ଭୁବନେଶ୍ୱର,୧୩/୦୭: ଆସନ୍ତା ୧୬ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ଅଛି । ଘୂର୍ଣ୍ଣିବଳୟ ହେବା ପରେ ୩ରୁ ୪ ଦିନ ଯାଏ ଏହା ପଶ୍ଚିମ ଓ ଉତ୍ତର- ପଶ୍ଚିମ ଦିଗରେ ଗତି କରିବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।
ରବିବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅଧିକ ବର୍ଷା ହୋଇପାରେ । ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗିର, ସୋନପୁର ଓ ବୌଦ୍ଧରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।
Warnings over the State.
— Meteorological Centre, Bhubaneswar (@mcbbsr) July 12, 2025
Day-1 : Thunderstorm/Lightning & Gusty Surface Wind warnings.
Day-2 & Day-3 : Heavy Rainfall, Thunderstorm/Lightning & Gusty Surface Wind warnings. pic.twitter.com/CfJmZVlHup
୧୪ ତାରିଖ (ସୋମବାର) ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଅଧିକ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୧୫ ତାରିଖରେ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।
ଶନିବାର ସକାଳରୁ ନେଇ ସନ୍ଧ୍ୟା ଭିତରେ ନୟାଗଡ଼ରେ ୨୦ ମିମି ବର୍ଷା ହୋଇଛି । ସୋନପୁରରେ ୧୯ମିମି, ବାଲେଶ୍ୱରରେ ୧୭.୨, ଟିଟିଲାଗଡ଼ରେ ୧୧.୨ ଓ କୋରାପୁଟରେ ୫ମିମି ବର୍ଷା କେକର୍ଡ ହୋଇଛି ।