ୍ସ ସିଷ୍ଟମ ମାରି ଖସାଇ ଦେଇଛି , କିନ୍ତୁ ଏହି ଘରେ ଲାଇଟ୍‌ ଜଳୁଥିଲା ତ ସେହି ଘରୁ ଟାର୍ଗେଟ୍‌ କରି ଦୁଇଟି ଡ୍ରୋନ୍‌ ମାଡ଼ କରାଯାଇଛି। ଏହି ହମଲାରେ ଘରେ ତୁରନ୍ତ ନିଆଁ ଲାଗିଛି ଏବଂ ୩ଜଣ ଆହତ ହୋଇଛନ୍ତି। 

ପାକିସ୍ତାନ କରତାରପୁର କରିଡର ନିକଟରେ ମଧ୍ୟ ଡ୍ରୋନ୍‌ରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି। ଏଠାରେ ଖୁବ୍‌ ଜୋରରେ ଧମାକା ର ଶବ୍ଦ ଶୁଣିବାକୁ ମିଳିଛି। ଭାରତ-ପାକ୍‌ ମଧ୍ୟରେ ହୋଇଥିବା ଯୁଦ୍ଧ ସ୍ଥିତି ମଧ୍ୟରେ ଗୁରୁଦାସପୁରରେ କାଲି ପ୍ରଶାସନ ସଂପୂର୍ଣ୍ଣ ବ୍ଲାକଆଉଟ୍‌ର ଘୋଷଣା କରିଦେଇ ଥିଲା। ଗୁରୁଦାସପୁରର ଡି.ସି ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି ଯେ,ରାତି ୯ଟାରୁ ସକାଳ ୫ଟା ଯାଏ ପୂରା ବ୍ଲାକଆଉଟ୍‌ ରହିବ।  ଗୁରୁଦାସପୁର ମଧ୍. ପାକିସ୍ତାନର ସୀମାରେ ଲାଗିଥିଲା ଜିଲ୍ଲା। ଆଶଙ୍କା କରାଯାଉ ଥିଲା ଯେ ପାକସ୍ତାନ କରତାରପୁର କରିଡୋରକୁ ଟାର୍ଗେଟ୍‌ କରି ପାରେ ,ଯାହା ସତ ସାବ୍ୟସ୍ତ ହୋଇଛି। 

ଅପରେସନ ସିନ୍ଦୂର ପରେ ପଞ୍ଜାବର ଗୁରୁଦାସପୁର ଜିଲ୍ଲାରେ କରତାରପୁର କରିଡରକୁ ଭାରତ ସରକାର କାଲି ବନ୍ଦ କରିଦେଇ ଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.