ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଗୌତମ ଗମ୍ଭୀର ହେଡ୍‌ କୋଚ୍‌ ହେବା ନିଶ୍ଚିତ! ନିଜେ କରିବେ ସପୋର୍ଟ ଷ୍ଟାଫ୍‌ ଚୟନ

Image source: ABP live

ନୂଆଦିଲ୍ଲୀ,୧୬/୦୬: ଭାରତୀୟ ଦଳର ହେଡ୍‌ କୋଚ୍‌ ଚୟନକୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସୁଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବେ ବୋଲି ପ୍ରାୟ ନିଶ୍ଚିତ। ଜୁନ୍ ଶେଷରେ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଏହା ବ୍ୟତୀତ ଗୌତମ ଗମ୍ଭୀର ତାଙ୍କର ସପୋର୍ଟ ଷ୍ଟାଫ୍‌ ନିଜେ ବାଛିବା ପାଇଁ ସ୍ୱାଧୀନତା ପାଇବେ। କହିରଖୁଛୁ ଯେ, ଟି ୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କ କୋଚ୍ ଭାବେ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। 

ଏହା ପରେ ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବେ ବୋଲି ନିଶ୍ଚିତ ହୋଇଛି। ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ଦିନିକିଆ ବିଶ୍ୱକପ ୨୦୨୭ ପର୍ଯ୍ୟନ୍ତ ରହିବ। ନିକଟରେ କୋଲକାତା ନାଇଟ୍ ରାଇଡର୍ସ ତୃତୀୟ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିଥିଲା। କୋଲକାତା ନାଇଟ୍ ରାଇଡର୍ସର ବିଜୟରେ ଗୌତମ ଗମ୍ଭୀରଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥିଲା। 

କହିରଖୁଛୁ ଯେ, ଏହାପୂର୍ବରୁ ଭିଭିଏସ୍ ଲକ୍ଷ୍ମଣ, ଷ୍ଟିଫେନ୍ ଫ୍ଲେମିଂ, ଜଷ୍ଟିନ ଲେଙ୍ଗର, ଏଣ୍ଡି ଫ୍ଳାଓର ଏବଂ ରିକି ପଣ୍ଟିଙ୍ଗଙ୍କ ଭଳି ନାମ ଆଗକୁ ଆସିଥିଲା। ଏହା ପରେ ଗୌତମ ଗମ୍ଭୀର ବିସିସିଆଇର ପ୍ରଥମ ପସନ୍ଦ ଭାବରେ ଉଭା ହୋଇଥିଲେ। ଏଥି ସହିତ ଗୌତମ ଗମ୍ଭୀର ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ, ଯାହା ପରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ନାଁ ହେଡ୍‌ କୋଚ୍‌ ପାଇଁ ପ୍ରାୟତଃ ନିଶ୍ଚିତ ହୋଇଥିଲା। କିନ୍ତୁ ଏନେଇ ଏପର୍ଯ୍ୟନ୍ତ ସରକାରୀ ସୂଚନା କିଛି ଆସିନାହିଁ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.