ନୂଆଦିଲ୍ଲୀ, ୩୦/୧୧: ଏଜୁକେସନ୍ ଷ୍ଟାର୍ଟଅପ୍ ବାୟଜୁସକୁ ଆଉ ଏକ ଝଟକା ଲାଗିଛି । ବର୍ଷକ ମଧ୍ୟରେ କମ୍ପାନୀର ସମ୍ପତି ପ୍ରାୟ ୮୬ ପ୍ରତିଶତ ହ୍ରାସ୍ ପାଇଛି । ୨୨ ବିଲିୟନ୍ ଡଲାରରୁ କମ୍ପାନୀର ସମ୍ପତ୍ତି ଖସି ୩ ବିଲିୟନ୍ ଡଲାରରେ ପହଞ୍ଚିଛି । ମହାମାରୀ କୋଭିଡ୍ ସମୟରେ ବାୟଜୁସର ବିସ୍ତାର ହୋଇଥିଲା ।
ଏବେ କମ୍ପାନୀକୁ ନିବେଶ ଆସୁ ନଥିବାରୁ ବାୟଜୁସ୍ ସଂକଟରେ ପଡ଼ିଛି । ଏହାଛଡ଼ା କ୍ରେଡିଟର୍ସଙ୍କ ସହ ୧.୨ ବିଲିୟନ୍ ଲୋନ୍ ବିବାଦ ଲାଗି ରହିଛି । ବିଗତ ବର୍ଷ ମଧ୍ୟରେ ପ୍ରୋସୁସ୍ ଓ ବ୍ଲାକରକ୍ ଭଳି ସେୟାରହୋଲ୍ଡର୍ସ ବାୟଜୁସରୁ ପୁଞ୍ଜି ପ୍ରତ୍ୟାହାର କରି ନେଇଛନ୍ତି । ମାର୍ଚ୍ଚରେ ବାୟଜୁସ ପାଖରେ ୧୧ ବିଲିୟନ୍ ଡଲାର ସମ୍ପତ୍ତି ଥିବା ବେଳେ ମେରେ ୮ ବିଲିୟନ୍ ଡଲାର ଓ ଜୁନରେ ୫ ବିଲିୟନ୍ ଡଲାରକୁ ଖସି ଆସିଥିଲା ।
ଚୀନକୁ ଝଟକା, ଭାରତରୁ ଖେଳଣା ଓ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ ବଢ଼ାଉଛି ୱାଲମାର୍ଟ
ବାୟଜୁସର ଅନ୍ତରୀଣ ସିଇଓ ଏରଭିନ୍ ଟୁଙ୍କ ଅନୁସାରେ, କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ୨୨୫୦ କୋଟି ଟଙ୍କା କ୍ଷତି ସହିଛି । ୨୦୨୧/୨୨ ଆର୍ଥିକ ବର୍ଷରୁ ବାୟଜୁସ୍ ବର୍ଷେ ହେଲା ବିବରଣୀ ନଦେଇ ଟିକସ ଫାଇଲିଂ କରି ନାହିଁ । ଗତ ସପ୍ତାହରେ ବାୟଜୁସର ମୁଖ୍ୟ ଆର୍ଥିକ ଅଧିକାରୀ ଓ ମୁଖ୍ୟ ବୈଷୟିକ ଅଧିକାରୀ କମ୍ପାନୀ ଛାଡ଼ିଥିଲେ ।
ଜଣେ ଟ୍ୟୁସନ୍ ଶିକ୍ଷକରୁ ବାୟଜୁସ୍ ଭଳି ଏଜୁକେସନ୍ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିଥିଲେ ରବୀନ୍ଦ୍ରନ । ଯାହାକୁ ନେଇ ବେଶ ଚର୍ଚ୍ଚା ବି ହୋଇଥିଲା । କୋଭିଡ୍ ସମୟରେ ସ୍କୁଲ୍ ଓ କଲେଜ ବନ୍ଦ ହୋଇ ଯିବା ପରେ କମ୍ପାନୀ ପ୍ରବଳ ଖର୍ଚ୍ଚ କରିଥିଲା । ଏକାଧିକ ଏଜୁଟେକ୍ ଷ୍ଟାର୍ଟଅପକୁ କିଣିଥିଲା ବାୟଜୁସ୍ । ଏପରିକି ଭାରତ ବାହାରେ ଆମେରିକାରେ ବାୟଜୁସ୍ ଶାଖା ବିସ୍ତାର ପାଇଁ ପ୍ରୟାସ କରିଥିଲା ।
ଭାରତରେ ୧୬୦ କୋଟି ଡଲାର ନିବେଶ କରିବ ଫକ୍ସକନ୍
ତେବେ କୋଭିଡର ପ୍ରଭାବ କମିବା ସହ ଧିରେ ଧିରେ ଶିକ୍ଷାନୁଷ୍ଠାନ ଖୋଲିବାରୁ ବାୟଜୁସର ଅଭିବୃଦ୍ଧି ବଢ଼ିବା ପରିବର୍ତ୍ତେ ଖସିବା ଆରମ୍ଭ ହୋଇଥିଲା । ତା ଛଡ଼ା କମ୍ପାନୀ ଆଇନ୍ ଫାନ୍ଦରେ ଫସିଥିଲା ।