ବଲାଙ୍ଗିର, ୧୪/୦୯ : ପ୍ରବଳ ବର୍ଷା ଯୋଗୁଁ ଆଜି ବଲାଙ୍ଗିରରେ ସବୁ ସ୍କୁଲ ଛୁଟି। ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଏଭଳି ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି।
ସେପଟେ ସମସ୍ତ ବ୍ଲକ ଠାରୁ ଏନଏସି ଓ ପୌର ପରିଷଦକୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି। ଏହା ସହ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଜରୁରୀକାଳୀନ ନମ୍ବର ଜାରି କରାଯାଇଛି। ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଏନେଇ ସୂଚନା ଦେଇଛନ୍ତି।