ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ପୋଷ୍ଟ, ବିକମ୍ ଛାତ୍ରଙ୍କୁ ବାନ୍ଧିଲା ପୋଲିସ

Image Courtesy: hindustantimes

କୋଲାକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶରେ ବିବାଦ ବୃଦ୍ଧି ପାଇଛି । ଏହାକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଲୋକେ ଟାର୍ଗେଟ କରୁଛନ୍ତି। ଏହାରି ଭିତରେ ମମତା ବାନାର୍ଜୀଙ୍କ ବିରୋଧରେ ସୋସିଆଲ ମିଡିଆରେ ହିଂସା ଉଦ୍ରେକକାରୀ ପୋଷ୍ଟ କରି ଫସିଛନ୍ତି ଜଣେ ବିକମ୍‌ ଦ୍ବିତୀୟ ବର୍ଷର ଛାତ୍ର । ହିଂସାତ୍ମକ ପୋଷ୍ଟ କରିଥିବାରୁ ତାଙ୍କୁ କୋଲକାତା ପୋଲିସ ଗିରଫ କରିଛି । 

ଅଭିଯୁକ୍ତ ଛାତ୍ର କିର୍ତ୍ତୀ ଶର୍ମା ‘କିର୍ତ୍ତୀ ସୋସିଆଲ’ ନାମକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ମମତା ବାନାର୍ଜୀଙ୍କ ହତ୍ୟା କରିବା ଲାଗି ଅନ୍ୟ ୟୁର୍ଜସଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ଅଭିଯୁକ୍ତଜଣକ  ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ୩୧ ବର୍ଷୀୟା ଡାକ୍ତରଙ୍କ ପରିଚୟ ଏବଂ ଫଟୋଗ୍ରାଫ ଶେୟାର କରିଥିଲା ବୋଲି ପୋଲିସ କହିଛି । ଏନେଇ କୋଲକାତା ପୋଲିସ ଏକ ବିବୃତ୍ତି ଜାରି କରିଛି । 

ପୋଲିସ ପକ୍ଷରୁ କୁହାଯାଇଛି ଯେ, କିର୍ତ୍ତୀ ସୋସିଆଲ ଇନଷ୍ଟାଗ୍ରାମ ଆଇଡି ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ମାମଲାରେ ୩ଟି ପୋଷ୍ଟ କରିଥିଲା । ପୋଷ୍ଟ ଜରିଆରରେ ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ଏବଂ ଫେଟୋ ଶେୟାର କରାଯାଇଥିଲା । ଅଭିଯୁକ୍ତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କଲା ଭଳି ଦୁଇଟି ଷ୍ଟୋରୀ ଶେୟାର କରିଥିଲା’ 

ଦୁଷ୍କର୍ମ ଓ ହତ୍ୟା ମାମଲା ପରେ କୋଲକାତା ପୋଲିସ ସୋସିଆଲ ମିଡିଆ ପୋଷ୍ଟ ଉପରେ ବିଶେଷ ଧ୍ୟାନ ରଖିଛି । ଏପରିକି କୋଲକାତା ପୋଲିସ କମିଶନରଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରିଥିବା ଟିଏମସି ସାଂସଦ ଶୁଖେନ୍ତୁ ଶେଖର ରାୟଙ୍କ ନୋଟିସ ପଠାଯାଇଛି । ଏହା ବ୍ୟତୀତ ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା ଅଭିଯୋଗରେ ବିଜେପି ସାଂସଦ ଲକେଟ ଚାଟାର୍ଜୀ ଏବଂ ଦୁଇ ବରିଷ୍ଠ ଡାକ୍ତରଙ୍କୁ ସମନ ପଠାଇଛି କୋଲକାତା ପୋଲିସ ।

  • Kolkata Police
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.