ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟ୍ରାଫିକ୍‌ ସବ୍‌-ଇନ୍ସପେକ୍ଟର ପଦବି ପୂରଣ ମାମଲା, ୩ଟି ପଦ ପୂରଣ ନ କରିବାକୁ ନିର୍ଦ୍ଦେଶ

Published By : Prameya | July 13, 2025 10:32 AM

କଟକ,୧୩/୦୭: ରାଜ୍ୟ ପରିବହନ  ପ୍ରାଧିକରଣ (ଏସ୍‌ଟିଏ)ରେ ୨୧ଟି ସବ୍‌-ଇନ୍ସପେକ୍ଟର (ଟ୍ରାଫିକ୍‌) ପଦ ମଧ୍ୟରୁ ୫୦% ପଦ  ବିଭାଗୀୟ ପଦୋନ୍ନତି ଆଧାରରେ ଏବଂ ବାକି ୫୦%  ପଦରେ ସିଧାସଳଖ ନିଯୁକ୍ତି ଦେବାକୁ ହାଇକୋର୍ଟର  ଜଣକିଆ ବିଚାରପତି ଦେଇଥିବା ଆଦେଶକୁ ଚାଲେଞ୍ଜ୍‌ କରି ରୁଜୁ ମାମଲାରେ ହାଇକୋର୍ଟ ଖଣ୍ଡପୀଠ ଅନ୍ତରୀଣ ଆଦେଶରେ ତିନୋଟି ପଦ ପୂରଣ ନକରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । ଜଣକିଆ ବିଚାରପତିଙ୍କ ଆଦେଶକୁ ଚାଲେଞ୍ଜ୍‌ କରି ରାଜ୍ୟ ସରକାର ହାଇକୋର୍ଟକୁ  ଆସିଥିଲା ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ୍‌  ହରିଶ ଟଣ୍ଡନ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ  ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମ୍‌କୋର୍ଟରେ ରୁଜୁ ସ୍ୱତନ୍ତ୍ର ଲିଭ୍‌ ପିଟିସନ୍‌ର  ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ଏହି ୩ଟି  ପଦବି ପୂରଣ କରାଯିବ ନାହିଁ ବୋଲି ହାଇକୋର୍ଟ  ସ୍ପଷ୍ଟ କରିଛନ୍ତି ।  

୨୧ଟି ଟ୍ରାଫିକ୍‌ ସବ୍‌-ଇନ୍ସପେକ୍ଟର ପଦବି  ପୂରଣ ପାଇଁ ଏସ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୨୧ଟି ଯାକ ସିଧାସଳଖ  ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା ।  ଏହାକୁ ଚାଲେଞ୍ଜ୍‌ କରି ହାଇକୋର୍ଟରେ ମାମଲା  ରୁଜୁ ହୋଇଥିଲା । ଜଣକିଆ ବିଚାରପତି ୨୦୨୪ ନଭେମ୍ବର ୨୭ରେ ୨୧ଟି ପଦ ମଧ୍ୟରୁ ୫୦%  ପଦବିରେ ବିଭାଗୀୟ ପଦୋନ୍ନତି ଆଧାରରେ  ଏବଂ ବାକି ୫୦% ପଦରେ ସିଧାସଳଖ ନିଯୁକ୍ତି  ଦେବାକୁ କହିଥିଲେ । ଏହାକୁ ଚାଲେଞ୍ଜ୍‌ କରି ଏସ୍‌ଟିଏ ପକ୍ଷରୁ ହାଇକୋର୍ଟରେ ଦୁଇଟି ପୃଥକ୍‌  ମାମଲା ରୁଜୁ ହୋଇଥିଲା । ଗୋଟିଏ ମାମଲାରେ  ହାଇକୋର୍ଟ ମାର୍ଚ୍ଚ ୧୭ରେ ଜଣିକିଆ ବିଚାରପତିଙ୍କ  ଆଦେଶକୁ ରଦ୍ଦ କରି ସିଧାସଳଖ ନିଯୁକ୍ତି ପାଇଁ  ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ବିରୋଧରେ  ୪ ଜଣ ଆଶାୟୀ ପ୍ରାର୍ଥୀ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । 

ସୁପ୍ରିମ୍‌କୋର୍ଟ ଶୁଣାଣି କରି ଚାରୋଟି  ପଦ ପୂରଣ ନ କରିବାକୁ ନିର୍ଦ୍ଦେଶ ଦେବା ସହ  ହାଇକୋର୍ଟଙ୍କ ଆଦେଶରେ ରହିତାଦେଶ ଜାରି  କରିଥିଲେ । ମାମଲା ସୁପ୍ରିମ୍‌କୋର୍ଟରେ ବିଚାରାଧୀନ  ଥିଲାବେଳେ ଏସ୍‌ଟିଏର ଅନ୍ୟ ରିଟ୍‌ ଅପିଲ୍‌  ଉପରେ ହାଇକୋର୍ଟରେ ଶୁଣାଣି ହୋଇଥିଲା ।  ମାମଲାରେ ଆଉ ତିନି ଜଣ ଆଶାୟୀ ପ୍ରାର୍ଥୀ ନିଜ  ପକ୍ଷ ରଖି ସୁପ୍ରିମ୍‌କୋର୍ଟଙ୍କ ଆଦେଶ ସଂକ୍ରାନ୍ତରେ  ଅଦାଲତଙ୍କୁ ଅବଗତ କରିଥିଲେ । ଯେହେତୁ  ଚାରୋଟି ପଦ ଖାଲି ରଖିବା ଲାଗି ସୁପ୍ରିମ୍‌କୋର୍ଟ  ନିର୍ଦ୍ଦେଶ ଦେଇ ସାରିଛନ୍ତି ସେହି ଆଧାରରେ ଅନ୍ୟ  ତିନି ଜଣଙ୍କ ଲାଗି ମଧ୍ୟ ପଦ ଖାଲି ରଖିବାକୁ  ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତିନି ଆଶାୟୀ  ପ୍ରାର୍ଥୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟରଞ୍ଜନ  ପତି ଏହି ମାମଲା ପରିଚାଳନା କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.