ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ୱାୟନାଡ଼ ଭୂସ୍ଖଳନରେ ସବୁ କିଛି ଚାଲି ଯାଇଛି : ନିଜର ୨୬ ସଂପର୍କୀୟଙ୍କୁ ଖୋଜୁଛନ୍ତି ଏହି ବ୍ୟକ୍ତି

ୱାୟନାଡ : କେରଳର ୱାୟନାଡରେ ଭୂସ୍ଖଳନ ଓ ବର୍ଷା ଭୟଙ୍କର ଆତଙ୍କ ଖେଳାଇ ଦେଇଛି। ଏଠାରେ ମୃତକଙ୍କ ସଂଖ୍ୟା ୩୦୦ରୁ ଅଧିକ ହୋଇ ଯାଇଛି। ୱାୟନାଡର ଅନେକ ଲୋକ ନିଜ ଘର ଓ ପରିବାର ହରାଇ ଦେଇଛନ୍ତି। ଏଠାରେ ଏମତି ଏକ ଦୁଃଖଦ କାହାଣୀ ସାମ୍ନାକୁ ଆସିଛି , ଯାହାକି ହୃଦୟ ଥରାଇ ଦେବ। ଏହି ଦୁଃଖଭରା କାହାଣୀ ହେଉଛି ସେହି ବ୍ୟକ୍ତିଙ୍କର ଯିଏ ଏହି ପ୍ରଳୟରେ ନିଜର ସବୁକିଛି ହରାଇ ଦେଇଛନ୍ତି। 

ୱାୟନାଡର ମୁଣ୍ଡକ୍କଇରେ ରହୁଥିବା ୫୧ ବର୍ଷିୟ ଶୌକତଙ୍କୁ ଯେମିତି ଏକଥା ଜଣାପଡ଼ିଲା, ସେ କାତାରରୁ ଦୌଡ଼ି ଦୌଡ଼ି ଏଠାରେ ପହଞ୍ଚିଲେ। ଦେଖିଲେ ଭଗ୍ନାବଶେଷ ଭିତରୁ ଲୋକଙ୍କ ଶବ ବାହାର କରାଯାଉଛି। ଅନେକ ଲୋକ ସେମାନଙ୍କର ସଂପର୍କୀୟଙ୍କୁ ଖୋଜୁଛନ୍ତି । ଏହାରି ଭିତରେ ଅଛନ୍ତି ଶୌକତ। ସେ ଖୁବ୍‌ ଉତ୍କଣ୍ଠାର ସହ ନିଜର ଦୁଇ ଭାଇ ଓ ଆଉ ୨୪ ଜଣ ସଂପର୍କୀୟଙ୍କୁ ତଲାସ କରୁଛନ୍ତି। କେହି ବଞ୍ଚି ଥିବାର ତ ଆଶା କରାଯାଉ ନାହିଁ। ହେଲେ ଶୌକତ ଚାହାନ୍ତି, ଯଦି ସେମାନଙ୍କର ଶବ ହିଁ ମିଳିଯାନ୍ତା, ସେ ଆଶ୍ୱସ୍ତି ଅନୁଭବ କରନ୍ତେ।

ୱାୟନାଡରେ ହୋଇଥିବା ଭୂସ୍ଖଳନରେ ଚାରିଆଡ଼େ ଖାଲି ଭଗ୍ନାବଶେଷ ପୂରି ରହିଛି। ଯୁଆଡ଼େ ଦେଖିବ ଖାଲି ଭୟଙ୍କର ଚିତ୍ର। ଖୁବ୍‌ ଦୁଃଖରେ ଶୌକତ କୁହନ୍ତି ମୋର ସବୁକିଛି ଶେଷ ହୋଇ ଗଲା। ମୋ ଭାଇ , ତାର ପରିବାର ସବୁକିଛି ଚାଲିଗଲା। ସେ କହନ୍ତି , ଏବେସୁଦ୍ଧା ମାତ୍ର ୪ଟି ଶବ ବାହାର କରାଯାଇଛି। 

ଇଣ୍ଡିଆନ ଏକ୍ସପ୍ରେସ୍‌ ମୁତାବିକ , ଶୌକତ କହିଛନ୍ତି , ତାଙ୍କର ପିଲା ଓ ସ୍ତ୍ରୀ ରକ୍ଷା ପାଇଯାଇଛନ୍ତି। ପ୍ରଥମ ଭୂସ୍ଖଳନ ପରେ ସେ ପାହାଡ଼ ଉପରକୁ ପଳାଇ ଥିଲେ। ସେ କହିଛନ୍ତି କି ମୁଁ ଖୁବ୍‌ ପରିଶ୍ରମ କରି ଦୁଇ ମହଲା ଘର ତିଆରି କରିଥିଲି। ତାହା ଏବେ ମାଟିରେ ପୋତି ହୋଇଗଲା।  ମୋ ପାଖରେ ରହିବାକୁ ଆଉ କିଛି ସ୍ଥାନ ନାହଁ । ଶୌକତଙ୍କ ଭାଇ ଓ ଅନ୍ୟ ସଂପର୍କୀୟ ମାନେ ଗୋଟିଏ ହିଁ ଅଞ୍ଚଳରେ କିଛି କିଛି ଦୂରରେ ରହୁଥିଲେ।

ଉଲ୍ଲେଖନୀୟ ଯେ, କେରଳରେ ଭୂସ୍ଖଳନରେ ପ୍ରଭାବିତ ୱାୟନାଡ ଜିଲ୍ଲାରେ ତଲାସ ଅଭିଯାନ ଶନିବାର ୫ମ ଦିନ ମଧ୍ୟ ଜାରି ରହିଛି । ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ  ବାହାର କରିବା ପାଇଁ ୧,୩୦୦ରୁ ଅଧିକ ସୁରକ୍ଷକର୍ମୀ , ବଡ଼ ବଡ଼ ମେସିନ୍‌ ଓ ଅତ୍ୟାଧୁନିକ ଉପକରଣକୁ ସେଠାରେ ମୁତୟନ କରାଯାଇଛି। ବାୟନାଡରେ ମଙ୍ଗଳବାର ସକାଳେ ପ୍ରବଳ ବର୍ଷା ପରେ ବଡ଼ ସ୍ତରରେ ହୋଇଥିବା ଭୂସ୍ଖଳନର ଘଟଣାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ଭୂସ୍ଖଳନ ଯୋହୁଁ ମୁଣ୍ଡକ୍କଇ ଓ ଚୁରଲମାଲାର ଆବାସୀୟ କ୍ଷେତ୍ରରେ ବହୁ ସଂଖ୍ୟା ବଡ଼ ବଡ଼ ପଥର ଓ ଗଛ ସବୁ ଖସି ପଡ଼ିଛି , ଯେଉଁଥି ପାଇଁ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଜାଣିବା ମୁସ୍କିଲ ହୋଇ ପଡ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.