ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆସନ୍ତା ୧୦ ଦିନରେ ରାଜ୍ୟରେ ଦୁଇଟି ଲଘୁଚାପ ସମ୍ଭାବନା, ୧୨ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୧୧/୦୯: ଆସନ୍ତା ୧୦ ଦିନରେ ରାଜ୍ୟରେ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ହେବ । ୧୨ ଓ ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଲଘୁଚାପର ରୂପ ନେବ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । 

ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ପୂର୍ବନୁମାନ କରି କହିଛି, ୧୨ ତାରିଖରେ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଲଘୁଚାପର ରୂପ ନେଇପାରେ । 

ଡକ୍ଟର ପଶୁପାଳନ ଆକଳନ ଅନୁସାରେ, ଉତ୍ତର ବଙ୍ଗୋପସାଗରରେ ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପ ମଧ୍ୟପ୍ରଦେଶ ଓ ପୂର୍ବ ମହାରାଷ୍ଟ୍ରରେ ରହିଛି । ଏହାର ବାହ୍ୟ ବଳୟ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହେବ । ତେବେ ୧୨ ତାରିଖରେ ହେବାକୁ ଥିବା ଲଘୁଚାପ ବଳୟ ଯୋଗୁଁ ବର୍ଷା ବଢିବ । 

୧୩ରେ ଏହା ଲଘୁଚାପରେ ପରିଣତ ହେବ । ୧୩ ଓ ୧୪ ଦୁଇଦିନ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୫ ଓ ତାରିଖରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇ ପାରେ ବୋଲି ସେ କହିଛନ୍ତି।

ସେହିପରି ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୪୮ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ  । 

ଆକଳନ ଅନୁସାରେ ଆସନ୍ତା ୧୧ ଦିନରେ ରାଜ୍ୟରେ ମୋଟ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ଦୁଇଗୁଣା ରହିବ । ଉତ୍ତର ଉପକୂଳରେ ବର୍ଷା ସାମାନ୍ୟ କମ୍‌ ରହିପାରେ ।   ତେବେ ଖାଲି ପଡିଥିବା ଢିପ ଜମିରେ ଏବେ ମୁଗ, ବିରି, ସୋରିଷ, ଅଳସି, ଅନ୍ୟ ପନିପରିବା ଲଗାନ୍ତୁ । ଧାନର ବୟସ ଦେଖି ବିଲରେ ସାରା ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । 

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଅନୁସାରେ ୧୨ରୁ ୧୫ ତାରିଖ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ତେବେ ଗତ ଜୁନ ୧ ତାରଖରୁ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ରାଜ୍ୟରେ ୮୯୦ ମିମି ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ଭାବେ ୯ ମିିମି ବର୍ଷା ହେବା କଥା, ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । 

ରବିବାର ରାଜ୍ୟର କ୍ୱଚିତ ସ୍ଥାନରେ କାଁ ଭାଁ ବର୍ଷା ହୋଇଛି । ନୂଆପଡାରେ ୧୦ ମିମି, କଟକ ୩ ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟା ଭିତରେ କେନ୍ଦ୍ରପଡାର ରାଜନଗରରେ ସର୍ବାଧିକ ୭୦ ମିମି ବର୍ଷା ହୋଇଛି । ମାର୍ଶାଘାଇରେ ୪୩ ଓ କଟକ ହିଣ୍ଡୋଳରେ ୩୨, ଡେରାବିଶରେ ୨୮, କେନ୍ଦୁଝର ଘଟଣାରେ ୧୮, ସୁନ୍ଦରଗଡରେ ବଣାଇରେ ୧୬, ସୁନ୍ଦରଗଡରେ ୧୩ ମିମି ବର୍ଷା ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.