ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ବୈଜ୍ଞାନିକଙ୍କ ଅଜବ ଦାବି: ମଙ୍ଗଳ ଗ୍ରହରେ ଥିଲେ ଏଲିଅନ୍‌, ଭୁଲରେ ମାରିଦେଇଛି ନାସା

ଓ୍ବାଶିଂଟନ୍‌, ୦୭/୦୯: ବାହାର ଗ୍ରହର ଜୀବ ବା ଏଲିଅନଙ୍କୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି । କେତେବେଳେ ଏଲିଅନଙ୍କ ଉପସ୍ଥିତିକୁ ନେଇ ଅଜବ ଦାବି ହେଉଛି ତ ଆଉ କେତେବେଳେ ଅଜଣା ଉଡ଼ନ୍ତା ବସ୍ତୁ ବା ୟୁଏଫକୁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପ୍ରକୃତରେ ବାହାର ଗ୍ରହରେ ଜୀବନ ଅଛି କି ନାହିଁ ସେନଇ କେହି ତଥ୍ୟ ଦେଇପାରି ନାହାନ୍ତି । ହେଲେ ଏବେ ଜଣେ ଆମେରିକୀୟ ବୈଜ୍ଞାନିକଙ୍କ ଦାବିକୁ ନେଇ ସମଗ୍ର ବିଶ୍ବରେ ଚହଳ ସୃଷ୍ଟି ହୋଇଛି । 

ଡରାଉଛି ନୂଆ ତଥ୍ୟ: ଯୁବପିଢ଼ିଙ୍କୁ ଗ୍ରାସ କରୁଛି କ୍ୟାନ୍ସର, ୩୦ ବର୍ଷରେ ୮୦ ପ୍ରତିଶତ ବୃଦ୍ଧି

ସେ ଦାବି କରିଛନ୍ତି, ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା-ନାସା ମଙ୍ଗଳ ଗ୍ରହରେ ଏଲିଅନଙ୍କ ସନ୍ଧାନ ପାଇଥିଲା । ହେଲେ ଏନେଇ ଜାଣିନପାରି ଅଜଣାତରେ ସେମାନଙ୍କୁ ନାସା ମାରିଦେଇଛି । ଡର୍କ ଶୁଲଜ୍‌ ମକୁଚଙ୍କ ଏଭଳି ଦାବିକୁ ନେଇ ବୈଜ୍ଞାନିକ ଗୋଷ୍ଠୀ ଦୁଇ ଭାଗରେ ଭାଗ ହୋଇଯାଇଛନ୍ତି । କେହି କେହି ଏହି ଦାବିକୁ ଖଣ୍ଡନ କରିଛନ୍ତି । ବୈଜ୍ଞାନିକ ମକୁଚଙ୍କ ଦାବି ଅନୁସାରେ, ୧୯୭୬ରେ  ମଙ୍ଗଳରେ ଲ୍ୟାଣ୍ଡ କରିବା ପରେ ନାସାର ଭାଇକିଙ୍ଗ ଲ୍ୟାଣ୍ଡର୍ସ ଲାଲଗ୍ରହରେ ଥିବା ଛୋଟ ଏବଂ ଶୁଷ୍କ ପ୍ରତିରୋଧୀ ଜୀବନର ସନ୍ଧାନ ପାଇଥାଇପାରେ । ଯଦି ଏମିତି ଜୀବନ ଥିବ ତେବେ ଲ୍ୟାଣ୍ଡର୍ସ କିଛି ବିଶ୍ଳେଷଣ କରିବା ପୂର୍ବରୁ ସେମାନଙ୍କୁ ମାରିଦେଇଥିବ ବୋଲି ସେ ଦାବି କରିଛନ୍ତି । 

ଏହା ସହ ସେ ଆହୁରି କହିଛନ୍ତି, ଏହି ତଥ୍ୟ କେତେକଙ୍କୁ ପସନ୍ଦ ଆସିନପାରେ । ହେଲେ ଏଭଳି ସୁକ୍ଷ୍ମ ଜୀବ ପୃଥିବୀପୃଷ୍ଠରେ ରହିଛନ୍ତି । ଲାଲଗ୍ରହରେ ଏଭଳି ଜୀବ ଥିବା କଥାକୁ ଅସ୍ବୀକାର କରାଯାଇନପାରେ । ନାସା ମଙ୍ଗଳରେ ଗ୍ରହରେ ଦୁଇଟି ଭାଇକିଙ୍ଗ ଲ୍ୟାଣ୍ଡର ଲ୍ୟାଣ୍ଡ କରାଇଥିଲା । ପ୍ରତି ଲ୍ୟାଣ୍ଡର ପାଖରେ ନିଜ ନିଜର ଲ୍ୟାବ୍‌ ଥିଲା ।

You can also read: ଭାରତରେ ‘ଜୟ ଶ୍ରୀ ରାମ’ ନାରା ଦେଉଥିବା ସୀମା ହାଇଦରଙ୍କ ମୁହଁରୁ ଜନ୍ମାଷ୍ଟମୀରେ ବାହାରିଲା ଆଲ୍ଲା , ଚମକି ପଡ଼ିଲେ ଲୋକେ


Copyright © 2022 - Summa Real Media Private Limited. All Rights Reserved.