ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବ୍ୟାପିବାରେ ଲାଗିଛି କରୋନାର ଜେଏନ୍‌୧ ଭ୍ୟାରିଆଣ୍ଟ: ଦେଶରେ ଏପର୍ଯ୍ୟନ୍ତ ୨୬୩ଟି ମାମଲା, କେରଳରେ ସବୁଠାରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ,୨।୧: କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଜେଏନ୍୧ କାରଣରୁ ଭାରତ ସହିତ ବହୁ ଦେଶରେ ସଂକ୍ରମଣ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଜାରି ସୂଚନା ଅନୁସାରେ, ଭାରତ ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ୫୭୩ ନୂଆ ମାମଲା ସାମନାକୁ ଆସିଛି ଓ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୪,୫୬୫ ରହିଛି। ଇଣ୍ଡିଆନ୍ ସାର୍ସ-ସିଓଭି-୨ ଜିନୋମିକ୍ସ କନର୍ସୋଟିୟମ୍ (INSACOG) ମଙ୍ଗଳବାର ଜାରି ସୂଚନା ଅନୁସାରେ, ଦେଶରେ ଏପର୍ଯ୍ୟନ୍ତ କୋଭିଡ୍‌ର -୧୯ ନୂଆ ଭ୍ୟାରିଆଣ୍ଟ ଜେଏନ୍‌୧ର ମୋଟ ୨୬୩ ମାମଲା ସାମନାକୁ ଆସିଛି, ଯେଉଁଥିରେ ପ୍ରାୟ ଅଧା ମାମଲା କେରଳରେ ରହିଛି।

ଏପର୍ଯ୍ୟନ୍ତ ୧୦ ରାଜ୍ୟ ଓ କେନ୍ଦ୍ର ଶାସିକ ରାଜ୍ୟରେ ଭାଇରସ୍ ଜେଏନ୍‌୧ ଭ୍ୟାରିଆଣ୍ଟର ଉପସ୍ଥିତି ସମ୍ପର୍କରେ ଜଣାପଡିଛି। ଆଇଏନ୍‌ଏସ୍‌ଏସିଓଜିର ସୂଚନା ଅନୁସାରେ, ଏହି ରାଜ୍ୟ ଭିତରେ କେରଳ(୧୩୩), ଗୋଆ(୫୧). ଗୁଜରାଟ(୩୪), ଦିଲ୍ଲୀ(୧୪), କର୍ଣ୍ଣାଟକ(୮), ମହାରାଷ୍ଟ୍ର(୯), ରାଜସ୍ଥାନ(୫), ତାମିଲନାଡୁ(୪), ତେଲେଙ୍ଗାନା(୨) ଓ ଓଡିଶାରେ (୧) ଟି ମାମଲା ଜଣାପଡିଛି। ସଂଖ୍ୟାରୁ ଜଣାପଡୁଛି ଡିସେମ୍ବରରେ ଦେଶରେ ରେକର୍ଡ କରାଯାଇଥିବା କୋଭିଡ୍‌ର ୨୩୯ ଟି ମାମଲାରେ ଜେଏନ୍‌୧ ମିଳିଛି। ସେଭଳି ନଭେମ୍ବରରେ ଏଭଳି ୨୪ଟି ମାମଲା ସାମନାକୁ ଆସିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.