ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କଳା ଚଷମା, ଗୋଲାପୀ ଶାଢୀ , ହାତରେ ସୁନ୍ଦର ଘଡ଼ି … ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲେ ମହିଳା ପୋଲିଂ ଅଫିସର

ଖରଗୋନ : ୨୦୧୯ ମସିହାର ଲୋକସଭା ନିର୍ବାଚନ ବେଳେ ଗୋଲାପୀ ଶାଢୀ ପିନ୍ଧିଥିବା ଜଣେ ମହିଳା ପୋଲିଂ ଅଫିସରଙ୍କ ଫଟୋ ଖୁବ୍‌ ଭାଇରାଲ ହୋଇଥିଲା। ରୀନା ଦ୍ୱିବେଦୀ ନାମକ ଏହି ପୋଲିଂ ଅଫିସର ନିଜର ଲୁକ୍‌ସ ଯୋଗୁଁ ଏତେ ଲୋକପ୍ରିୟ ପାଲଟି ଗଲେ ଯେ,  ଆଜି ମଧ୍ୟ ଇଣ୍ଟରନେଟ୍‌ରେ ତାଙ୍କର ଅନେକ ଫ୍ୟାନ୍‌-ଫଲୋଇଂ ଅଛନ୍ତି। ଏହିପରି ଏବେ ୨୦୨୩ର ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଅନୁରୂପ ଦେଖିବାକୁ ମିଳିଛି। ଚର୍ଚ୍ଚାକୁ ଆସିଛନ୍ତି ବିରାଜ ନିମା। ପୋଲିଂ ଅଫିସର ବିରାଜ ନିମା ମଧ୍ୟ ନିଜର ଲୁକ୍‌ସ ନେଇ ମିଡ଼ିଆରେ ଖୁବ୍‌ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି।

ବିରାଜ ନିମା ମଧ୍ୟ ପ୍ରଦେଶର ଖରଗୋନରେ ପିଜି କଲେଜ ପରିସରରେ ମତଦାନ ଜିନିଷ ନେବାକୁ ପହଞ୍ଚି ଥିଲେ। ଆଖିରେ ତାଙ୍କର ଥିଲା କଳା ଚଷମା ,ପିନ୍ଧିଥିଲେ ପିଙ୍କ୍‌ ଶାଢୀ ଓ ହାତରେ ସୁନ୍ଦର ଘଡ଼ି ବିରାଜଙ୍କ ଲୁକ୍‌ସ ଆହୁରି ଆକର୍ଷଣୀୟ କରିଥିଲା। ଏହା ସମସ୍ତଙ୍କର ଧ୍ୟାନ ଆକର୍ଷଣ କରୁଥିଲା। ମତଦାନ କର୍ମଚାରୀଙ୍କ ମଧ୍ୟରେ ମହିଳା ମତଦାନ ଅଧିକାରୀ ସ୍ୱତନ୍ତ୍ର ନଜର ଆସୁଥିଲେ।

ପେଶାରେ ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀ ଥିବା ବିରାଜ ନିମା ଇଲେକ୍ସନରେ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି। ଇଭିଏମ୍‌ ସମେତ ମତଦାନ ସାମଗ୍ରୀ ନେଇ ବିରାଜ ନିମା ନିଜର ବୁଥ୍‌ କେନ୍ଦ୍ର ନୂତନ ନଗର ପାଇଁ ସହକର୍ମୀ ଅଧିକାରୀଙ୍କ ସହ ପ୍ରସ୍ଥାନ କରିଛନ୍ତି।

ପୋଲିଂ ଅଫିସର ବିରାଜ ନିମା କୁହନ୍ତି - ସେ ପୂର୍ବରୁ ମଧ୍ୟ ନିର୍ବାଚନରେ ନିଜର ଡ୍ୟୁଟି କରି ସାରିଛନ୍ତି। ନିର୍ବାଚନରେ ଡ୍ୟୁଟି ନିର୍ବାହ କରିବା ମଧ୍ୟ ଏକ ସ୍ୱତନ୍ତ୍ର ଅନୁଭବ। ଏଥିରେ ଆମେ ଭାଗ ନେଇ ନିଜକୁ ସୌଭାଗ୍ୟଶାଳୀ ମନେକରୁଛୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.