ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଲସ୍‌ ଏଞ୍ଜଲସ୍‌ ପହଞ୍ଚିଲା ଅଲିମ୍ପିକ୍ସ ପତାକା

ନ୍ୟୁ ୟର୍କ, ୧୪/୦୮ : ୩୩ତମ ଅଲିମ୍ପିକ୍‌ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଶେଷ ହେବା ପରେ ଏବେ କ୍ରୀଡ଼ାପ୍ରେମୀଙ୍କ ନଜର ଲସ ଏଞ୍ଜଲସ ସହର ଉପରେ ରହିବ । ୨୦୨୮ ଅଲିମ୍ପିକ୍ସ ଆୟୋଜନ କରିବ ୟୁଏସଏର ଏହି ଲୋକପ୍ରିୟ ତଥା ବହୁ ଚର୍ଚ୍ଚିତ ସହର । ଲସ ଏଞ୍ଜଲସ ମେୟର କାରେନ ବାସ୍‌ ପ୍ୟାରିସ୍‌ ସହରରୁ ଅଲିମ୍ପିକ ପତାକା ଆଣି ସ୍ୱଦେଶରେ ପହଞ୍ଚି ସାରିଛନ୍ତି । ଆଗାମୀ ୪ବର୍ଷ କଡ଼ା ଚ୍ୟାଲେଞ୍ଜ ଆଣିବ ବୋଲି ଆଜି ସିଟି ହଲ୍‌ରେ ମେୟର କାରେନ ପ୍ରକାଶ କରିଛନ୍ତି । 

ଲସ ଏଞ୍ଜଲସ୍‌ ସହର ପୂର୍ବରୁ ୧୯୩୨ ଓ ୧୯୮୪ରେ ଅଲିମ୍ପିକ୍ସ ଆୟୋଜନ କରିଥିଲା । ତେଣୁ ତୃତୀୟ ଅଲିମ୍ପିକ୍ସ ଆୟୋଜନ ପାଇଁ ଲସ୍‌ ଏଞ୍ଜଲସ ନିକଟରେ ଯଥେଷ୍ଟ ଭିତ୍ତିଭୂମି ରହିଛି । ଲସ୍‌ ଏଞ୍ଜଲସ୍‌ ଏକ ଭୂକମ୍ପ ପ୍ରବଣ ଅଞ୍ଚଳ ହୋଇଥିବାରୁ ଆୟୋଜକ ନୂଆ ଷ୍ଟାଡ଼ିୟମ୍‌ ଆଦି ନିର୍ମାଣ ପରିପର୍ତ୍ତେ ପୂର୍ବରୁ ରହିଥିବା କ୍ରୀଡ଼ା ଭିତ୍ତିଭୂମୀର ଉନ୍ନତି ଓ ନବୀକରଣ ଉପରେ ଗୁରୁତ୍ୱ ଦେବେ । ଏଥର କ୍ରୀଡ଼ା ପ୍ରତିଯୋଗିତା ପାଇଁ ସହରକୁ ବେସରକାରୀ ମୋଟୋର ଯାନ ରହିତ କରିବା ଆୟୋଜକଙ୍କ ପାଇଁ ପ୍ରମୁଖ କାର୍ଯ୍ୟ ହେବ । 

ମେୟର କହିଛନ୍ତି, ଲସ ଏଞ୍ଜଲସ୍‌ର ଟ୍ରାଫିକ୍‌ ଦୀର୍ଘ ବର୍ଷରୁ ଚିନ୍ତାର କାରଣ ହୋଇଛି । ଏଠାରେ ଲୋକମାନେ ସରକାରୀ ଯାନ ଅପେକ୍ଷା ନିଜ ଗାଡ଼ିରେ ଯିବା ଆସିବାକୁ ପସନ୍ଦ କରନ୍ତି । ତେଣୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୁଏ । ତେଣୁ ଅଲିମ୍ପିକ୍ସ ସମୟରେ ସହରରେ କେବଳ ସରକାରି ଯାନକୁ ଅନୁମତି ମିଳିବ । ଲସ୍‌ ଏଞ୍ଜଲସ୍‌ ବିମାନ ବନ୍ଦର ପର୍ଯ୍ୟନ୍ତ ମେଟ୍ରୋ ରେଳ ଚଳାଚଳ ପାଇଁ ପ୍ରସ୍ତୁତି ଚାଲିଛି । ୨୦୨୬ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବ । ଏଥର ୟୁଏସଏ, କାନାଡ଼ା ଓ ମେକ୍ସିକୋ ମିଳିତ ଭାବେ ୨୦୨୬ରେ ଫିଫା ବିଶ୍ୱକପ୍‌ ଆୟୋଜନ କରୁଛନ୍ତି । ତେଣୁ ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ଯୋଜନା ରଖା ଯାଇଛ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.