ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୀନ୍‌ କଥାରେ ପରିଚାଳିତ ମାଳଦ୍ୱୀପର ନୂତନ ରାଷ୍ଟ୍ରପତି, ଫେରାଇ ଦେବାକୁ ଚାହୁଁଛନ୍ତି ଭାରତର ୭୫ ସୈନିକ ଓ ଦୁଇ ବିମାନ

ନୂଆଦିଲ୍ଲୀ,୫।୧୦: ମାଳଦ୍ୱୀପର ନୂତନ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନୂତନ ବିବୃତ୍ତି ଭାରତ ପାଇଁ ଚିନ୍ତାଜନକ ରହିଛି। ମାଲଦ୍ୱୀପରେ  ଥିବା ସମସ୍ତ ବିଦେଶୀ ସୈନିକଙ୍କୁ ଫେରାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ବିଜୟ ସ୍ପଷ୍ଟ କରିଛି ଯେ ଆମ ଦେଶର ଲୋକମାନେ ନିଷ୍ପତ୍ତି ନେଇଛନ୍ତି ଯେ, ସେମାନେ ଚାହୁଁ ନାହାଁନ୍ତି  ଭାରତୀୟ ସୈନିକମାନେ ମାଳଦ୍ୱୀପରେ ରୁହନ୍ତୁ। ତେଣୁ, ବିଦେଶୀ ସୈନିକମାନେ ଏଠାରେ ରହି ଆମର ଭାବନାକୁ ଆଘାତ କରିପାରିବେ ନାହିଁ। ଅନେକ ଥର ମାଳଦ୍ୱୀପକୁ ସାହାଯ୍ୟ କରୁଥିବା ଭାରତୀୟ ସୈନିକ ଏବଂ ବିମାନକୁ ଏବେ  ରାଷ୍ଟ୍ରପତିଙ୍କୁ କାହିଁକି ଫେରାଇ ଦେବାକୁ ଚାହୁଁଛନ୍ତି ତାହା ହେଉଛି ବଡ ପ୍ରଶ୍ନ।

ଆସନ୍ତୁ ଜାଣିବା ଏହାର ପୁରା କାହାଣୀ। ଭାରତର ୨୦୧୦ ଓ ୨୦୧୩ରେ ଦୁଇଟି ହେଲିକପ୍ଟର ଓ ୨୦୨୦ ରେ ଏକ ଛୋଟ ବିମାନ ଉପହାରରେ ଦେଇଥିଲା। ଏହାକୁ ନେଇ ମଧ୍ୟ ଖୁବ୍ ହଙ୍ଗାମା ହୋଇଥିଲା। ୨୦୨୧ ରେ ମାଲଦୀପ ରାଷ୍ଟ୍ରୀୟ ପ୍ରତିରକ୍ଷା ବଳ(ଏମ୍ଏନ୍ଡିଏଫ୍) ସୁରକ୍ଷା ସେବା ଉପରେ ସଂସଦୀୟ କମିଟିକୁ ସୂଚୀତ କରିଥିଲା ଯେ, ବିମାନ ଓ ହେଲିକପ୍ଟର ସଞ୍ଚାଳିତ କରିବା ପାଇଁ ୭୫ ଭାରତୀୟ ସୈନିକ ମାଲଦ୍ବୀପରେ ମୁତୟନ ଥିଲେ। ଭାରତ ସୈନିକ ବହୁ ଦିନ ଧରି ମାଲଦ୍ବୀପରେ ଅଛନ୍ତି। ସେଠାର ଲୋକଙ୍କ ସାହାଯ୍ୟ ପାଇଁ ମୁତୟନ ଅଛନ୍ତି।

ମାଳଦ୍ୱୀପର ଅଲଗା ଅଲଗା ଦ୍ବୀପରେ ଅସୁସ୍ଥ ଓ ଆହତଙ୍କୁ ଏୟାର ଲିଫ୍ଟ କରିବାକୁ ଏହି ସବୁ ବିମାନର ବ୍ୟବହାର କରାଯାଇଥାଏ। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଭାରତର ୨ ବିମାନ, ଗୋଟିଏ ହେଲିକପ୍ଟର ଓ ୭୫ ଭାରତୀୟ ସୈନିକ ମାଳଦ୍ୱୀପରେ ରହିବା ତାଙ୍କର ରାଷ୍ଟ୍ରପତିଙ୍କୁ କାହିଁକି ଭଲ ଲାଗୁନି ? ବୈଦେଶିକ ବ୍ୟାପାର ବିଶେଷଜ୍ଞଙ୍କ ମତରେ ମାଳଦ୍ୱୀପର ନୂତନ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ହେଉଛନ୍ତି ଚୀନ୍ର ସମର୍ଥକ। ଚୀନ୍ ପୂର୍ବରୁ ହିଁ ଭାରତର ଓ ଏହାର ପଡୋଶୀ ଦେଶ ଉପରେ ନିଜର ପ୍ରଭାବ ବଢାଇବାକୁ ଚେଷ୍ଟା କରୁଛି। ପ୍ରଥମେ ପାକିସ୍ତାନ, ତା ପରେ ଶ୍ରୀଲଙ୍କା ଏବଂ ଏବେ ନେପାଳ ଦ୍ବାରା ଭାରତକୁ ଘେରିବାକୁ ଚେଷ୍ଟା କରୁଛି ଚୀନ୍ । ଏବେ ଚୀନ୍ ନଜରରେ ମାଳଦୀପ ରହିଛି। ଚୀନ୍ ମାଳଦ୍ୱୀପ ରାଷ୍ଟ୍ରପତି ଜରିଆରେ ଭାରତ ଉପରେ ନଜର ରଖିବାକୁ ଚେଷ୍ଟା କରୁଛି। ରଣନୈତିକ ରୂପରେ କହିବାକୁ ଗଲେ, ଯେଉଁ ସମୁଦ୍ର ଉପରେ ମାଳଦ୍ୱୀପ ଅବସ୍ଥିତ, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  ମାଲଦ୍ୱୀପର ନିକଟତର ହୋଇ ଚୀନ୍ ଭାରତ ମହାସାଗର ଉପରେ କବଜା କରିବାକୁ ପ୍ରସ୍ତୁତ ହେଉଛି। ଏହା ହେଉଛି ତାଙ୍କର ସବୁଠାରୁ ବଡ ରଣନୀତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.