ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାଖେଇଲା ଭୋଟ୍‌, ଖେଳପଡ଼ିଆ ମୁହାଁ ନେତା

ରାଉରକେଲା, ୨୯।୧: ଆଉ କେଇଟା ମାସ ପରେ ନିର୍ବାଚନ । ସୁନ୍ଦରଗଡ଼ ଜିଲ୍ଲାରେ ଆଶାୟୀ ପ୍ରାର୍ଥୀଙ୍କଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ ଓ ଦଳୀୟ କର୍ମୀମାନେ ବିଭିନ୍ନ ଖେଳପଡ଼ିଆ ଆଡ଼କୁ ମୁହାଁଉଛନ୍ତି । ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ବିଭିନ୍ନ ସମୟରେ ଖେଳୁଆଡ଼ ମନୋଭାବ ରଖି ଖେଳ ଓ ଖେଳାଳିଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି । ବିଭିନ୍ନ ଖେଳ ପଡ଼ିଆରେ ଚାଲୁଥିବା ଭିନ୍ନଭିନ୍ନ ଟୁର୍ଣ୍ଣାମେଣ୍ଟରେ ଖେଳାଳି ହୁଅନ୍ତୁ ଅବା ଆୟୋଜକ ସେମାନଙ୍କ ଗହଣରେ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ଦେଖିବାକୁ ମିଳୁଛି । କେବଳ ଖୋଲା ପଡ଼ିଆ ନୁହେଁ ବରଂ ବିଭିନ୍ନ ଇନ୍‌ଡୋର ଷ୍ଟାଡିୟମରେ ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଉପସ୍ଥିତି ଜାହିର କରିବା ବେଶ ନଜରକୁ ଆସୁଛି । 

ସେହିପରି ସୁନ୍ଦରଗଡ଼ ଜିଲ୍ଲା ରାଜନୀତିରେ ସକ୍ରିୟ ରହୁଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ବିଧାୟକ ଦିଲୀପ ରାୟ ନିଜ ରାଜନୈତିକ ଯୋଜନାକୁ ନେଇ ଯଦିଓ ମୁହଁ ଖୋଲୁନାହାନ୍ତି, ହେଲେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖାଯାଉଛନ୍ତି । ତାରି ଭିତରେ କିଛି ସମୟ ବାହାର କରି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବେଶ କିଛି ସମୟ ଖେଳଖେଳାଳି ଓ ଆୟୋକଙ୍କ ମଧ୍ୟରେ କାଟିବା ସହ ସମସ୍ତଙ୍କୁ ବେଶ ଉତ୍ସାହିତ କରୁଛନ୍ତି । ବିଧାୟକ ସୁବ୍ରତ ତରାଇ ମଧ୍ୟ ଦୀର୍ଘ ଦିନର ନୀରବତା ପରେ ତାଙ୍କ ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ବେଶ ସକ୍ରିୟ ରହୁଥିବା ଦେଖାଯାଉଛି । ସଭା, ସମିତି ହେଉ ଅବା ବିଭିନ୍ନ କାର୍ଯ୍ୟକ୍ରମ, ଏପରିକି ଖବରଦାତା ସମ୍ମିଳନୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଛି । ଏସବୁ ବ୍ୟତୀତ ଖେଳ ପଡ଼ିଆରେ ମଧ୍ୟ ସେ ତାଙ୍କ ସମର୍ଥକଙ୍କ ଗହଣରେ ଟୁର୍ଣ୍ଣାମେଣ୍ଟ ଆୟୋଜକଙ୍କ ନିମନ୍ତ୍ରଣ ରକ୍ଷା କରି ବ୍ୟାଟ ଧରିବାକୁ ଭୁଲୁନାହାନ୍ତି । 

କେବଳ ସେତିକି ନୁହେଁ ତାରି ଭିତରେ ସେ ଖେଳ ଓ ଖେଳାଳିମାନଙ୍କୁ ଉତ୍ସାହିତ କରୁଛନ୍ତି । ଜିଲ୍ଲାର ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଶଙ୍କର ଓରାମ ନିଜ ଦଳୀୟ ଓ ସାମାଜିକ କାର୍ଯ୍ୟକ୍ରମ ମଧ୍ୟରେ ବେଶ କିଛି ସମୟ କାଟୁଥିବା ବେଳେ ଖେଳ ପଡ଼ିଆ ପ୍ରତି ତାଙ୍କର ମଧ୍ୟ ରହୁଛି ଦୁର୍ବଳତା । ନିଜର ନିର୍ବାଚନ ମଣ୍ଡଳୀ ହେଉ ଅବା ତାଙ୍କ ପଡ଼ୋଶୀ ନିର୍ବାଚନ ମଣ୍ଡଳୀ³ ତାଙ୍କ ଦଳକୁ ମଜବୁତ କରିବାକୁ ଲାଗି ପଡ଼ିଛନ୍ତି ବିଧାୟକ ଶ୍ରୀ ଓରାମ । କିଛି ଦିନ ତଳେ ନିଜ ସମର୍ଥକଙ୍କ ଗହଣରେ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେ ଆୟୋଜକମାନଙ୍କ ନିମନ୍ତ୍ରଣ ରକ୍ଷା କରି ଖେଳାଳିମାନଙ୍କ ସହ କରମର୍ଦ୍ଦନ ପରେ ଖେଳର ଆରମ୍ଭ ଘୋଷଣା କରିଥିଲେ । ସେତିକି ନୁହେଁ ଅନେକ ପ୍ରାକ୍ତନ ବିଧାୟକ ହୁଅନ୍ତୁ କି ଆଶାୟୀ ପ୍ରାର୍ଥୀ³ ନିଜ ଭାଗ୍ୟ ପରୀକ୍ଷା ପାଇଁ ଖେଳ-ଖେଳାଳି ଓ ଆୟୋଜକଙ୍କୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.