ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

୨ ଡ଼ଙ୍ଗା ସହ ମୋଟର ଚୋରି କରି ୩ ଗିରଫ, ୨ ମୋଟର ଜବତ

ଖଲ୍ଲିକୋଟ , ୧୭/୦୬ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ରୁ ଦୁଇ ଡ଼ଙ୍ଗା ସହ ମୋଟର ଚୋରି କରିଥିବା ୩ ଜଣ ଚୋର କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟ ରୁ ଦୁଇଟି ମୋଟର ଜବତ କରିଛି। ଗିରଫ ୩ ଅଭିଯୁକ୍ତ ହେଲେ ବାଲୁଗାଁ ଥାନା ଚନ୍ଦ୍ରାପୁଟ ଗ୍ରାମର ରାନୁସ ରାଉତ (୩୨), ମାନସ ଜାଲୀ (୨୫), ମିଟୁ ଜାଲୀ (୨୬)। 

 ଲଙ୍ଗଳେଶ୍ୱର ପାଦୂକେଇ ମନ୍ଦିର ନିକଟସ୍ଥ ଚିଲିକା କୂଳରୁ ଗତ ୧୨ ତାରିଖ ରାତିରେ ଦୁଇଟି ଡ଼ଙ୍ଗା ମୋଟର ସହ କେହି ଚୋରି କରି ନେଇଥିବା ଲଙ୍ଗଳେଶ୍ୱର ଗ୍ରାମ ର ସହଦେଵ ବେହେରା ଭେଜିପୁଟ ଫାଣ୍ଡି ରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ବେଳେ ଲଙ୍ଗଳେଶ୍ୱର ଠାରୁ ଦୁଇ କିମି ଦୂର ଆମ୍ବନାସୀ ଠାରେ ଦୁର୍ବୁତ୍ତ ଛାଡି ଯାଇଥିବା ଡ଼ଙ୍ଗା ଦୁଇଟି ମିଳିଥିଲା। କିନ୍ତୁ ଡ଼ଙ୍ଗା ରେ ମୋଟର ନ ଥିଲା। ଡ଼ଙ୍ଗା କୁ ଛାଡି ମୋଟର ଦୁଇଟି କୁ ଚୋରି କରି ନେଇଥିଲେ ଦୁର୍ବୁତ୍ତ। ଆଜି ମୋଟର ଦୁଇଟି ବିକ୍ରି ହେଉଥିବା ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର, ଏସ ଆଈ ଭକ୍ତ ଚରଣ ମୁଖି, କନେଷ୍ଟବଳ ଧର୍ମରାଜ ଡୁଙ୍ଗ ଡୁଙ୍ଗ ଓ ଅନ୍ୟ ପୋଲିସ କର୍ମଚାରୀ ଙ୍କ ସହ ବାଲୁଗାଁ ଥାନା ଚନ୍ଦ୍ରାପୁଟ ଗ୍ରାମ ରେ ଚଢ଼ାଉ କରି ୩ ଜଣଙ୍କୁ ଧରିବା ସହ ସେମାନଙ୍କ ନିକଟ ରୁ ଦୁଇଟି ମୋଟର କୁ ଜବତ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.