ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

୮୦ ହଜାର ନିଯୁକ୍ତି ଦେବ ଟିସିଏସ, ପ୍ରକ୍ରିୟା ଆରମ୍ଭ କଲା କମ୍ପାନି

ନୂଆଦିଲ୍ଲୀ,୧୬/୦୬: ଦେଶର ସବୁଠୁ ବଡ଼ ସଫ୍ଟୱେର  କମ୍ପାନି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌) ଲିମିଟେଡରେ ପ୍ରାୟ ୮୦ ହଜାର ପଦବୀ ଖାଲି ପଡ଼ିଛି । କମ୍ପାନି ଏହି ପଦବୀଗୁଡିକୁ ପୂରଣ କରିବାକୁ ଯୋଜନା ରଖିଛି । କମ୍ପାନି ଏ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ପଦବୀଗୁଡିକ ପୂରଣ ହୋଇପାରିନି । କମ୍ପାନି ଆବଶ୍ୟକ କରୁଥିବା ସ୍କିଲ ଅଭାବ ଯୋଗୁ ପଦବୀଗୁଡିକ ପୂରଣ ହୋଇପାରୁନି ବୋଲି ରିପୋର୍ଟ ଆସିଛି । 

ଟିସିଏସ୍‌ର ରିସୋର୍ସ ମ୍ୟାନେଜମେଣ୍ଟ ଗ୍ରୁପ ଗ୍ଲୋବାଲ  ଅପରେସନ ହେଡ୍‌ ଅମର ସେଟ୍ଟିଆ କହିଛନ୍ତି, କମ୍ପାନିକୁ ୮୦  ହଜାର ଦକ୍ଷ ଇଞ୍ଜିନିୟରଙ୍କର ଆବଶ୍ୟକତା ରହିଛି । ମାତ୍ର ଦକ୍ଷ ପ୍ରତିଭା ନ ମିଳିବା ଯୋଗୁ ଏସବୁ ପଦବୀ ପୂରଣ ହୋଇପାରୁନି । 

କମ୍ପାନିର ପ୍ରୋଜେକ୍ଟରେ କାମ କରିବା ଲାଗି ଯେଉଁ ଭଳି  ସ୍କିଲ ଆବଶ୍ୟକ, ତାହା ପ୍ରାର୍ଥୀଙ୍କ ନିକଟରେ ଅଭାବ ରହୁଛି ବୋଲି  ଅନ୍ୟ ଜଣେ ଅଧିକାରୀ କହିଛନ୍ତି । ସେହିଭଳି ଦେଶର ପ୍ରମୁଖ କମ୍ପାନିଗୁଡିକ ଦେଶର କଲେଜରୁ  ବାହାରୁଥିବା ନିଯୁକ୍ତି ଆଶାୟୀଙ୍କୁ ମଧ୍ୟ ନିଯୁକ୍ତି ଦେବାରେ ବିଳମ୍ବ  କରୁଛନ୍ତି । ଏଥିରେ ଟିସିଏସ୍‌ ମଧ୍ୟ ସାମିଲ ରହିଛି । ଫ୍ରେସର୍‌ଙ୍କର କମ୍ପାନିରେ ଯୋଗ ଦେବା ତାରିଖ ମଧ୍ୟ ଏ ଯାଏ ଚୂଡ଼ାନ୍ତ ହୋଇନି ।  ଟିସିଏସ୍‌, ଇନ୍‌ଫୋସିସ, ଜେନସାର, ଏଲ୍‌ଟିଆଇ ମାଇଣ୍ଡ୍‌ଟ୍ରି ଭଳି କମ୍ପାନି ଏହି ସୂଚୀରେ ରହିଛନ୍ତି ।  

ଇନଫୋସିସ୍‌ ଏକ ମେଲ୍‌ ଯୋଗେ କହିଛି ଯେ, ବିଜ୍‌ନେସ  ଆବଶ୍ୟକତା ଅନୁସାରେ ଜଏନିଂ ତାରିଖ ନିର୍ଦ୍ଧାରଣ ହେବ । ଯୋଗ  ଦେବାର ୩ରୁ ୪ ସପ୍ତାହ ପୂର୍ବରୁ ଏ ନେଇ ସୂଚନା ପ୍ରଦାନ  କରାଯିବ । ଗତ ବର୍ଷ ଇନ୍‌ଫୋସିସ୍‌ ପ୍ରାୟ ୫୦ ହଜାର ନିଯୁକ୍ତି  ଦେଇଥିଲା । ଚଳିତ ଥର ପ୍ରାୟ ୧୨,୯୦୦ ନିଯୁକ୍ତି ଦେବ କମ୍ପାନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.