ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଦେଶର ୪୦% ସାଂସଦ ଦାଗୀ, ୪୦୦୧ ବିଧାୟକଙ୍କ ୫୪ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି: ଏଡିଆରର୍‌ର ରିପୋର୍ଟ

ନୂଆଦିଲ୍ଲୀ,୧୩।୯: ଦେଶରେ ଥିବା ମୋଟ୍‌ ୭୬୩ ସାଂସଦଙ୍କ ମଧ୍ୟରୁ ୩୦୬ ଜଣ ବା ୪୦%ଙ୍କ   ବିରୋଧରେ ଅଛି ଫୌଜଦାରୀ ମାମଲା । ଏମାନଙ୍କ ମଧ୍ୟରୁ ପ୍ରାୟ ୧୯୪ (୨୫%) ଜଣଙ୍କ ବିରୋଧରେ ସଙ୍ଗିନ ମାମଲା ରହିଛି । ଏମାନେ ହତ୍ୟା, ହତ୍ୟା  ଉଦ୍ୟମ, ଅପହରଣ ଏବଂ ମହିଳା ବିରୋଧୀ ଭଳି ସଙ୍ଗିନ ଅପରାଧରେ ଅଭିଯୁକ୍ତ ରହିଛନ୍ତି । ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ଓ ନ୍ୟାସନାଲ ଇଲେକ୍ସନ୍‌ ୱାଚ୍‌ (ଏନ୍‌ଇଡବ୍ଲ୍ୟୁ) ଦ୍ୱାରା ଜାରି ସଦ୍ୟ   ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ମୁତାବକ କେରଳର ସର୍ବାଧିକ ୭୩%  ସାଂସଦ ନିଜ ସତ୍ୟପାଠରେ ସେମାନଙ୍କ ବିରୋଧରେ  ଆପରାଧିକ ମାମଲା ରହିଥିବା ଦର୍ଶାଇଛନ୍ତି ।  କେରଳରେ ମୋଟ ୨୯ ସାଂସଦଙ୍କ ମଧ୍ୟରୁ ୨୩  ଜଣ ବା ୭୯%ଙ୍କ ବିରୋଧରେ ଆପରାଧିକ  ମାମଲା ରହିଛି । ଦ୍ୱିତୀୟ ସ୍ଥାନରେ ଥିବା ବିହାରରେ  ୫୬ ସାଂସଦଙ୍କ ମଧ୍ୟରୁ ୪୧ ଜଣ ବା ୭୩%ଙ୍କ  ବିରୋଧରେ ଫୌଜଦାରୀ ମାମଲା ଅଛି । 

