ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜଧାନୀରେ ଘାଇଲା କଲାଣି ‘ଭାଇରାଲ ଫିଭର', ଶିଶୁଙ୍କ ‘ଗାଲୁଆ’ ରୋଗ ଚିନ୍ତା ବଢ଼ାଉଛି

ଭୁବନେଶ୍ୱର,୧୨/୦୨: ଘାଇଲା  କଲାଣି ‘ଭାଇରାଲ ଫିଭର’ । ଘରକୁ ଘର  ସଂକ୍ରମଣ ମାଡ଼ିଚାଲିଛି । ଯାହାକୁ ଦେଖିବ  ଜ୍ୱର, ଥଣ୍ଡା, ଛିଙ୍କ ଆଉ କାଶରେ ଛଟପଟ ।  ପୀଡ଼ିତ । ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ  ଯନ୍ତ୍ରଣାରେ କଲବଲ ହେଉଛନ୍ତି । ହଠାତ  ପାଗରେ ପରିବର୍ତ୍ତନ ପାଇଁ ଏଭଳି ପରିସ୍ଥିତି  ଦେଖା ଦେଇଛି । କ୍ୟାପିଟାଲ ହସ୍ପିଟାଲରେ  ଭାଇରାଲ ରୋଗୀଙ୍କ ସଂଖ୍ୟା ୪୦% ପାଖାପାଖି  ବୃଦ୍ଧି ପାଇଥିଲା ବେଳେ ଏମ୍‌ସରେ ଶିଶୁ  ରୋଗୀଙ୍କ ସଂଖ୍ୟା ୨୦% ବୃଦ୍ଧି ପାଇଛି । ବିଶେଷ  କରି ଶ୍ୱାସ ଓ ବହୁବିଧ ରୋଗରେ ପୀଡ଼ିତ  ବ୍ୟକ୍ତି ସଂକ୍ରମଣରେ ଗୁରତର ହେଉଛନ୍ତି ବୋଲି  ବିଶେଷଜ୍ଞ ମତ ରଖିଛନ୍ତି । ଆଉ ଶିଶୁଙ୍କ ମମ୍ପସ୍‌  ବା ‘ଗାଲୁଆ’ ରୋଗ ଚିନ୍ତା ବଢ଼ାଉଛି । 

ଘରେ ଘରେ ଏବେ ଥଣ୍ଡା କାଶରେ ଖୁଁ  ଖାଁ ହେଉଛନ୍ତି ଲୋକେ । ସଂକ୍ରମଣରେ ନୟାନ୍ତ  ହେଲେଣି ଲୋକେ । ହସ୍ପିଟାଲରେ ସଂକ୍ରମିତଙ୍କ ଲମ୍ବା ଲାଇନ୍‌ ଲାଗୁଛି । ପିଜିଆଇଏମ୍‌ଇଆର  ପ୍ରଫେସର ପ୍ରେମକାନ୍ତ ମହାନ୍ତି କହିଛନ୍ତି,  ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଭାରଇାଲ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ।  ଗତ ମାସ ଅପେକ୍ଷା ହଠାତ ଭାଇରାଲ  ଫିଭରରେ ପୀଡ଼ିତ ରୋଗୀ ୪୦% ବୃଦ୍ଧି  ପାଇଛି । ଆଉଟ୍‌ଡୋରରେ ଦୈନିକ ୫ ଶହ  ରୋଗୀ ଆସୁଛନ୍ତି । ସେମାନଙ୍କ ଭିତରୁ ପ୍ରାୟ  ୧୦୦ଶହ ପାଖାପାଖି ଭାଇରାଲ ଫିଭରରେ  ପୀଡ଼ିତ । ଇନ୍‌ଡୋରରେ ମଧ୍ୟ ରୋଗୀଙ୍କ  ଆଡ୍‌ମିଶନ ସଂଖ୍ୟା ୨୦% ବୃଦ୍ଧି ପାଇଛି ।  ପାଗରେ ପରିବର୍ତ୍ତନ ପାଇଁ ଲୋକେ ସଂକ୍ରମିତ  ହେଉଛନ୍ତି । ବର୍ତ୍ତମାନ ପରିସ୍ଥିତିରେ କୋଭିଡ୍‌  ନିୟମ ପାଳନ କରିବା ଦରକାର । ଜ୍ୱର ଓ  ଥଣ୍ଡା ଭଲ ହେଉଛି । ହେଲେ ଯାହାର ଆଜମା,  ଏଲାର୍ଜି, ଡାଇବେଟିସ୍‌ କିମ୍ବା ଶରୀରର ରୋଗ  ପ୍ରତିରୋଧକ ଶକ୍ତି କମ ରହୁଛି, ତାକୁ ଥଣ୍ଡା  କାଶ ଲମ୍ବା ସମୟ ଧରି ରହୁଛି ।  

