କଟକ, ୧୨।୭: ବାରବାଟୀ ଷ୍ଟାଡିୟମ୍ ପରିସରରେ ଥିବା ରାଜ୍ୟ କ୍ରିକେଟ ସଂଘ ଓସିଏର ବୈଠକ ଗୃହରେ ଅଗ୍ନିକାଣ୍ଡ । ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଗୃହର ଝରକା ଦେଇ ଧୂଆଁ ବାହାରୁଥିବା ଦେଖି କର୍ମଚାରୀମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ନିଆଁ ଲିଭାଇବାକୁ ବକ୍ସିବଜାର କେନ୍ଦ୍ରରୁ ଦୁଇଟି ଦମକଳ ଗାଡ଼ି ଆସିଥିବା ବେଳେ ଅଗ୍ନିଶମ କର୍ମଚାରୀ ଘର ବାହାରପଟୁ କାଚ ଝରକା ଭାଙ୍ଗି ପ୍ରବେଶ କରିଥିଲେ । ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରହିଛି ।
ତେବେ ଅଗ୍ନିକାଣ୍ଡର କାରଣ ଏଯାବତ ଜଣାପଡ଼ନାହିଁ । ଉକ୍ତ ଗୃହରେ କିଛି ଚେୟାର ଓ ଟେବୁଲ ରହିଛି । ଘର ଭିତର ଇଣ୍ଟେରିଅର ଡିଜାଇନ ହୋଇଥିବାରୁ ତାହା ବିପଦ ବଢ଼ାଇପାରେ ବୋଲି ଅଗ୍ନିଶମ କର୍ମଚାରୀ ଆଶଙ୍କା କରୁଛନ୍ତି । ଶନିବାର ଉକ୍ତ ଗୃହ ବନ୍ଦ ଥିବା ବେଳେ ଏଭଳି ନିଆଁ ଲାଗିଥିବା କୁହାଯାଉଛି । ତେବେ ଖୁବ୍ଶୀଘ୍ର ନିଆଁକୁ ଆୟତ୍ତ କରାଯିବ ବୋଲି ସୂଚନା ଦିଆଯାଇଛି ।