ପ୍ରମୂଖ ଖବର

ପାକିସ୍ତାନର ଦମଦାର ପ୍ରଦର୍ଶନ, ଶ୍ରୀଲଙ୍କା ଆଗରେ ୨୫୩ ରନର ବିଜୟ ଲକ୍ଷ୍ୟ

Image Courtesy: espncricinfo

କଲୋମ୍ବୋ, ୧୪/୦୯: କଲମ୍ବୋରେ ଫାଇନାଲ୍‌ ପାଇଁ ଲଢ଼େଇ ଜାରି ରହିଛି । ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ହେଉଥିବା ବେଳେ ଫାଇନାଲ୍‌ କିଏ ଯିବ ତାକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଲାଗିରହିଛି । ଖେଳରେ ବର୍ଷା ବାଧକ ସାଜୁଛି । ହେଲେ ଏଥିରେ ଜମା ବିଚଳିତ ହୋଇନାହାନ୍ତି ପାକିସ୍ତାନ ବ୍ୟାଟର । ବର୍ଷା ଯୋଗୁଁ ଧାର୍ଯ୍ୟ ଓଭରରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ । ନିର୍ଦ୍ଧାରିତ ୪୨ ଓଭରରେ ପାକିସ୍ତାନ ୭ ଓ୍ଵିକେଟ୍  ହରାଇ  ୨୫୨ ରନର ଲଢୁଆ ସ୍କୋର କରିଛି । 

ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିବା ପାଇଁ ଘରୋଇ ଶ୍ରୀଲଙ୍କା ସମ୍ମୁଖରେ ୨୫୩ ରନର ବିଜୟ ଲକ୍ଷ୍ୟ ରହିଛି । ଆଜିର ମ୍ୟାଚରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମଧ୍ୟକ୍ରମରେ ମହମ୍ମଦ ରିଜଓ୍ଵାନଙ୍କ ଅପରାଜିତ ୮୨ ରନ ସହ  ଅବଦୁଲ୍ଲା ଶଫିକଙ୍କ ୫୨ ରନ ଓ  ଇଫତିକାର ଅହମ୍ମଦଙ୍କ ୪୭ ରନ ବଳରେ ପାକିସ୍ତାନ ଟିମ୍‌ ଭଲ ସ୍କୋର କରିବାରେ ସକ୍ଷମ ହୋଇଛି । ଶ୍ରୀଲଙ୍କା ସାମ୍ନାରେ ୨୫୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । 

ଶ୍ରୀଲଙ୍କା ଟିମ୍‌ର ମାଥିଶା ପାଥିରାନା ଆଜି ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଅବଦୁଲ୍ଲା  ଶଫିକ୍‌, ମହମ୍ମଦ ହାରିସ ଏବଂ ଇଫତିକାର ଅହମ୍ମଦଙ୍କୁ ଆଉଟ କରିବାରେ ସଫଳ ହୋଇଛନ୍ତି ପାଥିରାନା । ତାଙ୍କ ପରେ ପ୍ରମୋଦ ମଧୁଶାନ ୨ଟି, ଡୁନିଥ ଓ୍ବେଲାଗାଲେ ଏବଂ ମହୀଶ ଥିକଶାନା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି 

  • Asia cup 2023
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.