ମାଲକାନଗିରି, ୧।୭(ଆପ୍ର ): ମାଲକାନଗିରି ଜିଲ୍ଲା ମାଟାପାକା ସେବାଶ୍ରମର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ରୋହିତ ମାଡାକାମି (୧୨) । ସେ ଗତ କିଛି ଦିନ ଧରି ପ୍ରବଳ ଜ୍ୱରରେ ପୀଡ଼ିତ ଥିଲେ ବୋଲି ସୂଚନା ମିଳିଛି।
କୋରୁକୁଣ୍ଡା ବ୍ଲକ ଶିଖାପଲ୍ଲୀ ଗ୍ରାମ ପଞ୍ଚାୟତର ଉରମଗୁଡା ଗାଁର ଅଇତା ମାଡକାମୀଙ୍କ ପୁଅ ରୋହିତ ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ। ଗତ କିଛି ଦିନ ଧରି ତାଙ୍କୁ ଜ୍ବର ହୋଇଥିଲା। ମଙ୍ଗଳବାର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିକ୍ଷକ ଭର୍ତ୍ତି କରିଥିଲେ। ସେଠାରେ ପହଞ୍ଚିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଛି । ରୋହିତ ମସ୍ତିଷ୍କ ମ୍ୟାଲେରିଆରେ ପୀଡ଼ିତ ଥିଲେ ବୋଲି ତାଙ୍କ ରକ୍ତ ନମୁନା ପରୀକ୍ଷାରୁ ଜଣାପଡିଛି।
ରୋହିତର ମୃତ ଶରୀର କୁ ବିନା ଶବ ବ୍ୟବଚ୍ଛେଦ ରେ ଶିକ୍ଷକ ତାଙ୍କ ଘରକୁ ପଠାଇ ଦେଇଥିଲେ। ଏସମ୍ପର୍କ ରେ ସମାଜ ସେବୀ ଲଳିତ ମାଡକାମୀ ଜାଣିବା ପରେ ଉପଜିଲ୍ଲାପାଳ ଓ ଥାନା ଅଧିକାରୀ ଙ୍କୁ ଜଣାଇଥିଲେ। ଉକ୍ତମୃତ ଶରୀରକୁ ହସ୍ପିଟାଲ କୁ ରାତ୍ର ରେ ଆଣା ଯାଇଛି। , ମାଲକାନଗିରି ଥାନା ପୁଲିସ ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଚଲାଇଛି। ରୋହିତ ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ରେ ଶୋକର ଛାୟା ଖେଳିଯାଇଛି । ଏହା ସହ ତାଙ୍କର ସହପାଠୀ ଓ ବିଦ୍ୟାଳୟ ରେ ମଧ୍ୟ ଏହାକୁ ନେଇ ଶୋକର ଛାୟା ଖେଳିଯାଇଛି ।
ପୂର୍ବରୁ ମ୍ୟାଲେରିଆ ଆକ୍ରାନ୍ତ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଅଞ୍ଚଳରେ ଜଣଙ୍କର ଜୀବନ ଯାଇଥିଲା । ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ଜ୍ୱର ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।