ସେହିଭଳି ମହାରାଷ୍ଟ୍ରରେ ୬୫ ସାଂସଦଙ୍କ ମଧ୍ୟରୁ ୫୭% ବା ୩୭ ଜଣଙ୍କ ବିରୋଧରେ ମାମଲା ରହିଥିବା ବେଳେ ତେଲଙ୍ଗାନାରେ ୫୪% ବା ୨୪ରୁ ୧୩ ଜଣ ସାଂସଦଙ୍କ ବିରୋଧରେ ଫୌଜଦାରୀ ମାମଲା ଅଛି । ସଙ୍ଗିନ ଫୌଜଦାରୀ ମାମଲା କ୍ଷେତ୍ରରେ ବିହାର ସର୍ବାଗ୍ରେ ରହିଛି । ରାଜ୍ୟରେ ସର୍ବାଧିକ ୫୦% ସାଂସଦଙ୍କ ବିରୋଧରେ ସଙ୍ଗିନ ମାମଲା ରହିଥିବା ବେଳେ ଏହା ପଛକୁ ତେଲଙ୍ଗାନା (୩୮%),  କେରଳ (୩୪%), ମହାରାଷ୍ଟ୍ର (୩୪%) ଓ ଉତ୍ତର ପ୍ରଦେଶ (୩୪%) ରହିଛି । ଲାକ୍ଷାଦ୍ୱୀପର ଜଣେ  ସାଂସଦଙ୍କ ବିରୋଧରେ ଗମ୍ଭୀର ମାମଲା ରହିଥିବା  ବେଳେ ବିହାରର ୨୮, ତେଲଙ୍ଗାନାର ୨୪ରୁ ୯,  କେରଳର ୨୯ରୁ ୧୦, ମହାରାଷ୍ଟ୍ରର ୬୫ରୁ ୨୨  ଏବଂ ୟୁପିର ୧୦୮ ସାଂସଦଙ୍କ ମଧ୍ୟରୁ ୩୭ ଜଣଙ୍କ  ବିରୋଧରେ ସଙ୍ଗିନ ଫୌଜଦାରୀ ମାମଲା ରହିଛି । ଏଡିଆର୍‌ ରିପୋର୍ଟ ଦର୍ଶାଇଛି ଯେ ଓଡ଼ିଶାରେ ଥିବା ମୋଟ୍ ୩୧ ସାଂସଦ (ଉଭୟ ଲୋକସଭା  ଓ ରାଜ୍ୟସଭା)ଙ୍କ ମଧ୍ୟରୁ ୯ ଜଣ ବା ୨୯%ଙ୍କ  ବିରୋଧରେ ଫୌଜଦାରୀ ମାମଲା ରହିଛି । ଏମାନଙ୍କ  ମଧ୍ୟରୁ ମାତ୍ର ୨ ବା ୧୦%ଙ୍କ ବିରୋଧରେ ସଙ୍ଗିନ  ମାମଲା ରହିଛି । ରାଜସ୍ଥାନର ୩୫ ସାଂସଦଙ୍କ ମଧ୍ୟରୁ  ୨୩% ବା ୮ ଜଣଙ୍କ ବିରୋଧରେ ମାମଲା ରହିଥିବା  ବେଳେ ୬% ବା ୨ ଜଣଙ୍କ ବିରୋଧରେ ଗୁରୁତର ମାମଲା ରହିଛି । ହରିଆଣାର ମୋଟ ୧୪ ସାଂସଦଙ୍କ   ମଧ୍ୟରୁ ମାତ୍ର ଜଣଙ୍କ ବିରୋଧରେ ମାମଲା ରହିଛି । ତାଙ୍କ ବିରୋଧରେ କୌଣସି ସଙ୍ଗିନ ମାମଲା ନାହିଁ । ଦଳ ଦୃଷ୍ଟିରୁ ଦେଖିଲେ ବିଜେପିର ମୋଟ   ୩୮୫ ସାଂସଦଙ୍କ ମଧ୍ୟରୁ ୧୩୯ ଜଣ ବା ୩୬%ଙ୍କ   ବିରୋଧରେ ଫୌଜଦାରୀ ମାମଲା ରହିଥିବା ବେଳେ   ସେମାନଙ୍କ ମଧ୍ୟରୁ ୯୮ ଜଣ ବା ୨୫%ଙ୍କ ବିରୋଧରେ   ଗୁରୁତର ମାମଲା ରହିଛି । 

କଂଗ୍ରେସର ୮୧ ସାଂସଦଙ୍କ  ମଧ୍ୟରୁ ୪୩ ଜଣ (୫୩%)ଙ୍କ ବିରୋଧରେ ମାମଲା  ରହିଥିବା ବେଳେ ୨୬ (୩୨%) ଜଣଙ୍କ ବିରୋଧରେ  ସଙ୍ଗିନ ମାମଲା ରହିଛି । ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ର ୧୧ ସାଂସଦଙ୍କ ମଧ୍ୟରୁ ୩ ଜଣ ବା ୨୭%ଙ୍କ   ବିରୋଧରେ ମାମଲା ରହିଥିବା ବେଳେ ମାତ୍ର ଜଣଙ୍କ   ବିରୋଧରେ ସଙ୍ଗିନ ମାମଲା ରହିଛି । ସେହିଭଳି   ଟିଏମ୍‌ସିର ୩୬ ସାଂସଦଙ୍କ ମଧ୍ୟରୁ ୩୯% ବା ୧୪   ଜଣଙ୍କ ବିରୋଧରେ ମାମଲା ରହିଥିବା ବେଳେ ୧୯%   ବା ୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା ରହିଛି । ଶିବସେନା (ଉଦ୍ଧବ ଗୋଷ୍ଠୀ)ର ୯ ଜଣ ସାଂସଦଙ୍କ  ମଧ୍ୟରୁ ୭ ଜଣ ବା ୭୮%ଙ୍କ ବିରୋଧରେ ଫୌଜଦାରୀ  ମାମଲା ରହିଥିବା ବେଳେ ୪୪% ବା ୪ ଜଣଙ୍କ  ବିରୋଧରେ ଗୁରୁତର ମାମଲା ରହିଛି । ଏନ୍‌ସିପିର  ମୋଟ ୮ ସାଂସଦଙ୍କ ମଧ୍ୟରୁ ୩୮% ବା ୩ ଜଣଙ୍କ  ବିରୋଧରେ ମାମଲା ରହିଥିବା ବେଳେ ୨ ଜଣଙ୍କ  ବିରୋଧରେ ସଙ୍ଗିନ ମାମଲା ରହିଛି । ରାଜ୍ୟସଭାର ୨୨୫ ସାଂସଦଙ୍କ ମଧ୍ୟରୁ ୨୭ ଜଣ  (୨୭%) ଅରବପତି (ବିଲିୟନେୟାର) ରହିଥିବା  ଏଡିଆର୍‌ ରିପୋର୍ଟ ଦର୍ଶାଇଛି । 

