ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଦେଶରେ ମଧ୍ୟ ବନ୍ଦେ ଭାରତକୁ ନେଇ ଚର୍ଚ୍ଚା; ରପ୍ତାନୀ କରିବାକୁ ପ୍ରସ୍ତୁତିରେ ରେଳବାଇ!

ନୂଆଦିଲ୍ଲୀ,୦୧/୧୨: ଦେଶର ସବୁଠାରୁ ପ୍ରିମିୟମ ଏବଂ ପ୍ରଥମ ସେମି ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ବର୍ତ୍ତମାନ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଗଡ଼ିବ। ସୂଚନାନୁସାରେ, ଅନେକ ଦେଶ ଏହି ଟ୍ରେନ ପ୍ରତି ଆଗ୍ରହ ଦେଖାଇଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର କମ୍ ମୂଲ୍ୟ ଏବଂ ଅନେକ ବୈଶିଷ୍ଟ୍ୟ ହେତୁ ବନ୍ଦେ ଭାରତ ବିଦେଶରେ ବି ଲୋକପ୍ରିୟ ହେବାରେ ଲାଗିଛି। ଏହା କେବେ ରପ୍ତାନି ହେବ ତାହା ସ୍ଥିର କରାଯାଇ ନାହିଁ, କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରେଳବାଇ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କିଛି ବୈଷୟିକ ପରିବର୍ତ୍ତନ ପରେ, ଏହା ଶୀଘ୍ର ବିଦେଶୀ ଟ୍ରାକରେ ଗଡ଼ିବ। ସୂଚନାନୁସାରେ, ବନ୍ଦେ ଭାରତର ତୃତୀୟ ପିଢ଼ି ୨୦୨୪ ସୁଦ୍ଧା ଟ୍ରାକରେ ଚାଲିବା ଆରମ୍ଭ କରିବ। ଏହା ପରେ ହିଁ ଏହାକୁ ରପ୍ତାନି କରିବାର ଯୋଜନା ରହିଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ ଆଫ୍ରିକା ଦେଶ ଚିଲି, ତାଞ୍ଜାନିଆ ବ୍ୟତୀତ ୟୁରୋପର କିଛି ଦେଶ, ଦକ୍ଷିଣ ଆମେରିକା ଏବଂ ପୂର୍ବ ଏସିଆର ଅନେକ ଦେଶ ଏ ଦିଗରେ ପଦକ୍ଷେପ ନେଇଛନ୍ତି। ରେଳବାଇ ସୂତ୍ର ଅନୁଯାୟୀ, ଏହି ଟ୍ରେନ୍ ବିଦେଶକୁ ରପ୍ତାନି କରିବା ପୂର୍ବରୁ ଦେଶରେ ଅତି କମରେ ୧୦ ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଚାହୁଁଛି। ସରକାର ଦାବି କରିଛନ୍ତି ଯେ ଏହି ଟ୍ରେନ୍ ଯେକୌଣସି ପାଣିପାଗରେ ଟ୍ରାକରେ ଚାଲିବାରେ ସକ୍ଷମ। ନିକଟରେ କାଶ୍ମୀରରେ ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ଲଞ୍ଚ କରାଯାଇଛି।

ଟ୍ରାକରେ ଚାଲୁଥିବା ବନ୍ଦେ ଭାରତ ବୈଷୟିକ ଦୃଷ୍ଟିରୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଟ୍ରେନରେ ଯାତ୍ରା କରିବା ସମୟରେ କୌଣସି ପ୍ରକାରର ଝଟ୍‌କା ଲାଗେନାହିଁ। ବନ୍ଦେ ଭରତ ସହିତ ଜନିତ ଜଣେ ଅଧିକାରୀ ଦାବି କରିଛନ୍ତି ଯେ, ଆଗାମୀ ଦିନରେ ଏହି ଟ୍ରେନରେ ଟେଲିଙ୍ଗ୍ ଟେକ୍ନୋଲୋଜି ପ୍ରଚଳନ ହେବାକୁ ଯାଉଛି। ଏହି ଟେକ୍ନୋଲୋଜିରେ ମଧ୍ୟମରୁ ବ୍ରଡ୍ ଗେଜ୍ ଟ୍ରାକ୍ ଉପରେ ଟର୍ନ୍ ନେଇଥାଏ ଏବଂ ଯଦି ଏକ ମୋଡ଼ ଆସେ ତେବେ ସ୍ପିଡ୍‌ ବଜାୟ ରଖିବା ଟ୍ରନ୍‌ ଏହାର ସ୍ବତନ୍ତ୍ର ସୁବିଧାକୁ ଉପଯୋଗ କରିବ। ଆଗାମୀ ୧୦୦ ବନ୍ଦେ ଭାରତ ଟ୍ରେନରେ ଏହି ଟେକ୍ନୋଲୋଜି ବ୍ୟବହାର କରାଯାଉଛି। ୨୦୫-୨୬ ସୁଦ୍ଧା ଏହି ଟେକ୍ନୋଲୋଜି ଉପଲବ୍ଧ ହେବ ବୋଲି ଦାବି କରାଯାଉଛି।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.