ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

Published By : Prameya | July 13, 2025 9:01 AM

ଭୁବନେଶ୍ୱର,୧୩/୦୭:  ଆଜି ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ  ଓ ପ୍ରଶିକ୍ଷଣ ପରିଷଦ  (ଏନ୍‌ସିଇଆର୍‌ଟି) ପକ୍ଷରୁ  ବିଏଡ୍‌ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ସିଇଇ)  ଅନୁଷ୍ଠିତ ହେବ ।  ବିଏବିଏଡ୍‌, ବିଏସ୍‌ସି ବିଏଡ୍‌,  ଏମ୍‌ଏସ୍‌ସିଏଡ୍‌, ଏମ୍‌ଏଡ୍‌,  ବିଏଡ୍‌-ଏମ୍‌ଏଡ୍‌, ଏମ୍‌ ଇନ୍‌ ଏଜୁକେସନ ଟେକ୍ନୋଲୋଜି ରେ  ନାମେଲଖା ପାଇଁ ପ୍ରବେଶିକା  ପରୀକ୍ଷା ହେବ । କମ୍ପ୍ୟୁଟର  ବେସ୍‌ଡ୍‌ ଟେଷ୍ଟ (ସିବିଟି)  ମୋଡ୍‌ରେ ପରୀକ୍ଷା ହେବ ।  

ଦେଶର ୮୦ଟି ପରୀକ୍ଷା କେନ୍ଦ୍ରରେ  ପରୀକ୍ଷା ହେବ । ଏଥିରୁ  ଓଡ଼ିଶାରେ ୪୪ଟି ପରୀକ୍ଷା  କେନ୍ଦ୍ର କରାଯାଇଛି । ମୋଟ୍‌ ୨୨ ହଜାର ପରୀକ୍ଷାର୍ଥୀ ପରୀକ୍ଷା  ପାଇଁ ପଞ୍ଜୀକରଣ କରିଛନ୍ତି ।  ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀ  ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖାଇବେ । ଭୁବନେଶ୍ୱର,  ଭୋପାଳ, ମୟୀଶୂର, ଆଜମେର,  ସିଲିଂ, ନେଲ୍ଲୋର ଆଦି ଆଞ୍ଚଳିକ  ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ହେବ । ଭୁବନେଶ୍ୱର ଆଞ୍ଚଳିକ  ଶିକ୍ଷା ପ୍ରତିଷ୍ଠାନକୁ ନୋଡାଲ କେନ୍ଦ୍ର  ଭାବେ ଚୟନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.