ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଯାତ୍ରୀଙ୍କ ପାଇଁ ଖୁସି ଖବର ; ହ୍ୱାଟ୍ସଆପ୍‌ରେ ରିଚାର୍ଜ କରି ପାରିବେ ଦିଲ୍ଲୀ ମେଟ୍ରୋ ପାସ୍‌ , ଜାଣନ୍ତୁ ଏହାର ପ୍ରକ୍ରିୟା

Published By : Prameya | July 30, 2024 7:50 PM

ନୂଆଦିଲ୍ଲୀ – ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍‌ ସାହାଯ୍ୟରେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଟିକେଟ୍‌ କରିବାର ବିକଳ୍ପ ଦୀର୍ଘ ଦିନରୁ ମିଳୁଛି। ଏବେ ସେମାନେ ଆଉ ଏକ ସୁବିଧା ପାଇବେ। ସେମାନେ ନିଜର ମେଟ୍ରୋ କାର୍ଡରେ ମଧ୍ୟ ହ୍ୱାଟ୍ସଆପ୍‌ରେ ହିଁ ରିଚାର୍ଜ କରି ପାରିବେ। ବର୍ତ୍ତମାନ ଟିକେଟିଂ ଟ୍ୟାଟ୍‌ବଟ୍‌କୁ ଏବେ ଏକ ନୂଆ କ୍ଷମତା ଦିଆଯାଇଛି ଏବଂ ସହଜରେ ମେଟ୍ରୋ କାର୍ଡରେ ରିଚାର୍ଜ କରାଯାଇ ପାରିବ। ଏଥିପାଇଁ ଏବେସୁଦ୍ଧା କାଉଣ୍ଟରକୁ ଯିବା ବା ଥାର୍ଡ-ପାର୍ଟି ଆପ୍ସର ସାହାଯ୍ୟ ନେବାର ବିକଳ୍ପ ହିଁ ମିଳୁଥିଲା। 

ନୂଆ ସେବାକୁ ହିନ୍ଦୀ ଓ ଇଂରାଜୀ ଦୁଇଟି ଭାଷାରେ ଉପଲବ୍ଧ କରାଯାଇଛି। ନିଜର ମେଟ୍ରୋ କାର୍ଡକୁ ହ୍ୱାଟ୍ସଆପ୍‌ ମାଧ୍ୟମରେ ରିଚାର୍ଜ କରିବାକୁ ଚାହୁଁ ଥିଲେ +91 9650855800ରେ Hi ଲେଖି ପଠାଇବାକୁ ହେବ ବା ଏହି ବିକଳ୍ପ ଦିଲ୍ଲୀ ମେଟ୍ରୋରେ କ୍ୟୁଆର୍‌ କୋଡ୍‌ ସ୍କାନରେ ମଧ୍ୟ ମିଳି ପାରିବ। ଏହି ଚ୍ୟାଟ୍‌ବଟ୍‌ ସହ ଚ୍ୟାଟ୍‌ ୱିଣ୍ଡୋରେ ଦିଆ ଯାଇଥିବା ନିର୍ଦ୍ଦେଶର ପାଳନ କରି ଆପଣ ୟୁପିଆଇ, ଡେବିଟ୍‌ ବା ପୁଣି କ୍ରେଡିଟ୍‌ କାର୍ଡରେ ପେମେଣ୍ଟ କରି କାର୍ଡ ରିଚାର୍ଜ କରି ପାରିବେ।

 ଯାତ୍ରାଙ୍କୁ ଉତ୍ତମ ଅନୁଭବ ଦେବାକୁ ପ୍ରୟାସ – 

ମେଟାର ଭାରତରେ ବିଜନେସ ମେସେଜିଂ ଡାଇରେକ୍ଟର ରବି ଗର୍ଗ କହିଛନ୍ତି, ୟୁଜର ହ୍ୱାଟ୍ସଆପ୍‌ ସାହାଯ୍ୟରେ ମେଟ୍ରୋ ପାସ୍‌ ରିଚାର୍ଜ କରିବାର ବିକଳ୍ପ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ (ଡିଏମଆରସି)  ଯାତ୍ରୀଙ୍କୁ ଉତ୍ତମ ଅନୁଭବ ଦେବ। ସେ କହିଛନ୍ତି କି, ବର୍ତ୍ତମାନ କ୍ୟୁଆର୍‌ ଟିକେଟିଂ ସିଷ୍ଟମର ସଫଳତାକୁ ଦେଥି ଲକ୍ଷ ଲକ୍ଷ ଲୋକଙ୍କର ଯାତ୍ରା ସହଜ କରିବାର ଲକ୍ଷ୍ୟରେ ନୂଆ ବିକଳ୍ପ ସିଷ୍ଟମର ଅଂଶ ହେବାକୁ ଯାଉଛି। 

ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ମୋବାଇଲ୍‌ ଆପ୍ସରେ ହ୍ୱାଟ୍ସଆପ୍ ପେମେଣ୍ଟ ଅପସନରେ ଟ୍ୟାପ୍‌ କରିବା ପରେ ମଧ୍ୟ ୟୁଜରଙ୍କୁ ସହଜରେ ଚ୍ୟାଟବଟ୍‌ ଆକ୍ସେସ୍‌ କରିବାର ବିକଳ୍ପ ମିଳିଯିବ। ଡିଏମଆରସିର ହ୍ୱାଟ୍ସଆପ୍‌ରେ ରିଚାର୍ଜ ସେବା ଟିକେଟିଂ ସର୍ଭିସ୍‌ Paylocal ପାସୱାର୍ଡ। ଏହାର ଫାଇଦା ଗୁରୁଗ୍ରାମ ରାପିଡ୍‌ ମେଟ୍ରୋ ଓ ଦିଲ୍ଲୀ ଏନସିଆରରେ ସବୁ ଲାଇନ୍ସରେ ନିଆ ଯାଇ ପାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.