ମୋଟ୍ ୨୨୫ ସାଂସଦଙ୍କ  ମଧ୍ୟରୁ ବିଜେପିର ସର୍ବାଧିକ ୮୫ ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣ ବା ୭% ସାଂସଦ ଅରବପତି ଅଛନ୍ତି । କଂଗ୍ରେସର ୩୦ ସାଂସଦଙ୍କ ମଧ୍ୟରୁ ୪ ଜଣ  ବା ୧୩% ଅରବପତି ରହିଛନ୍ତି । ୱାଇଏସ୍‌ଆର କଂଗ୍ରେସର ୯ରୁ ୪ ଜଣ (୪୪%) ଅରବପତି  ହୋଇଥିବା ବେଳେ ଆପ୍‌ର ୧୦ରୁ ୩ (୩୦%)  ଜଣ, ବିଆର୍‌ଏସ୍‌ର ୭ରୁ ୩ ଜଣ (୪୩%) ସାଂସଦ   ଅରବପତି । ଯଦି ରାଜ୍ୟ ଦୃଷ୍ଟିରୁ ଦେଖାଯାଏ ତେବେ   ଆନ୍ଧ୍ରପ୍ରଦେଶର ୪୫% ସାଂସଦ ଓ ତେଲଙ୍ଗାନାର ୪୩% ସାଂସଦ ଅରବପତି ଥିବା ଜଣାପଡ଼ିଛି । ରାଜ୍ୟସଭା ସାଂସଦମାନଙ୍କର ହାରାହାରି ସମ୍ପତ୍ତି ମୂଲ୍ୟ ୮୦.୯୩ କୋଟି ଟଙ୍କା । ବିଜେପି ସାଂସଦଙ୍କର ହାରାହାରି ସମ୍ପତ୍ତି ୩୦.୩୪ କୋଟି ଟଙ୍କା ହୋଇଥିବା ବେଳେ କଂଗ୍ରେସର ୩୦ ସାଂସଦଙ୍କ ହାରାହାରି ସମ୍ପତ୍ତି ୫୧.୬୫ କୋଟି, ଟିଏମ୍‌ସିର ୧୩ ସଦସ୍ୟଙ୍କ ହାରାହାରି ସମ୍ପତ୍ତି ୩.୫୫ କୋଟି, ୱାଇଏସ୍‌ଆର୍‌   କଂଗ୍ରେସର ୯ ରାଜ୍ୟସଭା ସାଂସଦଙ୍କର ହାରାହାରି ସମ୍ପତ୍ତି ମୂଲ୍ୟ ୩୯୫.୬୮ କୋଟି ଟଙ୍କା ରହିଛି । ଅନ୍ୟପକ୍ଷରେ ଦେଶର ୪,୦୦୧ ବିଧାୟକଙ୍କ ମୋଟ  ସମ୍ପତ୍ତି ମୂଲ୍ୟ ୫୪,୫୪୫ କୋଟି ଟଙ୍କା ବୋଲି ଏଡିଆର୍‌ ରିପୋର୍ଟ କହିଛି ।

  • ADR report
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.