ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ନାହିଁ ନାହିଁ ରେ ଚାଲିଛି ଜାତୀୟ ରାଜପଥ ଉପବିଭାଜନ କାର୍ଯ୍ୟଳୟ; ସରିଲା ଅଵଧି, ହେଲେ ନିର୍ମାଣ କାମ ଅଧାପନ୍ତରିଆ

Published By : Bijay Swain | July 4, 2025 12:45 AM

ମାଲକାନଗିରି,୩/୭(ଆପ୍ର): ମାଲକାନଗିରି ଜିଲ୍ଲାରେ ଥିବା ଜାତୀୟ ରାଜପଥ ଉପବିଭାଜନ କାର୍ଯ୍ୟଳୟ ଗତ ବର୍ଷେ ହେଲା ନାହିଁନାହିଁରେ ଚାଲିଛି। ଏହି କାର୍ଯ୍ୟାଳୟ ଅଧୀନରେ ମାଥିଲି, ମାଲକାନଗିରି, କାଲିମେଳା, ମୋଟୁ ସେକସେନ ଅଫିସ, ୪ଜଣ କନିଷ୍ଟ ଯନ୍ତ୍ରୀ, ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ବା ଏସଡ଼ିଓ ପଦବି ରହିବା ସ୍ଥଳରେ ମାତ୍ର ଦୁଇଜଣ କନିଷ୍ଠ ଯନ୍ତ୍ରୀ ଓ ଏସଡ଼ିଓ ପଦବି ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ପଦ ଖାଲି ପଡିଛି। 

ଜୟପୁର ଏସଡ଼ିଓ ମାଲକାନଗିରି ଦାଇତ୍ୱରେ ଅଛନ୍ତି। ସେ ମଧ୍ୟ ଚଳିତ ମାସ ଚାକିରୀରୁ ଅବସର ନେବେ। ଗୋବିନ୍ଦପାଲି ଘାଟିଠାରୁ ମୋଟୁ ପର୍ଯ୍ୟନ୍ତ ୩୨୬ ନମ୍ବର ଜାତୀୟ ରାଜପଥ ଦୀର୍ଘ ୧୫୮ କିଲୋମିଟର ରହିଛି। ସ୍ୱଳ୍ପ ସଂଖ୍ୟକ ଯନ୍ତ୍ରୀ କିପରି କାର୍ଯ୍ୟ ତଦାରଖ କରିବେ, ସେଥି ପାଇଁ ଜାତୀୟ ରାଜପଥ ନିର୍ମାଣ ଓ ମରାମତି ହୋଇ ନପାରି ରାସ୍ତା ମଝିରେ ଖାଲ ଖମା ହୋଇ ମରଣଜନ୍ତା ପାଲଟିଛି। ଗୋବିନ୍ଦପଲ୍ଲୀ ଠାରୁ ମୋଟୁ ଜାତୀୟ ରାଜପଥରେ ୧୧୬କୋଟି ଟଙ୍କା ବ୍ୟୟ ଅଟକଳରେ ଦୀର୍ଘ ତିନିବର୍ଷ ହେଲା ୯ଟି ଉଚ୍ଚା ପୋଲ ନିର୍ମାଣ କାମ ଚାଲିଛି। ନିର୍ମାଣର ଅଵଧି ସରିଥିଲେ ମଧ୍ୟ ଏହି ପୋଲ ଗୁଡିକ ମାତ୍ର ୩୫ ପ୍ରତିଶତ କାମ ହୋଇ ଅଧାପନ୍ତରିଆ ଅବସ୍ଥାରେ ଅଛି। 

ଜୟପୁର ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଜିଲ୍ଲାରେ ରହିଥିବା ସମସ୍ତ ୯ଟି ତଳୁଆ ପୋଲକୁ ଉଚ୍ଚ ପୋଲ ନିର୍ମାଣ କରିବା ପାଇଁ ତତ୍କାଳୀନ ସରକାର ଅନୁଦାନ ପ୍ରଦାନ କରିଥିଲେ। ସେଥିମଧ୍ୟରୁ ଦୁଇଟି ସ୍ଥାନରେ ଜମି ଅଧିଗ୍ରହଣ ହୋଇପାରୁ ନଥିବାରୁ ପୋଲ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ବଳକା ୭ଟି ସ୍ଥାନରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଧାର୍ଯ୍ୟ ସମୟସୀମା ସରିବାର ବର୍ଷେ ପରେ ବି ଶେଷ ହୋଇପାରୁ ନାହିଁ। ଫଳରେ ଚଳିତ ବର୍ଷ ବି ବର୍ଷାରେ ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବାର ବହୁତ ସମ୍ଭାବନା ରହିଛି।

