ବିଞ୍ଝାରପୁର, ୧୭।୬ : ବିଞ୍ଝାରପୁର ବ୍ଲକର ବିଭିନ୍ନ ମୁସଲମାନ ବହୁଳ ଅଞ୍ଚଳରେ ଇଦ୍-ଉଲ୍-ଅଜହା ପର୍ବ ହର୍ଷଉଲ୍ଲାସର ସହ ପାଳନ ହୋଇଯାଇଛି। ଏହି ବ୍ଲକର ବିଞ୍ଝାରପୁର, ସାୟଦପୁର, ଅଳକୁଣ୍ଡ, ଶାସନ୍ଦା, କଏଣା, ନୂଆଗାଁ, ନଥିପୁର ସମେତ ବିଭନ୍ନ ବସ୍ତିରେ ବସବାସ କରୁଥିବା ଇସଲାମ ଧର୍ମାଲମ୍ବୀମାନେ ଇଦ୍-ଉଲ୍-ଅଜହା ପର୍ବ ପାଳନ କରିଛନ୍ତି। ବିଞ୍ଝାରପୁର ଓ ସୟଦପୁର ପଞ୍ଚାୟତର ମୁସଲମାନ ଶ୍ରଦ୍ଧାଳୁମାନେ ପୁରୁଣା ଇଦଗାହା ଓ ନୂଆଇଦଗାହା ଠାରେ ମୁଫତି ଗୁଫରାନ ଓ ମୌଲାନା ଖଲିଉର ରହେମାନ କସମୀ ନମାଜ ନମାଜପାଠ କରାଇଥିଲେ।
ସେହିପରି ଅଳକୁଣ୍ଡ ଇଦଗାହାଠାରେ ହାଫିଜ ଓସୀମ ରଜା ନମାଜ ନମାଜପାଠ କରାଇଥିଲେ ଓ ଶାସନ୍ଦା ମସଜିଦ ପ୍ରାଙ୍ଗଣରେ ମୌଲାନା ରାହାତ ଅଲ୍ଲୀ ଖାନ ନମାଜ ନମାଜପାଠ କରାଇଥିଲେ। ସେହିପରି କଏଣା ମସଜିଦ ପ୍ରାଙ୍ଗଣରେ ମୌଲାନା ମୁଫତି ଓବେଦୁଲ୍ଲା ନମାଜପାଠ କରାଇଥିଲେ। ନୂଆଗାଁଠାରେ ୨ଟି ସ୍ଥାନରେ ହାଫିଜ ଅଖତର ଅଲ୍ଲୀ ଓ ହାଫିଜ଼ ଫଜଲେ ରହିମ ଅଲଗା ଅଲଗା ନମାଜପାଠ କରାଇଥିବା ବେଳେ ନଥିପୁର ଗାଁର ମୁସଲମାନମାନେ ବିଭିନ୍ନ ସ୍ଥାନରେ ନମାଜ ପଢିଥିଲେ। ପର୍ବକୁ ଶାନ୍ତିଶୃଙ୍ଖଳାରେ ପାଳିବା ପାଇଁ ବିଞ୍ଝାରପୁର ଆଇଆଇସି ରଞ୍ଜିତ ଅଂଶୁମାଳା ଦାସ ଓ ଅଳକୁଣ୍ଡ ଥାନାର ଭାରପ୍ରାପ୍ତ ଥାନଧିକାରୀ ପ୍ରଶାନ୍ତ କୁମାର ଦାଶଙ୍କ ପକ୍ଷରୁ ଶନିବାର ସଂଧ୍ୟାରେ ସମସ୍ତ ଗ୍ରାମର ହିନ୍ଦୁ ମୁସଲମାନମାନଙ୍କୁ ନେଇ ଶାନ୍ତି କମିଟି ଗଠନ କରିଥିଲେ। ଏହା ସହ ପର୍ବରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଉଭୟ ପକ୍ଷଙ୍କୁ ନିବେଦନ କରିଥିଲେ । ସୋମବାର ଉଭୟ ଥାନାଧିକାରୀଙ୍କ ପକ୍ଷରୁ ବିଭିନ୍ନ ଗାଁରେ ପୋଲିସ ସୁରକ୍ଷାକୁ କଡାକଡି କରାଯାଇଥିଲା ।