ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମେ' ୧୨ ଯାଏ ବଢ଼ିଲା ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ପରୀକ୍ଷା

Published By : Prameya | May 9, 2025 1:16 PM

ଭୁବନେଶ୍ୱର,୦୯/୦୫: ବଢ଼ିଲା ବିଶ୍ୱବିଦ୍ୟାଳୟ ଅନୁଦାନ  ଆୟୋଗ ନେଟ୍‌ ଜୁନ୍‌ ୨୦୨୫ ଆବେଦନ ଶେଷ ତାରିଖ । ଗତକାଲି (ବୁଧବାର) ଦିନ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ  ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆବେଦନ ସୀମାକୁ ଆସନ୍ତା  ୧୨ ତାରିଖ ଯାଏ ବୃଦ୍ଧି କରାଯାଇଛି । ଏନେଇ ନ୍ୟାସନାଲ୍‌ ଟେଷ୍ଟିଂ  ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ଏନ୍‌ଟିଏର ବିଜ୍ଞପ୍ତି  ଅନୁଯାୟୀ, ୧୩ ତାରିଖ ମଧ୍ୟରେ ଆବେଦନ ଫି ଅନ୍‌ଲାଇନ  ମାଧ୍ୟମରେ ଦାଖଲ କରିବାର ସୁଯୋଗ ମିଳିବ । ୧୪ ଓ ୧୫ରେ  ଆବଦେନ ଫର୍ମର ସଂଶୋଧନ ସୁଯୋଗ ମିଳିବ । ଜୁନ୍‌ ୨୧ରୁ  ଜୁନ୍‌ ୩୦ ମଧ୍ୟରେ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି ।  ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୧୫୦ ଟଙ୍କା, ସାଧାରଣ ବର୍ଗ  (ଆର୍ଥିକ ଅନଗ୍ରସର ଶ୍ରେଣୀ)/ଓବିସି/ ଏନ୍‌ସିଏଲ୍‌ ପ୍ରାର୍ଥୀଙ୍କ  ପାଇଁ ୬୦୦ ଟଙ୍କା, ଏସ୍‌ସି, ଏସ୍‌ଟି, ତୃତୀୟ ଲିଙ୍ଗି ପ୍ରାର୍ଥୀଙ୍କ ପାଇଁ  ୩୨୫ ଟଙ୍କା ଆବେଦନ ଫି ରହିଛି । 

ସୂଚନାଯୋଗ୍ୟ, କଲେଜ ଓ  ବିଶ୍ୱବିଦ୍ୟାଳୟରେ ଜୁନିଅର ରିସର୍ଚ୍ଚ ଫେଲୋସିପ୍‌ ଓ ଆସିଷ୍ଟାଣ୍ଟ  ପ୍ରଫେସର ନିଯୁକ୍ତି ଓ ପିଏଚ୍‌ଡି ନାମଲେଖା ପାଇଁ ୟୁଜିସି ନେଟ୍‌  ପରୀକ୍ଷାର ଆବଶ୍ୟକତା ରହିଛି । ଏନେଇ ସମସ୍ତ ସୂଚନା ଏନ୍‌ଟିଏ  ୱେବ୍‌ସାଇଟ୍‌ www.nta.ac.inରେ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.