ମୁମ୍ୱାଇ : ‘ଯବାନ’ରେ ଶାହରୁଖ ଖାନଙ୍କୁ ଦେଖିବାକୁ ଲୋକେ ଖୁବ୍ ଉତ୍ସାହିତ ଅଛନ୍ତି। କାରଣ ଟ୍ରେଲର ରିଲିଜ ପୂର୍ବରୁ ହିଁ ନିଜର ପ୍ରିୟ ଅଭିନେତାଙ୍କୁ ନେଇ ଆଲୋଚନା କରୁଥିଲେ। ଗତ ଗୁରୁବାର ଫିଲ୍ମ ଯବାନର ଟ୍ରେଲର ରିଲିଜ ହୋଇ ଯାଇଛି ଏବଂ ଏହାପରେ ଫିଲ୍ମ ପ୍ରଶଂସକମାନେ ଯେମିତି ପୂରା କ୍ରେଜି ହୋଇ ଯାଇଛନ୍ତି। ଲୋକଙ୍କର ଏହି କ୍ରେଜ୍ ଯବାନର ଆଡଭାନ୍ସ ବୁକିଂରେ ନଜର ଆସୁଛି।
ମେକର୍ସ ଶୁକ୍ରବାର ସକାଳ ୧୦ଟାରେ ଯବାନର ଆଡଭାନ୍ସ ବୁକିଂ ଆରମ୍ଭ ହେବାର ଅଫିସିଆଲ ଘୋଷଣା କରିଥିଲେ। ହେଲେ ଏହି ଘୋଷଣା ପୂର୍ବରୁ ମଧ୍ୟ ଶୁକ୍ରବାର ସକାଳେ ଅନେକ ଥିଏଟର୍ ଧିରେ ଧିରେ ସୀମିତ ସଂଖ୍ୟକ ସହ ଫିଲ୍ମର ବୁକିଂ ନେଉ ଥିଲେ। କିନ୍ତୁ ଘୋଷଣା ପରେ ବୁକିଂ ରକେଟ୍ ବେଗରେ ବୃଦ୍ଧି ପାଇଥିଲା ।
ଏହି ବୁକିଂ ବୃଦ୍ଧିର ଅନ୍ଦାଜା ଏଥିରୁ ଲାଗିଥିଲା , ଯେବେ ବୁକିଂ ଖୋଲିବାର କିଛି ଘଣ୍ଟା ଭିତରେ ଅନେକ ସିନେମା ହଲ୍ ଶୋ’ ହାଉସଫୁଲ୍ ହେବାକୁ ଲାଗିଲା। ଆଜି ଫିଲ୍ମର ଆଡଭାନ୍ସ ବୁକିଂକୁ ୨୪ ଘଣ୍ଟା ପୂରା ହେବାରେ ଆଡଭାନ୍ସ ବୁକିଂର ଯେଉଁ ସଂଖ୍ୟା ସାମନାକୁ ଆସିଛି, ତାହା ଦର୍ଶାଉଛି କି ଯବାନ ଇଣ୍ଡିଆନ ବକ୍ସ ଅଫିସରେ ନିଆଁ ଲଗେଇବାକୁ ଯାଉଛି।
ଆଡ୍ଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗିଲା ‘ଯୱାନ’, ମୁମ୍ବାଇରେ ୧୫ ମିନିଟ୍ରେ ହାଉସ୍ଫୁଲ
୨୪ ଘଣ୍ଟାରେ ସବୁଠୁ ଅଧିକ ବୁକିଂ -
ସୈକନିଲ୍କର ଡାଟା ଅନୁସାରେ , ପ୍ରଥମେ ୨୪ ଘଣ୍ଟାରେ ହିଁ ଯବାନ ପାଇଁ , କେବଳ ୩ ଟି ବଡ଼ ବଡ଼ ନ୍ୟାସନାଲ ସିନେମା ଚେନ୍ସରେ ହିଁ ୧ ଲକ୍ଷ ୬୫ ହଜାରରୁ ଅଧିକ ଟିକେଟ ଆଡଭାନ୍ସରେ ବୁକ୍ ହୋଇଛି।
ଇଣ୍ଡିଆନ ସିନେମାରେ ଏବେସୁଦ୍ଧା ପ୍ରଥମ ୨୪ ଘଣ୍ଟାରେ ସବୁଠୁ ଅଧିକ ଟିକେଟ ଶାହରୁଖ ଖାନଙ୍କ ଫିଲ୍ମ ପଠାନ ପାଇଁ ବୁକ୍ ହୋଇଥିଲା । ବୁକିଂ ଆରମ୍ଭ ହେବାର ୨୪ ଘଣ୍ଟାରେ , ନ୍ୟାସନାଲ ଚେନ୍ସରେ ପଠାନର ୧ ଲକ୍ଷ ୧୭ହଜାର ଟିକେଟ ଆଡଭାନ୍ସରେ ବୁକ୍ ହୋଇଥିଲା। ଏହି ରେକର୍ଡକୁ ନିଜେ ଶାହରୁଖଙ୍କ ହିଁ ଫିଲ୍ମ ଯବାନ , କେବଳ ଭାଙ୍ଗି ନାହିଁ , ସେ ବହୁତ ବଡ଼ ବ୍ୟବଧାନରେ ପଛରେ ପକାଇ ଦେଇଛି। ଏହା ଦର୍ଶାଉଛି କି ଯବାନରେ ଶାହରୁଖଙ୍କୁ ଦେଖିବାକୁ ଅପେକ୍ଷାରତ ଲୋକେ କେତେ ମାତ୍ରାରେ ଉତ୍ସାହିତ ଅଛନ୍ତି ।
ସବୁଠୁ ମହଙ୍ଗା ଅଭିନେତା ହେଲେ ରଜନୀକାନ୍ତ , ପାରିଶ୍ରମିକ କଥା ଶୁଣିଲେ ପାଦ ତଳୁ ଖସି ଯିବ ମାଟି