ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଅଣ୍ଡରଗ୍ରାଉଣ୍ଡ ହେଲେ ବାବା ?… ଦଳାଚକଟା ଘଟଣାର ସପ୍ତାହ ପରେ ବି ଲୋକେସନ ଟ୍ରେସ୍‌ କରି ପାରିନି ପୁଲିସ , FIRରେ ବି ନାଁ ନାହିଁ

ମୈନପୁରୀ / କାନପୁର – ୨ ଜୁଲାଇରେ ହୋଇଥିବା ହାଥରସ ଦଳାଚକଟାର ସପ୍ତାହେ ବିତି ଗଲା ପରେ ବି ଭୋଲେ ବାବା ଓରଫ ବାବା ନାରାୟଣ ହରିଙ୍କର ଲୋକେସନ ଟ୍ରେସ୍‌ ହୋଇ ପାରିନାହିଁ। କେବେ ଖବର ଆସୁଛି କି ବାବା ନିଜର ମୈନପୁରୀର ଆଶ୍ରମରେ ଲୁଚି ରହିଛନ୍ତି , କେବେ ଜଣାପଡ଼ିଲା କି ବାବା ନାରାୟଣ ହରି ନିଜର କୌଣସି ଦ୍ୱିତୀୟ ଆଶ୍ରମରେ ଅଣ୍ଡରଗ୍ରାଉଣ୍ଡ ହୋଇଛନ୍ତି। ହେଲେ ପ୍ରଶ୍ନ ଉଠୁଛି କି ବାବା କେଉଁଠି ଅଛନ୍ତି ? 

ହାଥରସ ଦଳାଚକଟା ଘଟଣା, ୩ ଶହ ପୃଷ୍ଠାର ରିପୋର୍ଟ ଦାଖଲ କଲା ଏସଆଇଟି

ବାବାଙ୍କ ଭକ୍ତଙ୍କର ଦାବି କି ସେ ଅଣ୍ଡରଗ୍ରାଉଣ୍ଡ ନାହାନ୍ତି , ମୈନପୁରୀରେ ଅଛନ୍ତି। କିନ୍ତୁ ପୁଲିସ ବାବାଙ୍କ ଲୋକେସନକୁ ନେଇ କିଛି କହିବାକୁ ପ୍ରସ୍ତୁତ ନୁହେଁ। ବାବା ମୈନପୁରୀରେ ଅଛନ୍ତି କି ? ବାବା କାନପୁରର ଆଶ୍ରମରେ ଅଛନ୍ତି?  ନା ଆଉ କୌଣସି ଆଶ୍ରମରେ ଅଣ୍ଡରଗ୍ରାଉଣ୍ଡ ଅଛନ୍ତି ?  

ଭୋଲେ ବାବାଙ୍କୁ ଘେରି ରହିଥାଏ ଗୋପିକା ଗ୍ରୁପ୍‌ , ସୁରକ୍ଷାରେ ରହିଥାନ୍ତି ଆଉ ତିନି ବ୍ୟକ୍ତିଗତ ସେନା

ଆଜତକ୍‌ ଟିମ୍‌ ବାବାଙ୍କ ବିଷୟରେ ଜାଣିବାକୁ ମୈନପୁରୀ ଆଶ୍ରମରେ ପହଞ୍ଚି ଥିଲା। ଦେଖିବାକୁ ପାଇଥିଲା କି ଭୋଲେ ବାବାଙ୍କ ମୈନପୁରୀ ଆଶ୍ରମ ବାହାରେ ପୁଲିସର କଡ଼ା ପହରା ଲାଗିଛି। ମାମଲାର ଯାଞ୍ଚ କରୁଥିବା ପୁଲିସ ପକ୍ଷରୁ ଅଭିଯୁକ୍ତକୁ ଗରିଫ କରାଯିବାର ଦାବି କରାଯାଉଛି। କିନ୍ତୁ ବାବା ନାରାୟଣ ହରିଙ୍କୁ କେଉଁଠି କିଏ ଲୁଚେଇଲା ? ଏହାର ଜବାବ ନା ପୁଲିସ ପାଥରେ ନା, ବାବାଙ୍କ ଓକିଲଙ୍କ ପାଖରେ , ନା କି ବାବାଙ୍କର ଭକ୍ତଙ୍କ ପାଖରେ ଅଛି। ବାବାଙ୍କ ପକ୍ଷରୁ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ଚେଷ୍ଟା ହୋଇଛି। 

ଅନ୍ୟପଟେ , ବାବା ଦଳାଚକଟା ଘଟଣାକୁ ଷଡ଼ଯନ୍ତ୍ର ସହ ଯୋଡି ହାତ ଟେକି ଦେଲେ। ସେପଟେ ବବାଙ୍କ ଓକିଲ ମଧ୍ୟ ନୂଆ ଥିଓରୀ ସହ ସାମନାକୁ ଆସିଲେ। ଦଲିଲ ରଖିଲେ ଯେ, ଦଳଚକଟା ପଛରେ ବିଷାକ୍ତ ଜିନିଷର ଯୋଜନା ସାମିଲ ଥିଲା। କିଏ ମିଛ କହୁଛି , ଆଉ କିଏ ସତ କହୁଛି ? ଏହି ଚିତ୍ର ତ ପରେ ସ୍ପଷ୍ଟ ହୋଇଯିବ। ହେଲେ ଏହି ଦଳାଚକଟା ପରେ ଭୋଲେ ବାବାଙ୍କ ଅଣ୍ଡରଗ୍ରାଉଣ୍ଡ ହେବା ପଛରେ କଣ ରହିଛି ରହସ୍ୟ ?  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.