ଏମ୍‌ସ ଭୁବନେଶ୍ୱର ଶିଶୁ ବିଭାଗ  ପ୍ରଫେସର ରଶ୍ଚି ରଞ୍ଜନ ଦାସ କହିଛନ୍ତି, ହଠାତ  ପାଗରେ ପରିବର୍ତ୍ତନ ଯୋଗୁ ଶିଶୁମାନେ ବେଶୀ  ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ଭୁବନେଶ୍ୱର  ଏମ୍‌ସରେ ୨୦% ଶିଶୁ ସଂକ୍ରମିତଙ୍କ ସଂଖ୍ୟା  ବଢ଼ିଛି । ସବୁଠାରୁ ଅଧିକ ମାତ୍ରାରେ ମମ୍ପସ୍‌ ବା ‘ଗାଲୁଆ’ରେ ପୀଡ଼ିତ ଶିଶୁଙ୍କ ସଂଖ୍ୟା ବଢ଼ିଛି । ପୂର୍ବରୁ ବର୍ଷକୁ ୨ ଜଣ କି ୩ ଜଣ ମମ୍ପସ୍‌  ସଂକ୍ରମିତ ରୋଗୀ ଡାକ୍ତରଖାନାକୁ ଆସୁଥିଲେ ।  ହେଲେ ବର୍ତ୍ତମାନ ପ୍ରତି ସପ୍ତାହରେ ୬ରୁ୭  ଗାଲୁଆ ରୋଗୀଙ୍କୁ୍‌ ଦେଖିବାକୁ ମିଳୁଛି । ଏହି  ରୋଗ ୫ରୁ ୭ଦିନ ଭିତରେ ଭଲ ହୋଇଥାଏ ।  ହେଲେ ରୋଗୀଙ୍କ ପାଇଁ ଭବିଷ୍ୟତରେ ଜଟିଳ  ପରିସ୍ଥିତି ସୃଷ୍ଟି କରିଥାଏ । ମମ୍ପସ ସଂକ୍ରମିତ ଭବିଷ୍ୟତରେ ନିଃସନ୍ତାନ ଭଳି ସମସ୍ୟା ସୃଷ୍ଟି  ହୋଇପାରେ ବୋଲି ଡାକ୍ତର ଦାସ କହିଛନ୍ତି । ଏହି ରୋଗ ନିରାକରଣ ପାଇଁ ଭ୍ୟାକ୍‌ସିନ୍‌ ରହିଛି । ଏହା କେବଳ ଘରୋଇ ମାର୍କେଟ୍‌ରେ  ମିଳୁଛି । କେନ୍ଦ୍ର ସରକାର ଯଦି ତାଙ୍କ ଟିକାକରଣ  କାର୍ଯ୍ୟକ୍ରମରେ ମମ୍ପସ୍‌ ନିରାକରଣ ପାଇଁ ଟିକା  ଦେଇପାରନ୍ତେ, ତେବେ ଏଥିରୁ ଅନେକ  ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.