ଗୋବିନ୍ଦପାଲି ଠାରୁ ମୋଟୁ ୧୫୮ କିଲୋମିଟରରେ ରହିଛି ୯ଟି ନୀଚା ପୋଲ। ପ୍ରତିବର୍ଷ ବର୍ଷା ଦିନେ ଏହି ପୋଲ ଗୁଡିକ ବନ୍ୟରେ ପାଣିରେ ବୁଡ଼ିଯାଇ ମାଲକାନଗିରି, କାଲିମେଳା, ମୋଟୁ ବାହ୍ୟଜଗତରୁ ବିଛିନ୍ନ ହୋଇ ଯାନବାହାନ ଚଳାଚଳ ଓ ଯାତାୟାତରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ଏ ସବୁ ସ୍ଥାନ ରେ ଗତ ତିନିବର୍ଷ ହେଲା ଉଚ୍ଚା ପୋଲ ନିର୍ମାଣ ଚାଲିଛି ହେଲେ କାମ ସରୁନାହିଁ। 

ଜାତୀୟ ରାଜପଥରେ ଯୋଗାଯୋଗ ବିଛିନ୍ନ ହେଉଥିବାରୁ ଏହାର ପ୍ରତିକାର ପାଇଁ ସରକାରଙ୍କ ପକ୍ଷରୁ ପାଙ୍ଗାମ, ପୋଟେରୁ, କାଙ୍ଗୁରକୋଣ୍ଡା, ଏମଭି-୯୦ ଏବଂ ଏମଭି-୯୬ ପୋଲ ନିର୍ମାଣ ପାଇ ୭୯ କୋଟି ବ୍ୟୟବରାଦ ହୋଇଥିବା ବେଳେ ଏହାକୁ ବିଳାସପୁରର ବ୍ରିଜେଶ ଅଗ୍ରୱାଲ କମ୍ପାନି ନିର୍ମାଣ କରୁଛି। ଏହି ପୋଲ ନିର୍ମାଣ କାମ ସରିବାର ଅଵଧି ୨୦୨୪ ମସିହା ଜୁନ ମାସ ଶେଷ ସମୟ ରହିଥିଲା ହେଲେ ଏହି ବ୍ରିଜ ଗୁଡିକ ମାତ୍ର ୩୫ ପ୍ରତିଶତ କାମ ହୋଇଛି। ଏହି ୫ଟି ପୋଲ କାମ ଠିକା ନେଇଥିବା ପୂର୍ବରୁ କାମ କରୁଥିବା କମ୍ପାନୀକୁ ଚଳିତ ବର୍ଷ ମାର୍ଚ୍ଚ ମାସ ୨୦ ତାରିଖରେ ବାତିଲ କରାଯାଇ ନୂଆ ଟେଣ୍ଡର ଡକା ଯାଇଥିବାର ଜଣା ପଡିଛି। 

ଠିକ ସେହିପରି ଏମଭି-୭, ଏମଭି-୧୯, ଅମଲାଯୋଡ଼ି ଏବଂ ମହାରାଜପାଲ୍ଲୀ ପୋଲ ନିର୍ମାଣ ପାଇଁ ୩୭ କୋଟି ମଞ୍ଜୁର ହୋଇଥିଲା । ଏହି ପୋଲ ଗୁଡ଼ିକ ଛତିଶଗଡ଼ ବିଜାପୁର ଜିଲ୍ଲାର ଶିବଶକ୍ତି ଇଂଜିନିୟର ୱାର୍କସ କମ୍ପାନି ପକ୍ଷରୁ ନିର୍ମାଣ କରାଯାଉଛି। ୨୦୨୫ ମସିହା ମେ ମାସରେ ସମାପ୍ତ ହେବ ବୋଲି ସମୟ ଧାର୍ଯ୍ୟ ରହିଥିଲେ ମଧ୍ୟ କାମ ସରିନାହିଁ, ଏହି ୪ ଟି ପୋଲ କାମ ମାତ୍ର ୩୫ ପ୍ରତିଶତ ହୋଇଛି। ଅମଲାଯୋଡ଼ି ଓ ମହାରାଜପାଲୀ ପୋଲ ନିର୍ମାଣ ପାଇଁ ବନ ବିଭାଗ ପକ୍ଷରୁ ପରିବେଶ କ୍ଳିଅରାନ୍ସ ଓ ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ବିଳମ୍ବ ହେଉଥିବାର ଜଣା ପଡିଛି। ଅନ୍ୟ ୭ଟି ପୋଲ ନିର୍ମାଣ କାମ ମନ୍ଥର ଗତିରେ ଚାଲୁଥିବାରହୋଇପଡ଼ିଛି। ଏହି ପୋଲ ଗୁଡିକ ତୁରନ୍ତ ନିର୍ମାଣ ନ ହେଲେ ପୂର୍ବ ପରି ପୋଲ ଗୁଡିକ ବନ୍ୟା ଓ ବର୍ଷା ପାଣିରେ ବୁଡି ମାଲକାନଗିରି, କାଲିମେଳା, ଏମଭି ୭୯, ମୋଟୁ,ଜୟପୁର କୁ ଯୋଗାଯୋଗ ବିଛିନ୍ନ ହେବ. ତେଣୁ ତୁରନ୍ତ ଏହିପୋଲ ଗୁଡିକ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଜନସାଧରଣ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.