ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁଇବର୍ଷ ହେଲା ଭାଙ୍ଗିଛି ପୋଲ, ଯାତାୟତରେ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ଫିରିଙ୍ଗିଆ,୨୨।୫ : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ମାନଙ୍କରେ ଗମନାଗମନ ର ସୁବିଧା ପାଇଁ ରାଜକୋଷରୁ ବିଭିନ୍ନ ଭିବାଗ ଦ୍ୱାରା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପକ୍କା ରାସ୍ତା ସହ ରାସ୍ତା ଉପରେ ପୋଲ ନିର୍ମାଣ କରୁଛନ୍ତି I କିନ୍ତୁ ସରକାରଙ୍କ ଦ୍ୱାରା ଜନସାଧାରଣଙ୍କ ସୁବିଧା ପାଇଁ ନିର୍ମାଣ କରାଯାଇଥିବା ରାସ୍ତା ଓ ପୋଲ ଗୁଡିକ ବିଭାଗୀୟ ଅବହେଳା ଓ ସ୍ଥାନୀୟ ପ୍ରଶାସନ ର ଉଦାସୀନତା ଯୋଗୁଁ ଭାଙ୍ଗିଯାଇ ବର୍ଷବର୍ଷ ଧରି ମରାମତି ହୋଇନପାରି ପଡିରହିଛି I ଯାହାପାଇଁ ସାଧାରଣ ରେ ଏହି ରାସ୍ତା ଓ ପୋଲ ଉପରେ ନିର୍ଭର କରି ଆସୁଥିବା ଜନ ସାଧାରଣ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ଏଭଳି ଏକ ଭଙ୍ଗା ପୋଲ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ  ପଲା ବୁଡି ପଂଚାୟତ ଅଧୀନରେ ଥିବା ବାରେଗାବା ଗାଁ ନିକଟରେ I

 ସୂଚନା ଅନୁସାରେ ଏହି ପଲା ବୁଡି ପଞ୍ଚାୟତ ର ନେଡିପଦର ଗାଁ ଠାରୁ ବାରେଗାବା ଗାଁ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଏହି ପୋଲଟି ରହିଥିବା ବେଳେ ପ୍ରାୟ ଦୁଇବର୍ଷ ରୁ ଅଧିକ ଦିନ ହେବ ପୋଲଟି ଭାଙ୍ଗିରୁଜି ପଡିରହିଛି I ପୋଲ ଉପରେ କୌଣସି ଗାଡିମଟର  ଯାଇପାରୁନଥିବାରୁ ବାଧ୍ୟ ହୋଇ ଲୋକମାନେ ପୋଲ ତଳେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରି ଯିବାଆସିବା କରୁଛନ୍ତି I ଅନ୍ୟପଟେ ଏହି ରାସ୍ତାଟି ନେଡିପପଦର ଠାରୁ କ୍ରାଣ୍ଡିବାଲି ଓ ବାଲ ନ୍ଦାପଡା ଯିବା ପାଇଁ ଏକ ବାଇପାସ ରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଉପରେ ଅଂଚଳର ବାରେଗାବା, ସାଇତିଙ୍ଗିଆ, ଲଦାବଡଦୁଲି ଭଳି ପାଞ୍ଚ ରୁ ଛଅ ଖଣ୍ଡ ଗାଁ ର ଲୋକେ ନିର୍ଭର କରି ଆସୁଥିବା ବେଳେ ପଞ୍ଚାୟତ ମୁଖ୍ୟାଳୟ ମୁସୁଳିପାଙ୍ଗା ହେଉ କିମ୍ବା ବ୍ଲକ ମୁଖ୍ୟାଳୟ ଫିରିଙ୍ଗିଆ ହେଉ ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡିଥାଏ I ବିଶେଷ କରି ଏହି ଅଂଚଳର ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯିବା ଆସିବା ପାଇଁ ଏହା ଏକମାତ୍ର ରାସ୍ତା ହୋଇଥିବାରୁ ସେମାନଙ୍କୁ ଯିବାଆସିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ସେପଟେ ପୋଲ ଟି ଭାଙ୍ଗି ଯାଇଥିବାରୁ ଏହି ରାସ୍ତା ଦେଇ କୌଣସି ଆମ୍ବୁଲାନ୍ସ ଆସିପାରୁନଥିବାରୁ ଲୋକ ମାନେ ରୋଗୀ ମାନଙ୍କୁ ଖଟିଆ କିମ୍ବା ଦୋଳା ରେ ବୋହି ନେବାକୁ ବାଧ୍ୟ ହେଉଛନ୍ତି I ଅନ୍ୟପଟେ ଏହି ରାସ୍ତା ରେ ପଂଚାୟତ ମୁଖ୍ୟାଳୟ କୁ ଆସିବାକୁ ହେଲେ ଏକ କିଲୋମିଟର ହେଉଥିବା ବେଳେ ପୋଲ ଭାଙ୍ଗିଯାଇଥିବାରୁ ପାଞ୍ଚ କିଲୋମିଟର  ବୁଲିକି ଯିବାକୁ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି I 

ସୂଚନା ଯୋଗ୍ୟ ,  ଏହି ପୋଲଟି ଦୀର୍ଘ ୧୦ ବର୍ଷ ତଳେ ଫୁଲବାଣୀ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ପୋଲଟି ସମ୍ପୂର୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି I ତେବେ ଦୀର୍ଘ ଦୁଇ ବର୍ଷ ଧରି ପୋଲାର ମରାମତି ପାଇଁ ଅଂଚଳର ଲୋକମାନେ ଦାବିକରି ଆସୁଥିବା ବେଳେ ଅଞ୍ଚଳବାସୀ ଙ୍କ କୌଣସି କଥା ପ୍ରଶାସନ ଶୁଣୁନଥିବା ଓ ପୋଲ ର ମରାମତି କାମ ହୋଉ ପାରୁନଥିବାରୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି I ସେପଟେ ଆଗାମୀ ଦିନରେ ଏହି ପୋଲ ର ମରାମତି କରାନଗଲେ ଅଞ୍ଚଳ ବାସି ବାଧ୍ୟହୋଇ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି କହିବା ସହ ପୋଲ ର ମରାମତି ଶୀଘ୍ର କରିବା ପାଇଁ ବାରେଗାବା ଗାଁ ର ସନୁଜ ନାଏକ,ବିଜୟ ବଗାର, କିଶୋର ବଗାର, ସୂତ୍ରଧର ବଗାର, ଭାସ୍କର ବଗାର, ବିନୋଦ ବଗାର ଓ ଅନ୍ୟମାନେ ଦାବି କରିଛନ୍ତି I 

ଅନ୍ୟପଟେ ଏହି ପୋଲ ମରାମତି ବିଷୟରେ ବିଡ଼ିଓ ଅନୁପ ଅଭିଷେକ ବେହେରା ଫୋନ  କରିଥିଲେ ମଧ୍ୟ ସେ ରିସିଭ କରି ନ ଥିଲେ। ଫିରିଙ୍ଗିଆ ବ୍ଲକ ଦାୟିତ୍ୱ ରେ ଥିବା ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ଙ୍କୁ ଯୋଗାଯୋଗ କରିବାରି ଯଦି ପୋଲ ଟି ବଡ଼ ହୋଇଥିଲେ ଆମ ଦ୍ୱାରା ହୋଇପାରିବ ନାହିଁ ଯଦି ଛୋଟ ପୋଲ ହୋଇପାରିବ ତାପାଇଁ ଘଟଣା ସ୍ଥଳକୁ ଯାଇ ଦେଖିଲା ପରେ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି I 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.