ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL ୨୦୨୪: ଗୌହାଟିରେ ଖେଳାଯିବ ୬୫ତମ ମ୍ୟାଚ୍, ମୁହାମୁହିଁ ହେବେ ରାଜସ୍ଥାନ ରୟାଲ୍ସ-ପଞ୍ଜାବ କିଙ୍ଗ୍ସ

ଗୌହାଟୀ, ୧୫।୫: ବୁଧବାର (୬୫ତମ ଲିଗ୍‌ ମ୍ୟାଚ୍‌) ରାଜସ୍ଥାନ ରୟାଲ୍ସ ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ୍‌ରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ । ଜୟପୁର ସ୍ଥିତ ସୱାଇ ମାନସିଂ ଷ୍ଟାଡ଼ିୟମ୍‌ ରୟାଲ୍ସ ଦଳର ମୁଖ୍ୟ ଘରୋଇ ଗ୍ରାଉଣ୍ଡ ରହିଥିଲା । ଗୌହାଟୀ ସ୍ଥିତ ବର୍ଷାପଡ଼ା ଗ୍ରାଉଣ୍ଡ୍‌କୁ ଦଳ ଘରୋଇ ଗ୍ରାଉଣ୍ଡ୍‌ ଭାବେ ଚୟନ କରିଛି । ମ୍ୟାଚ୍‌ଟି କୌଣସି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ପଞ୍ଜାବ କିଙ୍ଗ୍ସ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ ପଡ଼ି ସାରିଛି । ରାଜସ୍ଥାନ ରୟାଲ୍ସ ପାଇଁ କେବଳ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହି ପ୍ଲେ-ଅଫ୍‌ରେ ପ୍ରବେଶ କରିବାର ସୁଯୋଗ ରହିଛି । ରାଜସ୍ଥାନ ରୟାଲ୍ସ ପ୍ରଥମ ଦଳ ଭାବେ ୧୬ ପଏଣ୍ଟ ଅର୍ଜନ କରିଥିଲା । ମାତ୍ର ପରବର୍ତ୍ତୀ ୨ ପଏଣ୍ଟ ପାଇଁ ଦଳକୁ କଠିନ ସଂଘର୍ଷ କରିବାକୁ ପଡ଼ିଛି । 

ଶେଷ ୩ଟି ମ୍ୟାଚ୍‌ରେ ପରାଜିତ ହେବା ପରେ ଦଳ ମନୋବଳ ହରାଇଛି । ଯଥା ସମ୍ଭବ ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରି ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ଦଳ ବ୍ୟାକୁଳ । ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ଦଳ ପାଇଁ ସୁଯୋଗ ନେଇ ଆସିଛି । ମାତ୍ର ଜୋସ ବଟଲରଙ୍କ ଅନୁପସ୍ଥିତି ଦଳର ପ୍ରଦର୍ଶନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଗତମାସ ୧୩ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ରାଜସ୍ଥାନ ରୟାଲ୍ସ ଉକ୍ତ ମ୍ୟାଚ୍‌କୁ ୩ୱିକେଟ୍‌ରେ ଜିତିଥିଲା । ଏଥର ପଞ୍ଜାବ କିଙ୍ଗ୍ସ ପାଇଁ ପ୍ରତିଶୋଧ ନେବାର ସମୟ । ମାତ୍ର ରାଜସ୍ଥାନ ରୟାଲ୍ସକୁ ହରାଇବା ଏତେ ସହଜ ହେବ ନାହିଁ । ଦଳର ପ୍ରମୁଖ ଖେଳାଳି ଲାଏମ ଲିଭିଙ୍ଗଷ୍ଟୋନ ବିଦାୟ ନେଇ ସାରିଛନ୍ତି । 

ଏପଟେ ଶିଖର ଧାୱନ ଫିଟ୍‌ ହୋଇ ନାହାନ୍ତି । ତଥାପି ଯୁବ ଖେଳାଳିଙ୍କୁ ନେଇ ପଞ୍ଜାବ କିଙ୍ଗ୍ସ ଦମ୍‌ଦାର ପ୍ରଦର୍ଶନ କରିବାକୁ ପ୍ରୟାସ କରିବ । ବର୍ଷାପଡ଼ା ଗ୍ରାଉଣ୍ଡର ପିଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଏଠାରେ ସିଜନର ପ୍ରଥମ ମ୍ୟାଚ୍‌ ଖେଳାଯିବ । ପୂର୍ବରୁ ୨୦୨୧ରେ ଏଠାରେ ୨ଟି ମ୍ୟାଚ୍‌ ଖେଳାଯାଇଥିଲା ଓ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟ ହାସଲ କରିଥିଲା । ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ମାତ୍ର ଅପରାହ୍ଣରେ ବର୍ଷା ସମ୍ଭାବନା ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.