ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଦଖଲକାରୀଙ୍କୁ ବିକ୍ରି ହେବ ମହାପ୍ରଭୁଙ୍କ ଜମି, ଜବରଦଖଲ ହଟାଇବାକୁ ପ୍ରଶାସନ କୁନ୍ଥକୁନ୍ଥ

  • ୟୁନିଫର୍ମ ପଲିସି ପାଇଁ କ୍ରିୟାନ୍ୱୟନ କମିଟି ଗଠନ ପ୍ରସ୍ତାବ
  • ବିଚାରାଧୀନ ଦରଖାସ୍ତ ବର୍ଷେ ଭିତରେ ଫଇସଲା ହେବ
  • ପୁରୀ ସହରାଞ୍ଚଳ ୨୬ଟି ମୌଜାରୁ ୪୩୨୭ ଦରଖାସ୍ତ
  • ୮୭୫ ଦରଖାସ୍ତକାରୀଙ୍କୁ ୨୪ ଏକର ଜମି ବିକ

ପୁରୀ,୦୫/୦୯: ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲି ଯାଇଥିବା ମହାପ୍ରଭୁଙ୍କ ଜମିକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀଜଗନ୍ନାଥ  ମନ୍ଦିର ପରିଚାଳନା କମିଟି । ଏହା ଜାଣିବା ପରେ ମହାପ୍ରଭୁଙ୍କ ସମ୍ପତ୍ତି ସୁରକ୍ଷା ନିମନ୍ତେ  ଆଶାୟୀ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀ  ଖୁବ୍ଧ ହୋଇଛନ୍ତି । ମହାପ୍ରଭୁଙ୍କ ଜମିକୁ ଜମି  ମାଫିଆଙ୍କ କବଳରୁ ଉଦ୍ଧାର କରିବାକୁ  ପ୍ରଶାସନ କୁନ୍ଥକୁନ୍ଥ ହେଉଛି । ଏହାକୁ ସେମାନଙ୍କୁ ଅଳ୍ପ କେଇଟା ଟଙ୍କାରେ ଟେକିଦେବା ପାଇଁ ପ୍ରଶାସନ ସଜବାଜ ହେଉଛି । ଗତ  ପରିଚାଳନା କମିଟିରେ ନିଆଯାଇଥିବା ନିଷ୍ପତ୍ତି  ଏହି ଆଲୋଚନାକୁ ଖୋରାକ ଯୋଗାଇଛି । 

ସେପଟେ ଚଳିତ ବିଧାନସଭାର ଏକ  ପ୍ରଶ୍ନ-ଉତ୍ତରରୁ ଜଣାପଡ଼ିଛି ଶ୍ରୀଜଗନ୍ନାଥ  ମହାପ୍ରଭୁଙ୍କ ନାମରେ ରେକର୍ଡ ହୋଇଥିବା  ଜମିକୁ ଦଖଲକାରୀ ବ୍ୟକ୍ତିମାନଙ୍କୁ ବିକ୍ରୟ  କରାଯିବା ବାବଦରେ ରାଜ୍ୟ ସରକାରଙ୍କ  ଅନୁମୋଦିତ ସମାନ ନୀତିକୁ ପାଳନ କରାଯିବ ।  ବ୍ୟବସ୍ଥା ଅନୁଯାୟୀ ପୁରୀ ସହରାଞ୍ଚଳ ଅନ୍ତର୍ଗତ  ୨୬ଟି ମୌଜାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ  ଜମି ବିକ୍ରୟ ନିମନ୍ତେ ୪୩୨୭ ଗୋଟି  ଦରଖାସ୍ତ ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଇଛି । ତାହା ଭିତରୁ ୮୭୫ ଦରଖାସ୍ତକାରୀଙ୍କୁ  ୨୪ ଏକର ୭୦୬ ଡିସିମିଲ ଜମି ବିକ୍ରି  କରାଯାଇଛି । ଏବାବଦରେ ମିଳିଥିବା ୨  କୋଟି ୩୯ ଲକ୍ଷ ୫୪ ହଜାର ୮୮ ଟଙ୍କାକୁ  ବ୍ୟାଙ୍କରେ ରହୁଥିବା ସ୍ଥାୟୀ ଜମା ବା କର୍ପସ  ଫଣ୍ଡରେ ଶ୍ରୀମନ୍ଦିର ପ୍ରଶାସନ ଜମା କରିଛି । 

ଅବଶିଷ୍ଟ ଦରଖାସ୍ତ ମଧ୍ୟରୁ ମାଟିଆପଡ଼ାର  ୯୩୪ ଗୋଟି, ତାଳବଣିଆ ମୌଜାରେ ୭୬୯  ଗୋଟି ଓ ଚକ୍ରତୀର୍ଥ ମୌଜାରେ ୬ ଗୋଟିକୁ ମିଶାଇ ମୋଟ ୧୭୦୯ ଗୋଟି ଦରଖାସ୍ତ  ରହିଛି । ଏହି ୩ ମୌଜାରେ ବନ୍ଦୋବସ୍ତ କାର୍ଯ୍ୟ  ଚୂଡ଼ାନ୍ତ ନହୋଇ ନଟ୍‌ ଫାଇନାଲ ଅବସ୍ଥାରେ ଥିବାରୁ ବିକ୍ରିବଟା ପଦକ୍ଷେପ ସ୍ଥଗିତ ରହିଛି ।  

