ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ମେକ୍ସିକୋ ସଂସଦରେ ଦୁଇଟି ଏଲିଅନ୍‌ ପ୍ରଦର୍ଶନକୁ ନେଇ ଚର୍ଚ୍ଚା, ମଣିଷ ପରି ଚେହେରା, ହାତରେ ରହିଛି ୩ଟି ଲେଖାଏଁ ଆଙ୍ଗୁଳି

ମେକ୍ସିକୋ ସିଟି, ୧୩/୦୯: ବାହାର ଗ୍ରହରେ ଜୀବନ ବା ଏଲିଅନର ଉପସ୍ଥିତିକୁ ନେଇ ଆଶଙ୍କା ଲାଗିରହିଛି । ଏଲିଅନକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି ।  ଏଭଳି ସ୍ଥିତିରେ ମେକ୍ସିକୋ ସଂସଦରେ ଦୁଇଟି ଏଲିଅନ୍‌ ଶବ୍‌ ପ୍ରଦର୍ଶିତ କରାଯାଇଥିବା କୁହାଯାଉଛି । ଏହା ପରେ ଏଲିଅନ୍‌ ଏବଂ ଅଜଣା ଉଡ଼ନ୍ତା ବସ୍ତୁ ବା ୟୁଏଫକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମେକ୍ସିକୋ କଂଗ୍ରେସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ‘ଏଲିଅନ୍‌ ଶବ’ ପ୍ରଦର୍ଶନ କରାଯାଇଥିଲା । ଶବର ଅନାବରଣ କରିଥିଲେ ୟୁଏଫଓ ବିଶେଷଜ୍ଞ ଜ୍ୟାମି ମୌସାନ । 

ଅଧରାତିରେ ଶୋଇଥିବା ବେଳେ ୯ ମହଲା କୋଠାରେ ଅଗ୍ନିକାଣ୍ଡ, ୫୦ ଜଣଙ୍କ ମୃତ୍ୟୁ

ଦୁଇଟି ବିଚିତ୍ର ଶବକୁ ସମସ୍ତ ସଦସ୍ୟଙ୍କ ସାମ୍ନାରେ ଅନାବରଣ କରାଯାଇଥିଲା । ଏହି ଶବ ଏକ ହଜାର ବର୍ଷ ପୂର୍ବେ ପେରୁରେ ମିଳିଥିଲା ବୋଲି ଦାବି କରିଛନ୍ତି କାର୍ଯ୍ୟକ୍ରମ ଆୟୋଜକ । ମୌସାନ ଦାବି କରିଛନ୍ତି ଯେ, ୟୁଏଫଓର ନମୂନା ମେକ୍ସିକୋର ଏକ ବିଶ୍ବବିଦ୍ୟାଳୟରେ ପରୀକ୍ଷା କରାଯାଇଥିଲା । ଏଥିରୁ ଡିଏନଏ ସାମ୍ପଲ ମିଳିଛି । ମିଳିଥିବା ନମୂନା ପୃଥିବୀପୃଷ୍ଠରେ ବିକଶିତ ହେଉଥିବା ଡିଏନଏ ଠାରୁ ଅଲଗା । ନିକଟ ଅତୀତରେ ପ୍ରଥମ ଥର ପାଇଁ ଆମେରିକା କଂଗ୍ରେସରେ ୟୁଏଫଓ ଉପରେ ଆଲୋଚନା ହୋଇଥିଲା । ଠିକ୍‌ ସେହିଭଳି ମେକ୍ସିକୋ କଂଗ୍ରେସରେ ୟୁଏଫଓ ସମ୍ବନ୍ଧୀୟ ବୈଠକ ଆୟୋଜିତ ହୋଇଛି ।


 


ତେବେ ମଙ୍ଗଳବାର ମେକ୍ସିକୋ ସଂସଦରେ ପ୍ରଦର୍ଶିତ ହୋଇଥିବା ତଥାକଥିତ ଏଲିଅନ ଶବକୁ ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେପଟେ   ଜ୍ୟାମି ମୌସାନ ଅନ୍ୟଗ୍ରହର ଜୀବନ ସଂପର୍କରେ ଅଧ୍ୟୟନ କରୁଥିବା ବେଳେ ସେ ମଧ୍ୟ ଜଣେ ସାମ୍ବାଦିକ । ମେକ୍ସିକୋ ସଂସଦରେ ଆମେରିକୀୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । କାଚ ବାକ୍ସରେ ଏହି ଦୁଇ ଶବକୁ ପ୍ରଦର୍ଶିତ କରାଯାଇଥିଲା । ତେବେ ଏହି ଏଲିଅନ୍‌ ଶବରେ ଦେଖିବାକୁ ମିଳିଛି ଯେ, ଏଗୁଡ଼ିକ ହାତରେ ୩ଟି ଲେଖାଏଁ ଆଙ୍ଗୁଳି ରହିଛି । ଏବଂ ସେମାନଙ୍କ ମୁହଁ ମଣିଷ ପରି ଦେଖାଯାଉଛି ।

You can also read: ବୈଜ୍ଞାନିକଙ୍କ ଅଜବ ଦାବି: ମଙ୍ଗଳ ଗ୍ରହରେ ଥିଲେ ଏଲିଅନ୍‌, ଭୁଲରେ ମାରିଦେଇଛି ନାସା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.