ପ୍ରମୂଖ ଖବର

ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ, ୧୫ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର ୧୫/୦୯: ଆଜି ବସିବ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ। ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବୈଠକ ହେବ । ଏହି ବୈଠକରେ ଅତିରିକ୍ତ ବଜେଟର ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବ। 

ପ୍ରାୟ ୨୫ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଚିଠା ପ୍ରସ୍ତାବ ଉପସ୍ଥାପନା ହୋଇପାରେ । ମନ୍ତ୍ରୀ ପରିଷଦର ଅନୁମୋଦନ ପରେ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଆଗତ ହେବ ।ଏହା ବାଦ୍ କ୍ୟାବିନେଟ୍ ବୈଠକରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି । 

ପ୍ରାୟ ୧୫ରୁ ଅଧିକ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିପାରେ । ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୩୦ହଜାର କୋଟି ଟଙ୍କାର ବଜେଟ୍ ଆସିଥିଲା ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.