ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ହେମା କମିଟି ରିପୋର୍ଟକୁ ସମର୍ଥନ କଲେ ଅନୁଷ୍କା ସେଟ୍ଟୀ-ଏକତା

ମୁମ୍ବାଇ,୦୪/୦୯:ହେମା କମିଟି ରିପୋର୍ଟର ଖୁଲାସା ପରେ ସବୁଆଡେ ଜୋର ଧରିଛି ଆଲୋଚନା ।  ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ବଡ ବ୍ୟକ୍ତିତ୍ୱଙ୍କ ନାଁରେ ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ଅନେକ ବଡ଼ ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ଏପରି ସମୟରେ ଅନ୍ୟ ଇଣ୍ଡଷ୍ଟ୍ରିର ତାରକା ହେମା କମିଟି ରିପୋର୍ଟକୁ ସମର୍ଥନ କରୁଥିବା ନଜର ଆସିଛନ୍ତି । ବର୍ତ୍ତମାନ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏକତା କପୁର ଏବଂ ସାଉଥ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଜଷ୍ଟିସ ହେମା କମିଟି ରିପୋର୍ଟକୁ ସମର୍ଥନ କରିବା ସହ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ତାଙ୍କ କହିବାନୁସାରେ, ମହିଳାମାନେ ଯେତେବେଳେ ସମାନ ସୁଯୋଗ ପାଇବେ ଏବଂ କମ୍ପାନୀଗୁଡିକରେ ଶୀର୍ଷ ପଦବୀରେ ରହିବେ ସେତେବେଳେ କର୍ମକ୍ଷେତ୍ରରେ ନିଜକୁ ସୁରକ୍ଷିତ ଅନୁଭବ କରିବେ । ତାଙ୍କର ଆଗାମୀ ପ୍ରଡକ୍ସନ୍ 'ଦ ବକିଂହାମ ମର୍ଡର୍ସ'ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଯୋଗ ଦେଇ ସେ କହିଛନ୍ତି ଯେ ମହିଳାମାନଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ନିଶ୍ଚିତ କରିବାକୁ ସଚେତନ ଉଦ୍ୟମ କରାଯିବା ଉଚିତ । ସେହିପରି ଏକତା କପୁର କହିଛନ୍ତି, 'ଅନେକ ସ୍ଥାନରେ ଆମକୁ ମହିଳା ଆବଶ୍ୟକ କରନ୍ତି ଯେଉଁମାନେ ଶୀର୍ଷରେ ଅଛନ୍ତି ଏବଂ ଅତି କମରେ କମ୍ପାନୀ ଚଳାଉଛନ୍ତି । ଏଥିପାଇଁ ମହିଳାମାନଙ୍କୁ ମଧ୍ୟ ପଦକ୍ଷେପ ନେବାକୁ ପଡ଼ିବ । କିନ୍ତୁ କର୍ମକ୍ଷେତ୍ରରେ କିମ୍ବା କୌଣସି ସ୍ଥାନରେ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ବଜାୟ ରଖିବା ପାଇଁ ସଚେତନ ଉଦ୍ୟମ କରିବାକୁ ପଡ଼ିବ । ମହିଳା ଏବଂ ସେମାନଙ୍କର ସୁରକ୍ଷା କେବଳ ଏକ ଇଣ୍ଢଷ୍ଟ୍ରି ପ୍ରସଙ୍ଗ ନୁହେଁ, ଯେକୌଣସି କର୍ମକ୍ଷେତ୍ରରେ ଏହା ମହିଳାଙ୍କ ପାଇଁ ଏକ ସମସ୍ୟା । ଏଣୁ ମୁଁ ଭାବୁଛି ମହିଳାମାନଙ୍କୁ ଉଚ୍ଚ ପଦବୀରେ ନିଯୁକ୍ତ କରାଯାଉ ଏବଂ ଏହା ଘଟିବା ଦରକାର।''ତେବେ ଏନେଇ ଅନୁଷ୍କା ଶେଟ୍ଟୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ହେମା କମିଟି ରିପୋର୍ଟ ସହ ଜଡିତ ଏକ ନୋଟ୍ ମଧ୍ୟ ସେୟାର କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.