ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏଫଏମ୍‌ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା; କ୍ଷୋଭ ପ୍ରକାଶ କଲେ ନବୀନ, ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ

Published By : Ankita S | July 13, 2025 1:08 PM

ଭୁବନେଶ୍ୱର,୧୩/୦୭: ରାଜ୍ୟରେ ଚହଳ ପକାଇଛି ଏଫ୍‌ଏମ୍ କଲେଜ ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମ ଘଟଣା । ଏମ୍ସରେ ମୃତ୍ୟୁ ସହ ଲଢେଇ କରୁଛନ୍ତି ଛାତ୍ରୀ ଜଣଙ୍କ । ଘଟଣାରେ ଦୁଃଖ ପ୍ରକାଶ କରି ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଘଟଣାରେ କ୍ଷୋଭ ପ୍ରକାଶ କରିବା ସହିତ ରାଜ୍ୟପାଳଙ୍କ ଦସ୍ତକ୍ଷେପ ଲୋଡିଛନ୍ତି ନବୀନ । ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ଛାତ୍ରୀ ଜଣଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଏକ୍ସରେ ଲେଖିଛନ୍ତି ବିରୋଧୀ ଦଳ ନେତା ।

ଏକ୍ସରେ ନବୀନ ପଟ୍ଟନାୟକ କହିଛନ୍ତି,''ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଆତ୍ମହତ୍ୟା କରିବାର ଘଟଣା ଆଶ୍ଚର୍ଯ୍ୟଜନକ ଏବଂ ଅତ୍ୟନ୍ତ ଦୁଃଖଦାୟକ । ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ଜଣେ ଶିକ୍ଷକ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ପ୍ରିନ୍ସିପାଲଙ୍କୁ ଲେଖିଥିବା ଚିଠିରେ ସେ ପ୍ରକାଶ କରିଛନ୍ତି ଯେ, ସେ ପୂର୍ବରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।''

ସେ ଆହୁରି କହିଛନ୍ତି,'' ମାସ ମାସ ଧରି ଛାତ୍ରୀ ଜଣକ ଭୟ ଏବଂ ଯନ୍ତ୍ରଣାରେ ରହୁଥିଲେ । ପ୍ରିନ୍ସପାଲଙ୍କଠାରୁ ଉଚ୍ଚଶିକ୍ଷାମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ନ୍ୟାୟ ପାଇବାରୁ ବଞ୍ଚିତ କରାଗଲା । ନ୍ୟାୟ ପାଇଁ ନିବେଦନ କରି ଅନେକ ଉଚ୍ଚ ପଦାଧିକାରୀଙ୍କୁ ଟ୍ୟାଗ କରିଥିଲେ । ଶେଷ ପ୍ରୟାସରେ ବିଫଳ ହେବାରୁ ହତାଶ ହୋଇ ପ୍ରିନ୍ସପାଲଙ୍କ ଚାମ୍ବର ବାହାରେ ଆତ୍ମାହୁତି କରିବାକୁ ଚରମ ନିଷ୍ପତ୍ତି ନେଲେ । ରାଜ୍ୟପାଳଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛି । ବିଶ୍ୱବିଦ୍ୟାଳୟର କୁଳପତି ହିସାବରେ ସେ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ।''

ଅଧିକ ପଢନ୍ତୁ...ବାଲେଶ୍ୱର ଏଫଏମ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ, ପୀଡ଼ିତାଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ

କହି ରଖୁଛି କି, ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ପ୍ରାଧ୍ୟାପକଙ୍କ ଦ୍ୱାରା ବାରମ୍ବାର ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇଁ ଶେଷରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏବେ ସେ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟବସ୍ଥା ସଂଙ୍କଟାପନ୍ନ ରହିଛି । ଆଗାମୀ ୪୮ ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏମ୍ସ ପକ୍ଷରୁ ୮ ଜଣିଆ ଅଭିଜ୍ଞ ଡାକ୍ତରଙ୍କୁ ନେଇ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ ହୋଇଛି । ଘଟଣାରେ ଏଫ୍‌ଏମ୍ କଲେଜ ଅଧ୍ୟକ୍ଷ ନିଲମ୍ବତ ଓ ଏଚଓଡି ଗିରଫ ହୋଇଛନ୍ତି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.