ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ବର୍ଷକରେ ୫.୧୭ ଲକ୍ଷ ଚାକିରି, ୧୧ ଲକ୍ଷ ରୋଜଗାର ; ନିଯୁକ୍ତିର ପସରା ଖୋଲିବେ ନୀତୀଶ କୁମାର

ପାଟନା : ବିହାରରେ ନୀତୀଶ କୁମାରଙ୍କ ସରକାରୀ ଚାକିରିର ପସରା ମେଲିବାକୁ ଯାଉଛନ୍ତି। ବର୍ଷେ ଭିତରେ ୧୬ ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ବା ରୋଜଗାର ମିଳିବ। ବର୍ଷ ଭିତରେ ସରକାର ଭିନ୍ନ ଭିନ୍ନ ବିଭାଗରେ ଖାଲି ଥିବା ୫.୧୭ ଲକ୍ଷ ପଦରେ ନିଯୁକ୍ତ ଦେବେ।  ଏହାସହ ୧୧ ଲକ୍ଷ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହେବ। ଏହାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।

ଏହା ବ୍ୟତୀତ ୧.୯୯ ଲକ୍ଷ ସରକାରୀ ଚାକିରି ସମ୍ୱନ୍ଧିତ ନିଯୁକ୍ତି ପ୍ରକ୍ରିୟା ପୂରଣ କରାଯାଇଛି। ଆଗାମୀ ୩ ମାସ ଭିତରେ ନିଯୁକ୍ତି ପତ୍ର ବିତରଣ କରିବାର ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ସରକାରୀ ଚାକିରିକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ସେ ଉପ ମୁଖ୍ୟମନ୍ତ୍ରୀ , ସମ୍ୱନ୍ଧିତ ବିଭାଗର ମନ୍ତ୍ରୀ , ମୁଖ୍ୟ ସଚିବ , ବିଭାଗର ମୁଖ୍ୟଙ୍କୁ ୭ ନିଶ୍ଚୟ ଯୋଜନା-୨ ଅନ୍ତର୍ଗତ ସରକାରୀ ଚାକିରି ଓ ରୋଜଗାର ଦେବାର ନିର୍ଦ୍ଧାରିତ ଲକ୍ଷ୍ୟକୁ ବର୍ଷେ ଭିତରେ ମିଶନ ମୋଡ୍‌ରେ ପୂରା କରିବାର ନିର୍ଦ୍ଦେଶ ଦେଇଛନ୍ତି। 

ଉଲ୍ଲେଖନୀୟ ଯେ , ନିଯୁକ୍ତି ଦେଉଥିବା ବିଭିନ୍ନ ଆୟୋଗକୁ ୨ ଲକ୍ଷ ୧୧ ହଜାର ନୂଆ ନିଯୁକ୍ତି ପାଇଁ ସୂଚନା ଦିଆ ଯାଇଛି । ଏହା ବ୍ୟତୀତ ଆଗାମୀ ମାସେ ଭିତରେ ୨ ଲକ୍ଷ ୩୪ ହଜାର ନିଯୁକ୍ତର ସୂଚନା ବିଭିନ୍ନ ଆୟୋଗକୁ ପଠାଯିବ। ଏହାସହ ଆଗାମୀ ବର୍ଷରେ ନିଯୁକ୍ତି ପାଇଁ ୭୨ ହଜାର ଆହୁରି ଭାକାନ୍ସି (ନିଯୁକ୍ତି) ହେବାର ଅନୁମାନ କରାଯାଉଛି, ଯାହାର ଅଧିସୂଚନା ଆସନ୍ତା ବର୍ଷ ପଠାଯିବ। 

ନିଯୁକ୍ତି ପାଇଁ ଆୟୋଜିତ ପରୀକ୍ଷା ଗୁଡ଼ିକରେ ସ୍ୱଚ୍ଛତା ବଜାୟ ରହିବ ଓ ପରୀକ୍ଷାରେ କୌଣସି ପ୍ରକାରର ଅନିୟମିତତା ଓ ପ୍ରଶ୍ନ ପତ୍ର ଲିକ୍‌ ନହେଉ , ଏହାକୁ ନେଇ ଏକ ଦୃଢ ଆଇନ୍ ପ୍ରଣୟନର ପ୍ରସ୍ତାବ ଆଗାମୀ ବିଧାନସଭାର ସେସନରେ ଆଣିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.