ବାକି ଦରଖାସ୍ତ ମଧ୍ୟରୁ ୨୦ଟି ମୌଜା  ଅନ୍ତର୍ଗତ ୭୨୯ ଗୋଟି ଜମି ବିକ୍ରି ଦରଖାସ୍ତ  ସମନ୍ୱୟ ଅଧିକାରୀଙ୍କ ସ୍ତରରେ ସରଜମିନ  ତଦନ୍ତ ଶେଷ ହୋଇଛି । ଏହା ପୁରୀ  ଜିଲ୍ଲାସ୍ତରୀୟ ଲ୍ୟାଣ୍ଡ ସବ୍‌ କମିଟି ବୈଠକରେ  ଉପସ୍ଥାପନ ନିମନ୍ତେ ପ୍ରସ୍ତୁତ ରହିଛି । 

ଅବଶିଷ୍ଟ ଆବେଦନର ତଦନ୍ତ ଚାଲୁ ରହିଛି । ଅନେକ କ୍ଷେତ୍ରରେ ଦରଖାସ୍ତକାରୀମାନେ ଦଖଲ  ସମ୍ପର୍କିତ କାଗଜପତ୍ର ଦର୍ଶାଇବାରେ ବିଳମ୍ବ କରୁଛନ୍ତି । ତେଣୁ କେସ୍‌ଗୁଡ଼ିକର ତ୍ୱରିତ ଫଇସଲା ହୋଇପାରୁନାହିଁ । ଏତଦ୍‌ ବ୍ୟତୀତ  ଦରଖାସ୍ତକାରୀମାନେ ମୃତ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣ ପତ୍ର  ଦାଖଲ କରିବା ସହିତ ଆବଶ୍ୟକ ହେଉଥିବା  କାଗଜପତ୍ରର ପ୍ରମାଣିକ ନକଲ ଦାଖଲ  କରିବା ପାଇଁ ସମୟ ନେଉଛନ୍ତି । ଫଳରେ  କେସ୍‌ ଫଇସଲା ବିଳମ୍ବ ହେଉଛି । ତେବେ  ବିଚାରାଧୀନ ଦରଖାସ୍ତଗୁଡ଼ିକୁ ଅଗ୍ରାଧିକାର  ଭିତ୍ତିରେ ଆସନ୍ତା ବର୍ଷେ ଭିତରେ ଫଇସଲା  କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । 

ସମାନ ନୀତିରେ ବର୍ଣ୍ଣିତ ବ୍ୟବସ୍ଥା ଅନୁଯାୟୀ  ସରଜମିନ ତଦନ୍ତ ପରେ ପ୍ରଥମେ ଜମି ବିକ୍ରି  କେସ୍‌ ଗୁଡ଼ିକ ଜିଲ୍ଲାସ୍ତରୀୟ ଲ୍ୟାଣ୍ଡ ସବ୍‌କମିଟି  ବୈଠକରେ ଆଲୋଚନା କରାଯାଇ ଜମିର  ମୂଲ୍ୟ ଧାର୍ଯ୍ୟ ଏବଂ ଏବାବଦରେ ସୁପାରିସ  ପାଇଥାଏ । ଏହା ସୁପାରିସ ପରେ ଶ୍ରୀଜଗନ୍ନାଥ  ମନ୍ଦିର ଲ୍ୟାଣ୍ଡ ସେଲ୍‌ କମିଟି ବୈଠକରେ  ଉପସ୍ଥାପନ ହୋଇଥାଏ । ଲ୍ୟାଣ୍ଡ୍‌ ସବ୍‌ କମିଟି  ସୁପାରିସ ପ୍ରସ୍ତାବ ଶ୍ରୀମନ୍ଦିର ପରିଚାଳନା କମିଟି  ବୈଠକରେ ଅନୁମୋଦନ ପାଇବା ପରେ ଜମିର  ମୂଲ୍ୟ ଗ୍ରହଣ କରାଯାଏ । ପରେ ଶ୍ରୀଜଗନ୍ନାଥ  ମନ୍ଦିର ଆଇନର ଧାରା ୧୬(୨) ଅନୁଯାୟୀ  ସରକାରଙ୍କ ଅନୁମତି ପ୍ରାପ୍ତି ନିମନ୍ତେ ବିଧି  ବିଭାଗକୁ ସୁପାରିସ କରାଯାଏ । ସରକାରଙ୍କ  ଅନୁମତି ପ୍ରାପ୍ତ ହେବା ପରେ ରେଜେଷ୍ଟ୍ରି  ଦଲିଲ ମାଧ୍ୟମରେ ସମ୍ପୃକ୍ତ ଦରଖାସ୍ତକାରୀଙ୍କୁ  ଜମି ବିକ୍ରୟ କରାଯାଇଥାଏ । ସମାନ ନୀତି  ବା ୟୁନିଫର୍ମ ପଲିସି ପାଇଁ କ୍ରିୟାନ୍ୱୟନ  କମିଟି ଗଠନ କରିବାକୁ ପ୍ରସ୍ତାବ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.