ଗାଜିଆବାଦ: ବୁଧବାର ଗାଜିଆବାଦରେ କରୋନା ପାଦ ଥାପିଛି। ଏଠାରେ ସଂକ୍ରମିତ ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲାରେ ମଧ୍ୟ ଆଲର୍ଟ ଜାରି କରିଛି। କାଉନ୍ସିଲର ଅମିତଙ୍କ କରୋନା ସଂକ୍ରମିତ ମିଳିବା ପରେ ତାଙ୍କ ପରିବାରର ସଦସ୍ୟଙ୍କର ମଧ୍ୟ ଏବେ ଯାଞ୍ଚ ହେବ। କୁହାଯାଉଛି ଅମିତଙ୍କ ପରିବାରର କୌଣସି ସଦସ୍ୟଙ୍କର ଦୁବାଇର ଟ୍ରାଭେଲ୍ ହିଷ୍ଟ୍ରି ମିଳିଛି। ସେପଟେ କରୋନାର ଲକ୍ଷଣ ଥିବା ରୋଗୀଙ୍କ ଯାଞ୍ଚ କରିବାର ନିର୍ଦ୍ଦେଶ ଦିଆ ଯାଇଛି। ସବୁ ଘରୋଇ ହସ୍ପିଟାଲକୁ କରୋନା ସଂକ୍ରମିତ ମିଳିବା କ୍ଷଣି ସୂଚନା ଦେବା କଥା କୁହାଯାଇଛି।
ଜିଲ୍ଲା ସର୍ଭିଲାନ୍ସ ଅଧିକାରୀ ଡା. ଟିକମ୍ ସିଂହ କହିଛନ୍ତି କି, କରୋନାକୁ ନେଇ ଆଲର୍ଟ ଜାରି କରା ଯାଇଛି। ଏହାସହ ଜିଲ୍ଲାରେ କରୋନା ସମ୍ୱନ୍ଧିତ ଚିକିତ୍ସା , ଯାଞ୍ଚ ଆଜିର ସୂଚନା ପ୍ରଶାସନକୁ ପଠାଇ ଦିଆ ଯାଇଛି। ହସ୍ପିଟାଲ , ଯାଞ୍ଚ ଲ୍ୟାବ୍ ,କ୍ଲିନିକ୍, ନିର୍ସିଂ ହୋମ୍ ଆଦି ଚିକିତ୍ସୀୟ ସଂସ୍ଥାକୁ ମଧ୍ୟ ରୋଗୀ ମିଳିବା ସ୍ଥିତିରେ ସୂଚନା ଦେବା କଥା କୁହାଯାଇଛି।
ବୁଧବାର ସ୍ୱାସ୍ଥ୍ୟ ବିଭାଗ କରୋନାର ଚିକିତ୍ସା ଓ ଯାଞ୍ଚ ସମ୍ୱନ୍ଧିତ ସୂଚନା ପ୍ରଶାସନକୁ ପଠାଇ ଦେଇଛି। ରିପୋର୍ଟରେ ଚିକିତ୍ସା ଓ ଯାଞ୍ଚର ସୁବିଧା ପାଇଁ କୁହାଯାଇଛି। ହେଲେ ଜିଲ୍ଲାରେ ଏବେସୁଦ୍ଧା ଗୋଟିଏ ବି ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ ନାହିଁ। ରୋଗୀ ବଢିବା ସ୍ଥିତିରେ ହସ୍ପିଟାଲ ନିର୍ମାଣ କରାଯାଇ ପାରେ।
ଜିଲ୍ଲାର ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କରୋନା ଯାଞ୍ଚର ସୁବିଧା ନାହିଁ। ଆଗାମୀ ଦିନରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ଉପରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇପାରେ।