ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଅର୍ଚ୍ଚନା ନାଗ ଜାମିନ ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ,୨୧/୧୧: ଇଡି ମାମଲାରେ ଗିରଫ ଅର୍ଚ୍ଚନା ନାଗଙ୍କ ଜାମିନ୍‌ ମାମଲାର ଶୁଣାଣି ସୋମବାର ଶେଷ ହୋଇଛି । ବିଚାରପତି ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀ ସବୁ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ।

ଅର୍ଚ୍ଚନା ନାଗ ତାଙ୍କୁ ବ୍ଲାକମେଲିଂ  କରୁଥିବା, ଧମକ ଦେଉଥିବା ନେଇ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା ଏକ ମାମଲା ରୁଜୁ  କରିଥିଲେ । ଘଟଣାରେ ପୁଲିସ୍‌ ଅର୍ଚ୍ଚନା ନାଗ୍‌ଙ୍କୁ ୨୦୨୨ ଅକ୍ଟୋବରରେ ଗିରଫ କରିଥିଲା ।  ପରେ ଏହି ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ହସ୍ତାନ୍ତର କରାଯାଇଥିଲା ।  ପୁଲିସ୍‌ ପକ୍ଷରୁ ରୁଜୁ ମାମଲାରେ ଅର୍ଚ୍ଚନା ନାଗ୍‌ଙ୍କୁ ହାଇକୋର୍ଟରୁ ଜାମିନ୍‌ ମିଳିସାରିଛି ।  ଇଡି ପକ୍ଷରୁ ରୁଜୁ ମାମଲାରେ ଶୁଣାଣି ଚାଲିଥିଲା । ସୋମବାର ଏହି ଶୁଣାଣି ଶେଷ ହୋଇଛି ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.