ଭୁବନେଶ୍ବର, ୧୭।୬ : ଚାରୋଟି ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭାଗର କାର୍ଯ୍ୟକାରୀତା ସମ୍ପର୍କରେ ବିଭାଗୀୟ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ଗୃହ, ଅର୍ଥ, ଜଳ ସମ୍ପଦ ଓ ଯୋଜନା ଓ ସଂଯୋଜନା ବିଭାଗର ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଛନ୍ତି ।
ବଜେଟ ପ୍ରସ୍ତୁତି ଆରମ୍ଭ କରିବାକୁ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସରକାରରେ ଚାଷୀଙ୍କୁ ଅଧିକ ଫୋକସ କରାଯାଇଛି। ତେଣୁ ଚାଷ ଜମିକୁ ପାଣି ଯୋଗାଇ ଦେବା ଏବଂ ମୌସୁମୀକୁ ଆଖି ଆଗରେ ରଖି ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଲୋକେ କିଭଳି ଭାବେ ବିଭିନ୍ନ ଯୋଜନା ରୁ ଉପକୃତ ହେବେ ତାହା ଉପରେ ଧ୍ୟାନ ଦେବାକୁ କୁହା ଯାଇଛି । ନିର୍ବାଚନ ସମୟରେ ସରକାରୀ ଦଳ ପକ୍ଷରୁ ଜାରି କରାଯାଇଥିବା ଇସ୍ତାହାର କୁ କିଭଳି ଭାବେ ପୂରଣ କରାଯିବ ତାକୁ ଅନୁଧ୍ୟାନ କରି ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।